ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳ ପକ୍ଷରୁ ବର୍ଣ୍ଣାଢ଼୍ୟ “ଭାରତ କୋ ଜାନୋ” ଓ “ରାଷ୍ଟ୍ରୀୟ ସମୂହ ଗାନ” ପ୍ରତିଯୋଗିତା -୨୦୨୬ ଅନୁଷ୍ଠିତ 

ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳ ପକ୍ଷରୁ ବର୍ଣ୍ଣାଢ଼୍ୟ “ଭାରତ କୋ ଜାନୋ” ଓ “ରାଷ୍ଟ୍ରୀୟ ସମୂହ ଗାନ” ପ୍ରତିଯୋଗିତା -୨୦୨୬ ଅନୁଷ୍ଠିତ 

“ସମ୍ପର୍କ ସହଯୋଗ ସଂସ୍କାର ସେବା ସମର୍ପଣ ହିଁ ରାଷ୍ଟ୍ର ଗଠନର ମୂଳମନ୍ତ୍ର”
“ରାଷ୍ଟ୍ର ଦେବୋ ଭବ ଭାବଧାରା ରାଷ୍ଟ୍ର ଭକ୍ତି ଭାବନା ଜାଗରଣ ତଥା ନୈତିକ ମୂଲ୍ୟବୋଧ ବିକାଶର ମୂଳାଧାର”

ଢେଙ୍କାନାଳ:ତା.୧୬.୦୯.୨୦୨୬ ରିଖ : ସ୍ଥାନୀୟ ଢେଙ୍କାନାଳ ଆର୍ଟ ଆଣ୍ଡ କ୍ରାଫ୍ଟ ପ୍ରେକ୍ଷାଳୟରେ ପ୍ରାତଃ ୯ ଘଟିକା ସମୟରେ ଶହୀଦ ବାଜିରାଉତ୍ ଶାଖା,ଭାରତ ବିକାଶ ପରିଷଦ,ଓଡ଼ିଶା ପକ୍ଷରୁ ବର୍ଣ୍ଣାଢ଼୍ୟ ଭାରତ କୋ ଜାନୋ ଓ ରାଷ୍ଟ୍ରୀୟ ସମୂହ ଗାନ ପ୍ରତିଯୋଗିତା -୨୦୨୬ ଅନୁଷ୍ଠିତ ହୋଇଯାଇଛି।ପ୍ରଥମାର୍ଦ୍ଧରେ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ସତ୍ୟବାଦୀ ଦାଶ ଅଧ୍ୟକ୍ଷ, ଭା.ବି.ପ ପୂର୍ବପ୍ରାନ୍ତ,ଓଡ଼ିଶା ଉଦ୍ ଘାଟନ କରିଥିଲେ।ଉଦ୍ ଘାଟକ ସ୍ଵୀୟ ଅଭିଭାଷଣରେ ସମ୍ପର୍କ ସହଯୋଗ ସଂସ୍କାର ସେବା ସମର୍ପଣ ହିଁ ରାଷ୍ଟ୍ର ଗଠନର ମୂଳମନ୍ତ୍ର।ରାଷ୍ଟ୍ର ଦେବୋ ଭବ ଭାବଧାରା ରାଷ୍ଟ୍ର ଭକ୍ତି ଭାବନା ଜାଗରଣ ନୈତିକ ମୂଲ୍ୟବୋଧର ବିକାଶର ମୂଳାଧାର ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ପରେ ପରେ ୧୧ ଟି ବିଦ୍ୟାଳୟ ଓ ୬ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଆସିଥିବା ବରିଷ୍ଠ ୧୬ ଦଳର ୩୨ ଜଣ ଓ କନିଷ୍ଠ ବିଭାଗର ୯ ଟି ଦଳର ୧୮ ଜଣ ଛାତ୍ରୀ,ଛାତ୍ର ମାନଙ୍କୁ ନେଇ “ଭାରତ କୋ ଜାନୋ” କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ କୁଇଜ୍ ମାଷ୍ଟର ଭାବେ ରାଜୀବ କୁମାର ମାହୁନ୍ତ ପରିଚାଳନା କରିଥିଲେ।ଦ୍ୱିତୀୟାର୍ଦ୍ଧରେ ପାଞ୍ଚଟି ବିଦ୍ୟାଳୟର ୪୦ ଜଣ ଛାତ୍ରୀ,ଛାତ୍ରମାନଙ୍କୁ ନେଇ ହିନ୍ଦୀ,ସଂସ୍କୃତ ଓ ଓଡ଼ିଆ ଭାଷାରେ ରାଷ୍ଟ୍ରୀୟ ସମୂହ ଗାନ ପ୍ରତିଯୋଗିତା -୨୦୨୬ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ପରିଷଦର ସବିତା ଧୀର ସଞ୍ଚାଳନ କରିଥିଲେ।