ମୁଁ ଓଡ଼ିଆ ବୋଲି
ରାକେଶ ସାହୁ
ସବୁଦିନ ପରି ,ସମୀକ୍ଷା ନିଜ ପୁଅ କୁ ସ୍କୁଲ ବସ ରେ ଚଢ଼ାଇବାକୁ କମ୍ପ୍ଲେକ୍ସ ର ଗେଟ ପାଖକୁ ଗଲା । ଅନ୍ୟ ସ୍ତ୍ରୀଲୋକ ମନେ ବି ସେଠାକୁ ଆସିଥିଲେ। ସେମାନେ ସବୁ ଦେଶ ର ବିଭିନ୍ନ ପ୍ରାନ୍ତ ରୁ ଆସି ସେଠି ଘର କରି ଥିଲେ ।ହେଲେ ସବୁଦିନ ପିଲାଙ୍କୁ ଛାଡ଼ିବା ଅଳରେ ସେଥି ଠିଆ ହୋଇ ସମସ୍ତେ ଖୁବ୍ ଗପ କରନ୍ତି ।
ଚେନ୍ନାଇ ରୁ ଆସିଥିବା ଦୁର୍ଗା ଦଶମ ଯାଏଁ ପାଠ ପଢିଥିଲା ହେଲେ ସେ ନିଜ ଘରେ ଅତି କୁନି କୁନି ପିଲାଙ୍କୁ ଗଣିତ ଟିଉସନ୍ କରୁଥିଲା । ସେଥିପାଇଁ ତାର ଭାରି ଦବ ଦବା ସେଠି ଥିଲା । ସେ କିଛି ବି କହିଲେ ଲୋକ ଅତି ଆରାମ ରେ ମାନି ନଉଥିଲେ ।
ସେ ସକାଳୁ ପ୍ରାୟ ସବୁଦିନ ଇଡିଲି କରେ ବୋଧେ । ସେଥିପାଇଁ ଇଡ଼ିଲି ର ଉପଯୋଗୀତା ଖୁବ୍ କହେ ।
ଦିନେ କଥା ଛଳରେ ସେ ସମୀକ୍ଷା କୁ ପଚାରିଲା, “ତୁ ବ୍ରେକଫାଷ୍ଟ ରେ କଣ ଖାଉ? “
ସମୀକ୍ଷା କହିଲା ,” ଚୁଡ଼ା କଦଳୀ କି ରୁଟି ଭଜା!”
ହଠାତ୍ ସେଠାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଏକାସାଙ୍ଗେ କହିଲେ,” ଇସ୍! ଚୁଡ଼ା ସଙ୍ଗେ କଦଳୀ କେମିତି ଖାଇବ ! ”
ତାଙ୍କ ରିଆକ୍ସନ ଦେଖି ସମୀକ୍ଷା ଆଉ କିଛି କହିଲାନି।
ଡେରାଡୁନ ରୁ ଆସିଥିବା ରିତୁ କିନ୍ତୁ ସମ୍ପୂର୍ଣ୍ଣ ଅଲଗା । ଛୋଟ ସାପ ର ବିଷ ଅଧିକା ପରି। ଗେଡି ହୋଇ ଛୋଟ ଦେଖିବାକୁ ହେଲେ ମିଠା ମିଠା କଥାରେ କେତେବେଳେ ଚୋଟ ମାରିଦେଇଥିବ ଜଣା ପଡ଼ିବନି। ସେ କଣ ପଢିଥିଲା କେବେ କହେନି କିନ୍ତୁ ଅନ୍ୟ କାହାକୁ କିଛି କହିବାକୁ ବି ଦିଏନି। ସେ ନିଜ କୁ ଯେମିତି ଘରକରଣା ରେ ଏକ୍ସପର୍ଟ , ଏଭଳି ଦେଖାଏ।। ସେ ସବୁଦିନ ପ୍ରାୟ ଭେଣ୍ଡି ଭଜା କରେ ।ସମୀକ୍ଷା ତାକୁ ପଚାରିଲା ,” ତୁ ଭେଣ୍ଡି ଭଜା କେମିତି କରୁଚୁ ଯେ ଖାଲି ତାକୁ ଆଉ ଡାଲି ସଙ୍ଗେ ତମେ ରୁଟି ଖାଇଦେଉଚ? ”
