ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ ହ୍ୟୁମାନିଟୀ ଫାଉଣ୍ଡେସନ ତରଫରୁ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ଦ ହ୍ୟୁମାନିଟୀ ଫାଉଣ୍ଡେସନ ତରଫରୁ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ରାଉରକେଲା: ସେକ୍ଟର-୬ ଗଣେଶ ବସ୍ତିରେ “ଦ ହ୍ୟୁମାନିଟୀ ଫାଉଣ୍ଡେସନ” ତରଫରୁ କିଛି ନୂତନ ଏବଂ ପୁରୁଣା ବସ୍ତ୍ର ବଣ୍ଟନ କରାଯାଇଥିଲା। ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ବସ୍ତିରେ ଆବଶ୍ୟକତା ଥିବା ବସ୍ତି ବାସିନ୍ଦା ଙ୍କ ମଧ୍ୟରେ କପଡା ପ୍ରଦାନ କରି ଫାଉଣ୍ଡେସନର ସଦସ୍ୟମାନେ ନିଜକୁ ଗର୍ବିତ ଅନୁଭବ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଅଧ୍ୟକ୍ଷା ଦୀପ୍ତି ସୁନ୍ଦରାୟଙ୍କ ସହ ସମ୍ପାଦିକା ଲିନା ତ୍ରିପାଠୀ, ପ୍ରିୟଙ୍କା ପାଣି, ଅନୁପମ ଆଚାର୍ଯ୍ୟ, କବିତା ଦଳେଇ ,ରଶ୍ମିତା ମଲ୍ଲିକ, ଶାନ୍ତିଲତା ବେହେରା, ବେବୀ ବଳ, ମହେଶ ପାଣିଗ୍ରାହୀ, କନକଲତା ପ୍ରମୁଖ ଉପସ୍ଥିତ ଥିଲେ।ସେହିପରି ନୂତନ ସଦସ୍ୟା ଭାବେ ଲିପ୍ସା ମହାରଣା ଆଜି ଗ୍ରୁପରେ ଅଫିସିଆଲ୍ ଭାବେ ଯୋଗଦେଇ ସାମାଜିକ କାର୍ଯ୍ୟରେ ନିଜର ସହଯୋଗ ଆରମ୍ଭ କରିଥିଲେ। ସମଗ୍ର କାର୍ଯ୍ୟକ୍ରମଟିକୁ ବିଜୟାନନ୍ଦ ସୁନ୍ଦରାୟ ସୁଚାରୁ ଭାବେ ପରିଚାଳନା କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାମନାଗୁଡ଼ାରେ ଯୁଗ୍ମ ଅଭିଯୋଗ ଶୁଣାଣି

କୌଶିକ ବାବା ଡ଼ିଗ୍ରୀ କଲେଜରେ ମେରୀ ମାଟି ମେରା ଦେଶ୍ କାର୍ଯ୍ୟକ୍ରମ 

masiha

ଉତ୍କଳ ସମ୍ମିଳନୀ ରାଉରକେଲା ଶାଖା ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ମଧୁବାବୁ 

Sunil Chandra Nayak

Leave a Comment

error: Content is protected !!