ବିଚାରକ ଭାବରେ ଗୁରୁ ଯାମିନୀ ରଞ୍ଜନ ଦାଶ,ବିଷ୍ଣୁପ୍ରିୟା ମିଶ୍ର ଓ ସୁଶ୍ରୀ ଡ.ଅଙ୍କିତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମୂଲ୍ୟାଙ୍କନ କରିଥିଲେ ଓ ମଞ୍ଚରେ ସେମାନଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା।ସନ୍ଧ୍ୟା ୫ ଘଟିକା ସମୟରେ ସଭାପତି ବାବୁଚାନ୍ଦ ମହାଳିକଙ୍କ ଅଧ୍ଯକ୍ଷତାରେ ଓ ସତ୍ୟନାରାୟଣ କରଙ୍କ ମଞ୍ଚ ସଞ୍ଚାଳନରେ ସଭାପର୍ବ ଓ ଉଦ୍ ଯାପନୀ ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟଅତିଥି ଭାବେ ସତ୍ୟବାଦୀ ଦାଶ ଅଧ୍ୟକ୍ଷ,ଭା.ବି.ପ ପୂର୍ବପ୍ରାନ୍ତ,ଓଡ଼ିଶା,ମୁଖ୍ୟବକ୍ତା ଭାବେ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଅଧ୍ୟକ୍ଷ ଭା.ବି.ପ ପଶ୍ଚିମପ୍ରାନ୍ତ,ଓଡ଼ିଶା ତଥା ଉପନିର୍ଦ୍ଦେଶକ,ଉଦ୍ୟାନ ବିଭାଗ,ସମ୍ବଲପୁର,ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଡ.ପ୍ରଶାନ୍ତ କୁମାର ନାୟକ, ନିର୍ଦ୍ଦେଶକ,ସିନର୍ଜୀ ଯାନ୍ତ୍ରିକ ମହାବିଦ୍ୟାଳୟ,ଢେଙ୍କାନାଳ ନିରଦାନନ୍ଦ ନନ୍ଦ,ପରିଚାଳନା ନିର୍ଦ୍ଦେଶକ,ଭୂମି ଇନ୍ ଫ୍ରା, ଭୁବନେଶ୍ୱର,ସଚ୍ଚିଦାନନ୍ଦ ନାୟକ,ଅର୍ଥ ସଚିବ,ଭା.ବି.ପ ପୂର୍ବ ପ୍ରାନ୍ତ,ଓଡ଼ିଶା,ବିଜୟ କୁମାର ମୋଦୀ,କ୍ଷେତ୍ରୀୟ ପର୍ଯ୍ୟାବରଣ ସଂଯୋଜକ,ଭା.ବି.ପ,ଓଡ଼ିଶା,ମଞ୍ଚ ସମ୍ମୁଖର ବିଶେଷ ନିମନ୍ତ୍ରିତ ଅତିଥି ଭାବରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ(ରା.ସ. ସ), ଢେଙ୍କାନାଳର ସହ ବିଭାଗ ସଂଘ ଚାଳକ,ଇଂ.ହୃଦାନନ୍ଦ ଶତପଥୀ,ପ୍ରଶାନ୍ତ କୁମାର ମିଶ୍ର,ବିଭାଗ ସମ୍ପର୍କ ପ୍ରମୁଖ, ଶଶିକାନ୍ତ ଦାସ,ସହ ବିଭାଗ କାର୍ଯ୍ୟବାହ,ଶକ୍ତି ପ୍ରସାଦ ନନ୍ଦ, କୁଟୁମ୍ବ ପ୍ରବୋଧନ ପ୍ରମୁଖ,ଦେବବ୍ରତ ପୃଷ୍ଟି,ସହସଂପର୍କ ପ୍ରମୁଖ, ବିନୟ କୁମାର ପ୍ରଧାନ,ନଗର କାର୍ଯ୍ୟବାହ,ଆଡ୍ ଭୋକେଟ୍ ଦୀପକ ପ୍ରସାଦ ପଟ୍ଟନାୟକ,ଗଗନ ବିହାରୀ ନାୟକ,ସମ୍ପାଦକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର ସମେତ ଅନେକ ବରିଷ୍ଠ କର୍ମକର୍ତ୍ତା ତଥା ସମାଜସେବୀ ବୃନ୍ଦ ଯୋଗଦାନ କରିଥିଲେ।