ସେ ଜବାବ ଦେଲା ,” ଭେଣ୍ଡି ଭଜା କରିବା କଣ କମ୍ କଠିନ କାମ ତୋତେ ଲାଗୁଚି ! ପ୍ରଥମେ ମୁଁ ଭେଣ୍ଡି ଧୋଏ । ତାା ପରେ ଗୋଟି ଗୋଟି କୁ ଟୱେଲ ରେ ପୋଛି ସୁଖାଏ । ତାପରେ ତାକୁ କଟେ। ତା ପରେ ତାକୁ ଭଜେ। ଭାଜିବା ବେଳେ ବି ଦେଖିବାକୁ ହବ ଯେମିତି ଅଧିକ ସିଝି ନ ଯାଏ। ତା ପରେ ପିଆଜ ରସୁଣ ବଟା ଆଉ ଟମାଟୋ ଦେଇ ତାକୁ ଯୁକୁଜୁକିଆ ତରକାରୀ କରେ ।”
ସମୀକ୍ଷା ତାର ଏତେ ଅଳଙ୍କାରିକ ରନ୍ଧା ଠାଣି ର ବର୍ଣ୍ଣନା ଦେଖି ଭାବିଲା, ‘ହୋଇଥିବ ବୋଧେ , ଭାରି ସ୍ଵାଦିଷ୍ଟ ଖାଦ୍ୟ ! ‘
ସେ ସମୀକ୍ଷା କୁ ପଚାରିଲା ,” ଆଉ ତୁ କଣ ରାନ୍ଧୁ। “
ସମୀକ୍ଷା ତାକୁ ଡାଲମା କଥା କହିଲା । ସେଥିରେ ଦୁର୍ଗା ଆଉ ସେ ଦୁହେଁ ବଡ଼ ହତୋତ୍ସାହିତ ହୋଇ କହିଲେ ବିନା ଖଟା ବାଲା ଏ ସମ୍ବର ଆମକୁ ଲାଗୁନି ଏତେ ଭଲ ଲାଗୁ ଥିବ।
ତାଙ୍କ ସଙ୍ଗେ ତାଳ ଦେଇ ପାଟଣା ବିହାର ର ସୁଜାତା ବଡ଼ ମୁହଁ ହଲେଇ କହିଲା ,” କେଜାଣି ତମେ ଓଡ଼ିଆ ମାନେ ଏମିତି ଅଜବ ଖାଦ୍ୟ ସବୁ କେମିତି ଖାଅ! ଦେଖ! ଦୁନିଆ ର କୋଉ ବି ଦେଶ କୁ ଯା , ସେଥି ତୋତେ ଆମ ଖାଦ୍ୟ ର ମେନୁ ହୋଟେଲ ରେ ମିଳିଯିବ, ହେଲେ ତୁ ଯେତିକି ଖାଦ୍ୟ କଥା ଆମକୁ କହିଲୁଣି ସେଥିରୁ ଯଦି ଗୋଟେ ବି କୋଉ ହୋଟେଲ ରେ ମିଲନ୍ତା! ”
ତାଙ୍କ ସଙ୍ଗେ ତାଳଦେଇ କୋଲକାତା ର ଶିକୃତି ଆଉ ରାଜସ୍ଥାନ ର ସଂଗୀତା ବି ଖିଲ ଖିଲ ହୋଇ ହସି ଉଠିଲେ ।
ଦିଲ୍ଲୀ ରୁ ଆସିଥିବା ଶିଲା କହିଲା ,” ଏମିତି ବି ମୁଁ ଶୁଣିଲି ଓଡ଼ିଆ ଲୋକ ଖୁବ୍ ଗରିବ । ତାକୁ ଆମେ ଗରିବ ପ୍ରଦେଶ ବୋଲି ଭାବୁ । ତେଣୁ ତାଙ୍କ ଖାଇବା ଟା ବି ସେମିତି। “
ସମୀକ୍ଷା ତା କଥା ଶୁଣି ରାଗିଗଲା । ଭାବିଲା ‘ରହନ୍ତି ସିନା ଦେଶ ର ହୃଦୟ ଦିଲ୍ଲୀ ରେ ହେଲେ କଥା ରେ ପୁରା ହୃଦୟ ଚିରିଦେବେ !’
ସମୀକ୍ଷା କୁ ସେ କଥା ସବୁ ଭାରି କାଟିଲା ।
ସମୀକ୍ଷା ପରେ ଜାଣିଲା ଯେ ସେମାନେ ସବୁ ମାଟ୍ରିକ ଯାଏ ବି ପଢି ନାହାଁନ୍ତି । କିନ୍ତୁ ତା ପରି ପାଠ ପଢୁଆ ଲୋକ ଙ୍କ ର ମୁହଁ , ନିଜର କହିବା ଠାଣି ରେ କେତେ ଜଲଦି ବନ୍ଦ୍ କରିଦେଲେ!”
