ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଲ୍ ଓଡ଼ିଶା ପେକ୍ସ୍ ଓ ଲେମ୍ପ୍ସ୍ କର୍ମଚାରୀଙ୍କ ୩ ଦଫା ଦାବୀ ଉପସ୍ଥାପନ କରି କାର୍ଯ୍ୟ ବନ୍ଦ୍ ଆନ୍ଦୋଳନ

ଅଲ୍ ଓଡ଼ିଶା ପେକ୍ସ୍ ଓ ଲେମ୍ପ୍ସ୍ କର୍ମଚାରୀଙ୍କ ୩ ଦଫା ଦାବୀ ଉପସ୍ଥାପନ କରି କାର୍ଯ୍ୟ ବନ୍ଦ୍ ଆନ୍ଦୋଳନ

ଏହି କାର୍ଯ୍ୟ ବନ୍ଦ୍ ଆନ୍ଦୋଳନରେ ନର୍ଲା ବ୍ଲକ୍ ଅଧିନ ରୁପ୍ରା ପେକ୍ସ୍ ସମେତ ଅନ୍ୟାନ୍ୟ ସମସ୍ତ ପେକ୍ସ୍ ମଧ୍ୟ ସାମିଲ୍

ରୁପ୍ରା, ୧/୩ (ମନିସ) : ଅଲ୍ ଓଡ଼ିଶା ପେକ୍ସ୍ ଓ ଲେମ୍ପ୍ସ୍ କର୍ମଚାରୀଙ୍କ ୩ ଦଫା ଦାବୀ ଉପସ୍ଥାପନ କରି ପୂର୍ବ ଘୋଷଣା ମୁତାବକ ଆଜିଠାରୁ କାର୍ଯ୍ୟ ବନ୍ଦ୍ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଉକ୍ତ ଦାବୀ ଉପରେ ଯଦି କୌଣସି ପଦକ୍ଷେପ ଗ୍ରହଣ କରାନଯାଏ, ତାହେଲେ କାର୍ଯ୍ୟ ବନ୍ଦ୍ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ମିଳିଛି। ସୂଚନା ମୁତାବକ ୨୭୦୮ଟି ପେକ୍ସ୍ ଓ ଲେମ୍ପ୍ସ୍ କର୍ମଚାରୀଙ୍କୁ କ୍ୟାଡର୍ ଭୁକ୍ତ କରି ବଦଳି କରିବା, ୬ଷ୍ଠ ବେତନ କମିଶନ ହାରରେ ପାଉଥିବା କର୍ମଚାରୀଙ୍କ DA ୧୬୪ ପ୍ରତିଶତରୁ ୨୩୦ ପ୍ରତିଶତକୁ ବୃଦ୍ଧି କରିବା ଓ ୬ଷ୍ଠ ବେତନ କମିଶନ ହିସାବରେ ସପ୍ତମ ବେତନ କମିଶନକୁ ସମସ୍ତ ପେକ୍ସ୍ ଓ ଲେମ୍ପ୍ସ୍ ରେ ତୁରନ୍ତ କାର୍ଯ୍ୟକାରୀ କରିବା ଦାବି କରିଛନ୍ତି। ଫଳରେ ଉକ୍ତ କାର୍ଯ୍ୟ ବନ୍ଦ୍ ଆନ୍ଦୋଳନ ଯୋଗୁଁ ପେକ୍ସ୍ କାର୍ଯ୍ୟାଳୟ ସବୁ ବନ୍ଦ୍ ରହିଥିବା ଜଣାପଡ଼ିଛି। ଉକ୍ତ ଦାବି ପ୍ରତି ସରକାର ତୁରନ୍ତ ପଦକ୍ଷେପ ନେବାକୁ ପେକ୍ସ୍ ଓ ଲେମ୍ପ୍ସ୍ କର୍ମଚାରୀଙ୍କ ସମେତ ଚାଷୀ ମାନେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି । 

ରିପୋର୍ଟ:- ଅଜୟ କୁମାର ସେନାପତି

Related posts

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ

Sunil Chandra Nayak

ଡାବୁଗାଁ ରେ ମାଁ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ 

Sunil Chandra Nayak

ଆସନ୍ତା ୨୭ରେ ବିଶ୍ବ ପ୍ରସିଦ୍ଧ ଶୃଙ୍ଖଳିତ ରଥ ଯାତ୍ରା ପାଇଁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୁର୍ଣ ବୈଠକ

masiha

Leave a Comment

error: Content is protected !!