ମୁଖ୍ୟଅତିଥି ସତ୍ୟବାଦୀ ଦାଶ ଅଧ୍ୟକ୍ଷ,ଭା.ବି.ପ ପୂର୍ବପ୍ରାନ୍ତ,ଓଡ଼ିଶା, ସ୍ଵୀୟ ବକ୍ତବ୍ୟର “ଭାରତ କୋ ଜାନୋ” ଓ “ରାଷ୍ଟ୍ରୀୟ ସମୂହ ଗାନ” ପ୍ରତିଯୋଗିତା ଭାରତ ବିକାଶ ପରିଷଦର ଏକ ଅଭିନବ ପ୍ରୟାସ ଯାହାଦ୍ଵାରା ଛାତ୍ରୀ,ଛାତ୍ରମାନଙ୍କ ମଧ୍ୟରେ ଭାରତ ସମ୍ପର୍କରେ ସବିଶେଷ ଧାରଣା ଓ ଦେଶପ୍ରେମ ଭାବ ଜାଗ୍ରତ ହୋଇପାରିବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ମୁଖ୍ୟବକ୍ତା ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଅଧ୍ୟକ୍ଷ ଭା.ବି.ପ ପଶ୍ଚିମପ୍ରାନ୍ତ,ଓଡ଼ିଶା ତଥା ଉପନିର୍ଦ୍ଦେଶକ,ଉଦ୍ୟାନ ବିଭାଗ,ସମ୍ବଲପୁର ସ୍ଵୀୟ ବକ୍ତବ୍ୟରେ ଭାରତ ବର୍ଷର ଐତିହାସିକ ପୃଷ୍ଠ ଭୂମି ସମ୍ପର୍କରେ ସବିଶେଷ ବହୁ ମୂଲ୍ୟବାନ ତଥ୍ୟାବଳୀ ପ୍ରଦାନ କରି ଏହା ଯେ ପୃଥିବୀରେ ଶ୍ରେଷ୍ଠ ଓ ବିଶ୍ଵଗୁରୁର ଆସନରେ ଅଧିଷ୍ଠିତ ହେବ ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ ବୋଲି ଦୃଢ଼ ମତପୋଷଣ କରିଥିଲେ।ସଭାପତି ଇଂ.ବାବୁଚାନ୍ଦ ମହାଳିକ ପ୍ରଦାନ କରି ସ୍ଵୀୟ ବକ୍ତବ୍ୟରେ ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା,ଢେଙ୍କାନାଳର ୬ ବର୍ଷର ସଫଳ କାର୍ଯ୍ୟାବଳୀସବୁ ସମସ୍ତଙ୍କ ପାଇଁ ଏକ ଦୃଷ୍ଟାନ୍ତ ହୋଇପାରିଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।”ଭାରତ କୋ ଜାନୋ” -୨୦୨୬ ବରିଷ୍ଠ ବିଭାଗରେ ପି ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ,ଢେଙ୍କାନାଳ ପ୍ରଥମ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଢେଙ୍କାନାଳ ଦ୍ୱିତୀୟ,ସାଇକୃପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଢେଙ୍କାନାଳ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସେହିପରି “ଭାରତ କୋ ଜାନୋ”କନିଷ୍ଠ ବିଭାଗରେ ମଣ୍ଟଫୋର୍ଟ ସ୍କୁଲ୍,ଢେଙ୍କାନାଳ ପ୍ରଥମ ,ଦିଲ୍ଲୀ ପବ୍ଲିକ ସ୍କୁଲ୍,ଢେଙ୍କାନାଳ ଦ୍ୱିତୀୟ ଓ ରୟାଲ ଇଣ୍ଟରନ୍ୟାଶନାଲ୍ ପବ୍ଲିକ୍ ସ୍କୁଲ୍ ତୃତୀୟ ସ୍ଥାନ ହାସଲ କରିଥିଲେ।”