ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁରିବାହାଲ ବ୍ଲକରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର

ମୁରିବାହାଲ ବ୍ଲକରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର

ପ୍ରଚାର ପ୍ରସାର ଅଭାବ,ଅବ୍ୟବସ୍ଥାରେ ଓ ପ୍ରହସନରେ ପରିଣତ ଅଭିଯୋଗ ଶିବିର, ଅଭିଯୋଗ କରିବାକୁ ଆସିଥିବା ବହୁ ଅଭିଯୋଗକାରୀ ଭେଟି ନ ପାରି ନିରାଶ

ମୁରିବାହାଲ ;୦୬/୦୧/୨୫ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ସୋମବାର ନୂତନ ବର୍ଷର ପ୍ରଥମ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା ।ମାତ୍ର ୩୦ମିନିଟରେ ଶେଷ ହୋଇଯାଇଥିବା ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣୀରେ କେବଳ ୩୧ଟି ଅଭିଯୋଗ ହିଁ ଦାଖଲ ହୋଇଥିଲା।ଏଥିରେ ୨୩ଟି ବ୍ୟକ୍ତିଗତ ଓ ୮ଟି ସାମୁହିକ ଅଭିଯୋଗ ଦାଖଲ ହୋଇଥିଲା।ଆସିଥିବା ଶତାଧିକ ଅଧିକାରୀଙ୍କ ତୁଳନାରେ ଅଭିଯୋଗକାରୀଙ୍କ ସଂଖ୍ୟା ଅତି ନଗଣ୍ୟ ଥିଲା। ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପ୍ରଚାର ପ୍ରସାର କରାଯାଇନଥିଲା।କେବଳ ବ୍ଲକର କିଛି କର୍ମଚାରୀ ଓ ଲୋକ ପ୍ରତିନିଧିଙ୍କୁ ଡାକି କିଛି ଦିନ ପୂର୍ବରୁ ପ୍ରସ୍ତୁତି ପର୍ବରେ ଶେଷ ହୋଇଥିଲା ପ୍ରଚାର ପ୍ରସାର।ଫଳରେ ୨୨ଟି ପଞ୍ଚାୟତର ସାଧାରଣ ଲୋକଟିଏ ମଧ୍ୟ କେହି ଏ ବିଷୟରେ ଜାଣିପାରିନଥିବା ବେଳେ ଆଉ କେତେକ ଜାଣି ଅଭିଯୋଗ କରିବାକୁ ଆସିବା ବେଳେ ଜିଲ୍ଲାସ୍ତରୀୟ କୌଣସି ଅଧିକାରୀଙ୍କୁ ଭେଟି ନ ପାରି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଥିଲା।କେବଳ ଲୋକ ଦେଖାଣୀଆ ଜନ ଅଭିଯୋଗ ଶୁଣାଣୀ ଶିବିର ପାଇଁ ଏହା ସମ୍ପୁର୍ଣ୍ଣ ପ୍ରହସନରେ ପରିଣତ ହୋଇଥିବା ସାଧାରଣରେ ଗୁରୁତର ଅଭିଯୋଗ ହୋଇଛି।ଜିଲ୍ଲାସ୍ତରୀୟ ଅଧିକାରୀମାନେ କେବଳ ନିଜର ଉପସ୍ଥାନ ପକାଇ ଆସି ଫେରୁଥିବା ଦେଖିବାକୁ ମିଳିଥିଲା।ପୁର୍ବରୁ ଏଭଳି ଅଭିଯୋଗ ଶୁଣାଣୀ ଶିବିରରେ ଲୋକେ ବିଭିନ୍ନ ପ୍ରକାରର ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ମାସ ମାସ ଧରି ଏହାର ଗୋଟିଏ ମଧ୍ୟ ସମାଧାନ ହୋଇନଥିବା ଅଭିଯୋଗ କରୁଥିବା ଦେଖିବାକୁ ମିଳିଥିଲା।ଏହି ଶିବିରରେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଈଶାଳୱାର, ଆରକ୍ଷୀ ଅଧିକ୍ଷକ ୠଷିକେଶ ଖିଲାରୀ ଦ୍ୟାନଦେଓ,ଏପିଡି ତରଣି ସୁନା,ଉପଜିଲ୍ଲାପାଳ ରେହାନ କ୍ଷେତ୍ରୀ, ବିଡ଼ିଓ ବାସନ୍ତୀ ସେଠୀ,ତହସିଲଦାର ଜଗଦୀଶ କର୍ତ୍ତାମୀ,ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ସିଡ଼ିପିଓ ପୂର୍ଣ୍ଣିମା ବୈଠାରୁ,ଆଇଆଇସି ସିପୋରା ସରାୟ ଲୁଗୁନ,ଏଇଇ ଅବିନାଶ ମୁଦିଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ବିଡ଼ିଓ ବାସନ୍ତୀ ସେଠୀଙ୍କୁ ପଚାରିବାରୁ ପଞ୍ଚାୟତସ୍ତରୀୟ ଶିବିରରେ ଲୋକେ ଆବାସ ଗୃହ, ରାସନ କାର୍ଡ ଓ ଭତ୍ତା ଭଳି ଅଭିଯୋଗ କରିସାରିଥିବାରୁ ସଂଖ୍ୟା କମ ରହିଥିବା ସ୍ବୀକାର କରିଥିଲେ।ଏହି ଶିବିରରେ ସମସ୍ତ ବ୍ଲକ କର୍ମଚାରୀ ସହଯୋଗ କରିଥିଲେ। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ପରିଚୟ ଅପେକ୍ଷାରେ ଲୁକ୍କାୟିତ ବିରଳ ଶୈବପୀଠ ଶ୍ରୀ ମୀନାଝୋଲା 

masiha

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ସୁଜାତା

masiha

ଓଡ଼ିଶା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ

Sunil Chandra Nayak

Leave a Comment

error: Content is protected !!