ସେଦିନ କଥା ରେ ସମୀକ୍ଷା ଭାବିଲା ସତରେ ଆମ ଓଡ଼ିଆ ସବୁ କଥାରେ ଏତେ ଉଦାସୀନ କାହିଁକି ? ସମୀକ୍ଷା ନିଜ କୁ ବି ତାଉଲିଲା । ଭାବିଲା ସେଇ ଖାଦ୍ୟକୁ ଯଦି ସେ ଆହୁରି ଆଳଙ୍କାରିକ କରି କିଛି ସୁନ୍ଦର୍ ବିଶେଷଣ ଦେଇ କହିଥାନ୍ତା, ବୋଧେ ତାକୁ ଏମିତି ଶୁଣିବାକୁ ପଡ଼ିନଥାନ୍ତା। ଡାଲମା ର ମଜା ଏମାନେ କଣ ଜାଣିବେ ଯିଏ ଭେଣ୍ଡି ତରକାରୀ ଖାଉଛନ୍ତି !
ମନେ ମନେ ସେ ଠିକ୍ କଲା ତାଙ୍କୁ ସବୁ ପାନେ ଦବାକୁ । କାହାର, ପ୍ରଦେଶ କି , କି ଦେଶ କୁ ନିଚା ଦେଖାଇବାର ଅଧିକାର କାହାର ବି ନାହିଁ । ଆଉ ସେ ଅଧିକାର ସେ କାହାକୁ ବି ଦେବନି ।
ଏମିତି ସବୁ କଥା କିଛି ଦିନ ଶୁଣିବା ପରେ, ସବୁଦିନ ସେଠାରେ ସେ ଠିଆ ହୁଏ ହେଲେ ତାଙ୍କ ର ସେ ଗର୍ବ ପୂର୍ଣ୍ଣ କଥାରେ ସେ ଭାଗ ନିଏନି ।
ସମସ୍ତ ଙ୍କ ପିଲା ଇଂଲିଶ ମିଡ଼ିଅମ୍ ସ୍କୁଲ ରେ ଥିଲେ । ଆଉ ସେ ସମସ୍ତେ ଅଧାପଠୁଆ । ସେଥିରେ ଇଂଲିଶ କହିବା ଆଉ ପଢ଼ିକି ବୁଝିବା ତାଙ୍କ ପାଇଁ ଖୁବ୍ ଚାଲେଞ୍ଜିଂ ଥିଲା।
ବହୁତ୍ ଦିନ ଯାଏଁ ସମୀକ୍ଷା କୁ ଏମିତି ଚୁପ୍ ଚାପ୍ ରହିବା ଦେଖି ଦିନେ ଏମିତି କଥାରେ କଥାରେ ସେମାନେ ସବୁ ଏକାଠି ହୋଇ କହିଲେ , ” ଆମର ଏଠି ଏତେ ଛୋଟ ଛୋଟ ଘର । ଆମେ ଟିଭି କି କିଛି କଥା ହେଲେ ପିଲା ପାଠ ପାଠ ପଢ଼ିବପାରୁନି ।ହେଲେ ସମୀକ୍ଷା ତୋର ତ ବହୁତ୍ ବଡ଼ ଘର ! ତୋତେ ଆମ ପରି ଏତେ ଅସୁବିଧା ହଉନଥିବ? ତୁ ବି ଏତେ ପାଠ ପଢ଼ିଚୁ ତୁ ଆମ ପିଲାଙ୍କୁ ପଢେଇ ପାରିବୁ । ତୁ ଟିଉସନ୍ ଆରମ୍ଭ କର । ଆମକୁ କହ କେତେ ପଇସା ନେଲେ ଟିଉସନ୍ ଆରମ୍ଭ କରିବୁ ! “
ସମୀକ୍ଷା ବୁଝିଗଲା ଏମିତି ଗୋଟେ ଭଲ କଥା କହି ପୁଣି ତାକୁ ନୀଚା ଦେଖେଇବେ ଗରିବ ଓଡ଼ିଆ ବୋଲି କହିକି ।
ସେ କହିଲା,” ମୋ ଘର ଏଠି ବହୁତ୍ ବଡ ହେଲେବି ମୁଁ ଏତେ ସନ୍ତୁଷ୍ଟ ନୁହେଁ!”
ସେମାନେ ସମସ୍ତେ ଏକ ସ୍ଵର ରେ କହିଲେ,” କାହିଁକି?