ଭାରତ କୋ ଜାନୋ” -୨୦୨୬ ବରିଷ୍ଠ ବିଭାଗରେ ପି ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ,ଢେଙ୍କାନାଳ ପ୍ରଥମ ସ୍ଥାନ ଓ “ଭାରତ କୋ ଜାନୋ”କନିଷ୍ଠ ବିଭାଗରେ ମଣ୍ଟଫୋର୍ଟ ସ୍କୁଲ୍,ଢେଙ୍କାନାଳ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶା ରାଜ୍ଯ ପ୍ରାନ୍ତୀୟ ସ୍ତରରେ ଯୋଗଦାନ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। 

“ରାଷ୍ଟ୍ରୀୟ ସମୂହ ଗାନ” ପ୍ରତିଯୋଗିତା -୨୦୨୬ ରେ ଦିଲ୍ଲୀ ପବ୍ଲିକ ସ୍କୁଲ୍,ଢେଙ୍କାନାଳ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶା ରାଜ୍ଯ ପ୍ରାନ୍ତୀୟ ସ୍ତରରେ ଯୋଗଦାନ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। “ରାଷ୍ଟ୍ରୀୟ ସମୂହ ଗାନ” ପ୍ରତିଯୋଗିତା ହିନ୍ଦୀ ଭାଷାରେ ଦିଲ୍ଲୀ ପବ୍ଲିକ ସ୍କୁଲ୍,ଢେଙ୍କାନାଳ ପ୍ରଥମ,ସେଣ୍ଟ ଜାଭିୟର୍ସ ହାଇସ୍କୁଲ୍ ,ଢେଙ୍କାନାଳ ଦ୍ଵିତୀୟ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଢେଙ୍କାନାଳ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସଂସ୍କୃତ ଭାଷାରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲ୍ ,ଢେଙ୍କାନାଳ ପ୍ରଥମ,ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ ,ଢେଙ୍କାନାଳ ଦ୍ୱିତୀୟ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ଢେଙ୍କାନାଳ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଓଡ଼ିଆ ଭାଷାରେ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍,ଢେଙ୍କାନାଳ ପ୍ରଥମ,ମଣ୍ଟଫୋର୍ଟ ସ୍କୁଲ୍ ,ଢେଙ୍କାନାଳ ଦ୍ଵିତୀୟ ଓ ସେଣ୍ଟ ଜାଭିୟର୍ସ ହାଇସ୍କୁଲ୍ ,ଢେଙ୍କାନାଳ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।ମଞ୍ଚାସୀନ ଅତିଥିବୃନ୍ଦ ସମସ୍ତ କୃତୀ ପ୍ରତିଯୋଗୀବୃନ୍ଦଙ୍କୁ ପର୍ଯ୍ୟାୟ କ୍ରମେ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।ଶିଶୁ ପ୍ରତିଭା ସୁଶ୍ରୀ ଶୀତଳ ପରିଡାଙ୍କୁ ସଙ୍ଗୀତ କ୍ଷେତ୍ରରେ ରାଜ୍ୟସ୍ତରରେ ଉଚ୍ଚ ମାନର ପ୍ରଦର୍ଶନ ପାଇଁ,ଡା.