ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟ: ଅସନ୍ତୁଷ୍ଟ ଛାତ୍ର ଛାତ୍ରୀ ଓ ଅଭିଭାବକ

ଢେ଼ଙ୍କାନାଳ(ମ ସୀ ହା) ୦୧/୦୪_କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଙ୍କ ମନମୁଖୀ କାର୍ଯ୍ୟ ରେ ଛାତ୍ରଛାତ୍ରୀ ଓ ଅଭିଭାବକ ହଇରାଣ ହେଉଛନ୍ତି। ୯୭ରୁ ୫୧ ଜଣ ପିଲାଙ୍କୁ ଜାଣିଶୁଣି ଫେଲ କରିଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଏହାକୁ ପ୍ରତିବାଦ କରି ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ବନମାଳୀ ପ୍ରସାଦ ନିକଟ କେନ୍ଦ୍ରୀୟ ବିଦ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ।

ଏକାଦଶ ଶ୍ରେଣୀର ୯୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୧ ଜଣଙ୍କୁ ବାର୍ଷିକ ପରୀକ୍ଷାରେ ଅଧ୍ୟକ୍ଷ ଜାଣିଶୁଣି ଫେଲ୍ କରିଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଅଧ୍ୟକ୍ଷଙ୍କୁ ପଚାରିବାକୁ ସେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଦୁର୍ବ୍ୟବହାରକ କରିଥିବା ଅଭିଯୋଗ ମଧ୍ୟ ହୋଇଛି। ସ୍କୁଲରେ ସ୍ଥାୟୀ ଶିକ୍ଷକ ନାହାନ୍ତି। ତରବରିଆ ଭାବେ କୋର୍ସ ସାରିଦିଆଯାଉଥିବା ମଧ୍ୟ କହିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ସମସ୍ତ ଫେଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପାସ କରିବାକୁ ସେମାନେ ଦାବି କରିଛନ୍ତି। 

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ସହ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ରସାୟନ ବିଜ୍ଞାନ ପ୍ରଫେସର ଙ୍କ ପରଲୋକ

Sunil Chandra Nayak

ଡମ୍ବବସା ଆମ୍ବ ତୋଟାରେ ଶୀତଳ ଷଷ୍ଠୀ ଯାତ୍ରା

Sunil Chandra Nayak

ଓଡିଆ ପକ୍ଷ ପାଳନ ଅବସରରେ ପାରମ୍ପରିକ ଖାଦ୍ୟ ଦିବସ ଓ ବିଭିନ୍ନ ପ୍ରତିଯୋଗୀତା କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!