” କାରଣ ଆମେ ଓଡ଼ିଆ ମାନେ , ଆମ ନିଜ ପ୍ରଦେଶ ଛାଡି ବାହାରକୁ ଯିବାକୁ ଏତେ ଭଲପାଉ ନାହିଁ । ଯଦି ବା କିଏ ବାହାରକୁ ଗଲା ସେ ନିଜ ପାଇଁ ଗୋଟେ ଛୋଟ ଓଡ଼ିଶା ନିଜ ଚାରିପଟେ ତିଆରି କରିଦିଏ। ଏ ଯୋଉ ଫ୍ଲାଟ୍ ଘର ଆମକୁ ପସନ୍ଦ ନୁହେଁ । ଆମେ ଜୀବନ ଯାକ ବଂଗ୍ଲୋ ରେ ଯେ ରହିଛୁ । ଆମ ର ସମସ୍ତଙ୍କର ଘର ନିଜ ଜାଗା ଉପରେ , ପଛରେ ଗୋଟେ ଛୋଟ ବାଡି ଟେ ନିଶ୍ଚୟ ଥିବ । ଆଉ ଆମ ଖାଦ୍ୟ ଖୁବ୍ ସରଳ ଆଉ ପୌଷ୍ଟିକ କାରଣ ଆମେ ତାଜା ପନିପରିବା ରେ ତିଆରି ଖାଦ୍ୟ ହିଁ ଖାଉ। ଯେତେ ଗରିବ ହେଲେ ବି ବାରିରୁ ମୁଠେ ଶାଗ , ଛୁଇଁ, ଅମୃତ ଭଣ୍ଡା ଆଉ ନଈରୁ ହଉ କି ଗାଁ ଗାଡିଆ ରୁ ହଉ, ତାଙ୍କୁ ଢେର୍ ସାରା ମାଛ ମିଳିଯାଏ । ଏତେ ତାଜା ପାରିବା ହୋଟେଲ ମାନେ ପାଇବେ କୋଉଠୁ ! ସେଥିପାଇଁ ହୋଟେଲ ମାନଙ୍କରେ ଆମ ଖାଦ୍ୟ ମିଳେ ନାହିଁ। ପ୍ରକୃତରେ ଆମେ ବହୁତ୍ ଧନୀ । କିନ୍ତୁ ନିଜ କୁ ମାର୍କେଟ କରିବାର ଗୁଣ ଟା ଆମର କମ୍ ସେଥିପାଇଁ ଲୋକ ଆମକୁ ଗରିବ ଭାବୁଛନ୍ତି । ତମେ ନିଜେ ଦେଖୁନ ତମେ ସବୁ ଏତେ ଧନୀ ପ୍ରଦେଶ ରୁ ଆସିଛ ବୋଲି କହୁଚ ହେଲେ ନିଜେ ସ୍ବୀକାର କରୁଚ ଯେ ମୁଁ ବଡ଼ ଘରେ ରହୁଛି। ଆଉ ଏ କଥା ବି ସ୍ୱୀକାର କରୁଛ ଯେ ମୁଁ ତୁମ ସମସ୍ତଙ୍କ ଠୁ ଅଧିକ ଜ୍ଞାନୀ । ସେଥିପାଇଁ ତ ପିଲା ଙ୍କୁ ପଠେଇବା କୁ କହୁଚ! ହେଲେ ମୁଁ ସେ କାମ କରି ପାରିବିନି । କାରଣ ମୁଁ କିଛି ନକରି ତମେ ମାନେ ମୋ ପ୍ରଦେଶ କୁ ଦ୍ୱାହି ଦେଇ ଏତେ ଟାଣ ଟାଣ କଥା ମୋତେ ଶୁଣାଉଛ, ଆଉ ତମ ପିଲା ଙ୍କୁ ମୁଁ ପଢେଇବି ଯଦି କାହାର କିଛି ଖରାପ ହେଲା ତେବେ ମୋ ଅବସ୍ଥା ଖରାପ କରିଦେବ ! ”
ସେମାନେ ହଠାତ୍ ସବୁ ଚୁପ୍ ହୋଇଗଲେ ।
ହେଲେ ସମୀକ୍ଷା ଭାବୁଥିଲା ପୁଣି ସେ ଓଡ଼ିଆ ହେବାର ପରିଚୟ ଟାକୁ ଛାଡ଼ିପରିଲାନି ।ନିଜ ଆତ୍ମ ସମ୍ମାନ କୁ ସେ ବଳି ଦେଇପାରିଲାନି । ନହେଲେ ଟିକେ ଗାଳି କି ଆକ୍ଷେପ ଭରା କଥା ଶୁଣିଥାନ୍ତା, ହେଲେ ଘରେ ବସି ବସି ବେଶ୍ ପଇସା କମେଇ ପାରିଥାନ୍ତା ।
ରାକେଶ ସାହୁ , ଖୋର୍ଦ୍ଧା,ବାଣପୁର, ଚିଲିକା