ପଙ୍କଜ କୁମାର ମିଶ୍ରଙ୍କୁ ଆଜୀବନ ଉଚ୍ଚମାନର ନିଃସ୍ଵାର୍ଥପର ଡାକ୍ତରୀ ସେବାପ୍ରଦାନ ଓ ମୋବାଇଲ୍ ଆପ୍ ଜରିଆରେ ରୋଗୀ ସେବା ନିମିତ୍ତ,ଗୋ – ସେବା ବ୍ରତୀ ଅମୂଲ୍ୟ କୁମାର ମଲ୍ଲିକ୍ ଙ୍କୁ ଗୋ ମାତାର ସେବା,ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ସଫଳ ସାମାଜିକ ସେବାକାର୍ଯ୍ୟ ପାଇଁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧିତ କରାଯାଇଥିଲା।ସେହିପରି ଶାଖାର ସମସ୍ତ ନୂତନ ସଦସ୍ୟା ଓ ସଦସ୍ୟ ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା।ପ୍ରାରମ୍ଭରେ ଜଗନ୍ନାଥଙ୍କ ପ୍ରତିକୃତିରେ,ଭାରତ ମାତା,ସ୍ଵାମୀ ବିବେକାନନ୍ଦ ଓ ସର୍ବକନିଷ୍ଠ ଶହୀଦ ବାଜିରାଉତଙ୍କ ଫଟୋ ଚିତ୍ରରେ ପୁଷ୍ପ,ଧୂପ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ,ମଙ୍ଗଳାଚରଣ ଗାନ ଓ ସାମୁହିକ ବନ୍ଦେ ମାତରମ୍ ଗାନ କରାଯାଇଥିଲା।ଶାଖାର ସମ୍ପାଦକ ଉଷାରାଣୀ ଦାସ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମର ମଝିରେ ମଝିରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମରେ ଦେଶାତ୍ମବୋଧକ ସଙ୍ଗୀତ ଗାନ ଓ ଦଳଗତ ନୃତ୍ୟ ପରିବେଷଣ ଦର୍ଶକ ମଣ୍ଡଳୀ ଦ୍ୱାରା ବେଶ୍ ଉପଭୋଗ୍ୟ ତଥା ଉଚ୍ଚ ପ୍ରଶଂସିତ ହୋଇଥିଲା।ଶାଖାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସଫଳ ନେତୃତ୍ୱ, ମାର୍ଗଦର୍ଶନରେ ଓ ସଦସ୍ୟା,ସଦସ୍ୟ ବୃନ୍ଦଙ୍କ ସମ୍ମିଳିତ ପ୍ରଚେଷ୍ଟାରେ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା।ପରିଶେଷରେ ଅନିଲ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସାମୁହିକ ଜାତୀୟ ସଂଗୀତଗାନ ପରେ ସଭାକାର୍ଯ୍ୟର ପରିସମାପ୍ତି ହୋଇଥିଲା ବୋଲି ଶାଖା ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ତରଫରୁ ଧାରଣା

masiha

ଗଣେଶ ପୂଜା ଉପଲକ୍ଷେ ନୂଆଖାଇ ଭେଟଘାଟ 

masiha

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗଣ ଦୌଡ଼ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!