ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ ବୋଡି ବିଲଡିଙ୍ଗ ରେ ସ୍ଵର୍ଣ ପଦକ ଜିତିଲେ, ଗୌଶିକ ଫିଟନେସ ପାର୍କ ଜିମର ଶଶାଙ୍କ

ରାଜ୍ୟ ସ୍ତରୀୟ ବୋଡି ବିଲଡିଙ୍ଗ ରେ ସ୍ଵର୍ଣ ପଦକ ଜିତିଲେ, ଗୌଶିକ ଫିଟନେସ ପାର୍କ ଜିମର ଶଶାଙ୍କ

ନବରଙ୍ଗପୁର : (୬|୧)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣିଲେ ଗୁରୁ ଶିଷ୍ୟ ଯୋଡି । ପୁଣି ଥରେ ରାଜ୍ୟ ସ୍ତର ରେ ସ୍ଵର୍ଣ ପଦକ ଜିତି ଏବେ ଜାତୀୟ ସ୍ତରରେ ସ୍ଵର୍ଣ ହାସଲ କରିବାର ଲକ୍ଷ ନେଇ ପ୍ରସ୍ତୁତ ହେଉଛନ୍ତି ନବରଙ୍ଗପୁର ସହର ସ୍ଥିତ ଗୌଶିକ ଫିଟନେସ ପାର୍କ ଜିମ ର ସଦସ୍ୟ ଶ୍ରୀ ଶଶାଙ୍କ ଶେଖର ସାହୁ। ସୂଚନା ଯୋଗ୍ୟ ଯେ ଗତ ୪ ରୁ ୫ ତାରିଖ ପର୍ଯ୍ୟନ୍ତ ବେଲପାହାଡ ଠାରେ ଚାଲିଥିବା ରାଜ୍ୟ ସ୍ତରୀୟ ବଡି ବିଲଡିଙ୍ଗ ପ୍ରତିଯୋଗୀତାର ଉତ୍କଳ ଶ୍ରୀ ରେ ଭାଗ ନେଇ ୭୦ କିଲୋ ଓଜନ ବର୍ଗରେ ସମସ୍ତ ପ୍ରତିଯୋଗୀଙ୍କୁ ଙ୍କୁ ପଛରେ ପକାଇ ସ୍ଵର୍ଣ ପଦକ ହାସଲ କରିଛନ୍ତି ଶଶାଙ୍କ l ରାଜ୍ୟ ସ୍ତରରେ ଏହି ସଫଳତା ପରେ ଆସନ୍ତା ଜାନୁଆରି ୧୫ ତାରିଖରେ ବେଙ୍ଗାଲୋର ରେ ଆୟୋଜିତ ହେବାକୁ ଥିବା ମିଷ୍ଟର ଇଣ୍ଡିଆ ପ୍ରତିଯୋଗୀତା ରେ ସେ ଭାଗ ନେବା ପାଇଁ ଗୌଶିକ ଫିଟନେସ ପାର୍କ ଜିମ ର ମୁଖ୍ୟ ରୋମିଓ ପାତ୍ର ଙ୍କ ତତ୍ୱାବଧାନ ରେ ନିଜର ଅଭ୍ୟାସ ଜାରି ରଖିଛନ୍ତି । ଏହି ସ୍ଵର୍ଣ ପଦକ ର ଶ୍ରେୟ ଶ୍ରୀ ଶଶାଙ୍କ ତାଙ୍କ ପିତା ମାତା ଏବଂ କୋଚ ରୋମିଓ ପାତ୍ର ଙ୍କୁ ଦେଇଛନ୍ତି। ପୂର୍ବରୁ ମଧ୍ୟ ସେ ରୋମିଓ ପାତ୍ର ଙ୍କ ଠାରୁ ପ୍ରଶିକ୍ଷଣ ପାଇ ୨୦୨୨ ମସିହାରେ ରେ ଆୟୋଜିତ ଜାତୀୟ ବଡି ବିଲଡିଙ୍ଗ ପ୍ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତା ରେ ରୌପ୍ୟ ପଦକ ଏବଂ ତିନି ଥର ମିଷ୍ଟର ଓଡ଼ିଶାର ସ୍ଵର୍ଣ ପଦକ ହାସଲ କରିସାରିଛନ୍ତି lଚଳିତ ବର୍ଷ ସେ ମିଷ୍ଟର ଇଂଣ୍ଡିଆ ପ୍ରତିଯୋଗୀତା ସ୍ଵର୍ଣ ପଦକ ଜିତିବା ଲକ୍ଷ ନେଇ ଅକ୍ଲାନ୍ତ ପରିଶ୍ରମ କରୁ ଛନ୍ତି l ଏଇ ଗୃରୁ ଶିଷ୍ୟ , ରୋମିଓ ଓ ଶଶାଙ୍କ ଯୋଡି ପୁଣି ଥରେ ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣନ୍ତୁ ବୋଲି ଜିଲ୍ଲାର ପ୍ରାକ୍ତନ କ୍ରୀଡାବିତ୍ ସମେତ ଜିଲ୍ଲାବାସୀ ଶୁଭେଛା ଜଣାଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁର ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ବୃତ୍ତି ପରାମର୍ଶ ସମ୍ପର୍କିତ ପ୍ରତିଯୋଗିତା 

masiha

ଲକ୍ଷ୍ମୀପୁର ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ନିମନ୍ତେ ସଚେତନତା ପ୍ରସ୍ତୁତି ବୈଠକ

masiha

ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର ପରିସରରେ ଉତ୍କଳ ଦିବସ ପାଳିତ

masiha

Leave a Comment

error: Content is protected !!