ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଓ ମୂଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଚାଉଳ ବଣ୍ଟନ ରେ ବ୍ୟାପକ ଅବହେଳା 

ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଓ ମୂଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଚାଉଳ ବଣ୍ଟନ ରେ ବ୍ୟାପକ ଅବହେଳା 

ନର୍ଲା,:- ସାରା ଭାରତ ରେ ବସବାସ କରୁଥିବା ସଧାରଣ ଗରୀବ ,ଖଟିଖିଆ, ଚାଷୀ, ମୂଲିଆ, ଶ୍ରମିକ ତଥା ଭିନ୍ନକ୍ଷମ ମାନଙ୍କ ପାଇଁ କେନ୍ଦ୍ର ସରକାର ଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଓ ମୂଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ରେ ଅନ୍ତର୍ଭୁକ୍ତ NFSA /SFSS ଯୋଜନାରେ PHH ଅନ୍ତର୍ଭୁକ୍ତ ହିତାଧୀକାରୀ କାର୍ଡ ଧାରୀ ଙ୍କୁ ମୁଣ୍ଡପିଛା ୫ କେଜି ମାଗଣା ଚାଉଳ ଓ AAY ଯୋଜନାରେ ସାମିଲ୍ ହୋଇଥିବା କାର୍ଡ ଧାରୀ ହିତାଧିକାରୀ ଙ୍କୁ ୩୫ କେଜି ଲେଖାଏଁ ଦୁଇ ମାସର ମାଗଣା ଚାଉଳ ବଣ୍ଟନ କରିବା ବ୍ୟବସ୍ଥା ରହିଛି। ଚଳିତ ବର୍ଷ 2026 ଅନୁଯାୟୀ ରାଜ୍ୟ ସରକାର ଚିଠି ନମ୍ବର୍ -12406 ତା- -20-07-2026 ଜୁଲାଇ ଓ ଅଗଷ୍ଟ ମାସରେ ହିତାଧୀକାରୀ ଙ୍କୁ ଚାଉଳ ବଣ୍ଟନ ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ର ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ନିର୍ଦେଶନାମା ଦିଆଯାଇଥିଲା। ଜୁଲାଇ 21 ତାରିଖ ଦିନ ଠାରୁ 27 ଜୁଲାଇ ପର୍ଯ୍ୟନ୍ତ ଚାଉଳ ବଣ୍ଟନ ପ୍ରକ୍ରିୟା ଶେଷ କରିବା ପାଇଁ ନିର୍ଦ୍ଦେଶନାମା ହୋଇଥିଲା କିନ୍ତୁ କଳାହାଣ୍ଡି ଜିଲ୍ଲା 13 ଗୋଟି ବ୍ଳକ୍ ରେ ଥିବା ବିଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କରେ ବର୍ତମାନ ସୁଦ୍ଧା ଚାଉଳ ବଣ୍ଟନ ପ୍ରକ୍ରିୟା ମନ୍ଥର ଅବସ୍ତାରେ ରହିଛି । କୌଣସି କାରଣ ବଶତଃ ଲିଫ୍ଟିଙ୍ଗ ହୋଇପାରିନାହିଁ । ପଞ୍ଚାୟତ ଗୋଦମରେ ଚାଉଳ ଷ୍ଟକ୍ ନାହିଁ। ଯାହାଦ୍ବାରା ଖାଉଟି ହିତାଧୀକାରୀ ମାନେ ବାରମ୍ବାର ଗ୍ରାମପଞ୍ଚାୟତ କୁ ଆସି ଚାଉଳ ନ ପାଇଁ ନିରାଶ ହୋଇ ଘରକୁ ଫେରୁଛନ୍ତି ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଜିଲ୍ଲା ର ସମସ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟରତ ଯୋଗାଣ ସହାୟକ ମାନଙ୍କୁ ହିତାଧୀକାରୀ ମାନେ ଖରାପ ବ୍ୟବହାର କରୁଛନ୍ତି ