ରାଇଘର (ମ ନି ସ )୧୬/୧ ନବରଙ୍ଗପୁର ଜିଲ୍ଲା ରାଇଘର ଗ୍ରାମ ମଧ୍ୟରେ ରହିଥିବା ସର୍ବପୁରାତନ ଶିବ ମନ୍ଦିର ଏବେ ପ୍ରତିଷ୍ଠା ହେବାକୁ ଯାଉଛି l ଆସନ୍ତା ଫେବୃଆରି ମାସର ୭/୮/୯ ଓ ୧୦ ତାରିଖ ଏହି ଚାରି ଦିନ ଧରି ମନ୍ଦିର ପ୍ରତିଷ୍ଠା କରାଯିବାକୁ ନିଷ୍ପତି ନିଆଯାଇଛି l
ଶତାଧିକ ବର୍ଷ ପୂର୍ବେ ରାଇଘର ଗଡ଼ରେ ଶଂକର ସାଏ ରାଜା ସମୟରେ ଗାଆଁ ମୁଣ୍ଡରେ ଏକ ଶିବ ଲିଙ୍ଗ ଆବିଷ୍କାର ହୋଇଥିଲା | ମାଟି ଭିତରୁ ବାହାରି ଥିବା ଏହି ଶିବ ଲିଙ୍ଗକୁ ସେହି ସମୟରେ ରାଜା ଏବଂ ଗ୍ରାମବାସୀଙ୍କ ପକ୍ଷରୁ ପୂଜାର୍ଚ୍ଚନା ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଚାଲି ଆସିଛି l ପ୍ରଥମେ ସେଠାରେ ଏକ ଛୋଟ ମନ୍ଦିର ତିଆରି କରାଯାଇ ପୂଜା କରାଯାଉ ଥିବା ବେଳେ ପରବର୍ତ୍ତି ସମୟରେ ଏକ ସ୍ବତନ୍ତ୍ର ମନ୍ଦିର ନିର୍ମାଣ କରାଯାଇଥିଲା | ଦୀର୍ଘ ଦିନ ଧରି ଏହି ମନ୍ଦିରର ପ୍ରତିଷ୍ଠା ହୋଇ ନଥିବା ବେଳେ ଏବେ ଏକ ଅସ୍ଥାୟୀ କମିଟି ଗଠନ କରାଯାଇ ତୁରନ୍ତ ପ୍ରତିଷ୍ଠା କରିବାକୁ ଓ ଋତିନିତି ଅନୁସାରେ ହେବାକୁ ନିଷ୍ପତ୍ତି ନିଆଯାଇଛି l ଏହି କମିଟିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ସନ୍ତୋଷ କୁମାର ମହାପାତ୍ର (ସନ୍ତୁ) ଚୟନ ହୋଇଥିବା ବେଳେ ଉପ ସଭାପତି ଭାବେ ଦେବେନ୍ଦ୍ର ମିଶ୍ର , ସମ୍ପାଦକ ଭାବେ ମୋହିତ ଦଣ୍ଡସେନା, ସହ ସଂପାଦକ ଭାବେ ଭିକି ଶ୍ରୀବାସ୍ତବ ଓ କୋଷାଧ୍ୟକ୍ଷ ଭାବେ ତିଋମାଲା ରାଓ ଚୟନ କରାଯାଇଥିଲା | ଏହି ଅବସରରେ ଏକ ବୈଠକର ଆୟୋଜନ କରାଯାଇ ମନ୍ଦିର ପ୍ରତିଷ୍ଠା ସମ୍ବନ୍ଧିତ କାର୍ଯ୍ଯପନ୍ଥା ଉପରେ ଆଲୋଚନା କରାଯାଇଥିଲା | ଏହି ବୈଠକରେ ଗ୍ରାମ ମୁଖିଆ କମଳ ସିଂ ରାଜପୁତ , ମାଳୀସିଂ ପାତ୍ର, ଇନ୍ଦଲ୍ ନାୟକ, ଅଜୟ ଦାଶ, ପୁରୁଷୋତ୍ତମ ମହାପାତ୍ର , ସତ୍ୟନାରାୟଣ ପାତ୍ର, ବିଲୁସିଂ ରାଜପୁତ, କିରଣ ପଟ୍ଟନାୟକ , ଭବାନୀ ନାୟକ , ଭେଙ୍କେଟ୍ ରାଓ, ରିଙ୍କୁ ଶ୍ରୀବାସ୍ତବ, ଦିଲୀପ ପାତ୍ର, ଟେହେଲ ସିଂ ଗଣ୍ଡ , ସନ୍ତୋଷ ପୂଜାରୀ, ଜିତୁ ଶ୍ରୀବାସ୍ତବ, ଭିସ୍ମା ନାୟକ, ସନ୍ତୋଷ ଅଗ୍ରୱାଲ ଓ ରାଇଘର ର ସମସ୍ତ ବେପାରୀ ଙ୍କ ସମେତ ଭିତରଗଡ଼ ଯୁବକ ସଂଘର ବହୁ ଯୁବକ ଆଲୋଚନାରେ ଭାଗ ନେଇଥିଲେ |