ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଷ୍ଠରୋଗ ସନ୍ଦେହ ବ୍ୟକ୍ତିଙ୍କ ପ୍ରାଥମିକ ପରୀକ୍ଷଣ ଓ ପ୍ରେରଣ କାର୍ଯ୍ୟ ସଚେତନ କର୍ମଶାଳା 

କୁଷ୍ଠରୋଗ ସନ୍ଦେହ ବ୍ୟକ୍ତିଙ୍କ ପ୍ରାଥମିକ ପରୀକ୍ଷଣ ଓ ପ୍ରେରଣ କାର୍ଯ୍ୟ ସଚେତନ କର୍ମଶାଳା 

ଧର୍ମଗଡ଼: ଧର୍ମଗଡ଼ ବ୍ଳକ୍ ଅନ୍ତର୍ଗତ ଟିପିଗୁଡା଼ ଗ୍ରାମ ପଞ୍ଚାୟତ ସଭା ଗୃହଠାରେ ଆଜି କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ସମିତି (କୁଷ୍ଠ ନିରାକରଣ ବିଭାଗ) ଓ ଲେପ୍ରା ସୋସାଇଟୀ (ସ୍ୱାଭିମାନ ପ୍ରକଳ୍ପ)ଙ୍କ ମିଳିତ ଆନୁକୂଲ୍ୟରେ କୁଷ୍ଠରୋଗ ସନ୍ଦେହାସ୍ପଦ ବ୍ୟକ୍ତିଙ୍କୁ ପ୍ରାଥମିକ ପରୀକ୍ଷଣ ଏବଂ ନିଦାନ ଓ ଚିକିତ୍ସା ନିମନ୍ତେ ସରକାରୀ ଡାକ୍ତରଖାନାକୁ ପ୍ରେରଣ ସମ୍ବନ୍ଧୀୟ ଏକ କର୍ମଶାଳା ଟିପିଗୁଡା଼ ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି।ସରପଞ୍ଚ ହାତୀରାମ ଦୁର୍ଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ଧର୍ମଗଡ଼ ବ୍ଳକ୍ ନୋଡାଲ୍ ଲେପ୍ରୋସି ୱର୍କର୍ ସୁଶାନ୍ତ କୁମାର ବେହେରା ଓ ଟିପିଗୁଡା଼ ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ବିଷ୍ଣୁ ପ୍ରସାଦ ନାଏକ ଉପସ୍ଥିତ ରହି ଚବିଶ ଜଣ ଗ୍ରାମୀଣ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ (PMP/RMP/TH)ଙ୍କୁ କୁଷ୍ଠରୋଗର କାରଣ, ଲକ୍ଷଣ, ପ୍ରଭାବ ଓ ଚିକିତ୍ସା ତଥା ଏହାର ନିରାକରଣ ସମ୍ବନ୍ଧୀୟ ବିଭିନ୍ନ ବିଷୟ ବୁଝାଇବାସହ କୁଷ୍ଠରୋଗ ସନ୍ଦେହାସ୍ପଦ ବ୍ୟକ୍ତିଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ପ୍ରେରଣ କରିବା ନିମନ୍ତେ ଅବଗତ କରିଥିଲେ। 

ଏହି କର୍ମଶାଳାରେ ସରପଞ୍ଚ ଶ୍ରୀ ହାତୀରାମ ଦୁର୍ଗା, କୁଷ୍ଠରୋଗପ୍ରତି ରହିଥିବା ଦୀର୍ଘ କାଳର ଅନ୍ଧ ବିଶ୍ୱାସ ଓ ଘୃଣାଭାବକୁ ଜନ ଜାଗରଣ ଓ ସ୍ୱାସ୍ଥ୍ୟ ସଚେତନ ଦ୍ୱାରା ହଟାଇ ଆମ ସମାଜକୁ ସମ୍ପୂର୍ଣ କୁଷ୍ଠ ମୁକ୍ତ କରିବା ପାଇଁ ଅଞ୍ଚଳବାସୀଙ୍କୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଲେପ୍ରା ସୋସାଇଟିର କ୍ଷେତ୍ର ସଂଯୋଜକ ଶିଶିର କୁମାର ସାବତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କାମୃଗୁରୁ’ଙ୍କ ସ୍ମୃତୀ ଦିବସ ଅବସର ରେ ମାନସିକ ସ୍ବାସ୍ଥ୍ୟ ଶିକ୍ଷା ନେଇ ବୈଠକ ଅନୁଷ୍ଠିତ

Sunil Chandra Nayak

ଉତ୍କଳମଣି ସେବା ସଂସ୍ଥା ଦ୍ୱାରା ଏନଏସି ସଫେଇ କର୍ମଚାରୀ ଙ୍କୁ ସମ୍ବର୍ଦ୍ଧନା 

masiha

ମୁଣ୍ଡରା ଗୁଡା ଛକରେ ଘଟୁଛି ଦୁର୍ଘଟଣା ହମ୍ପସ ଦାବି କଲେ ଲୋକେ

Sunil Chandra Nayak

Leave a Comment

error: Content is protected !!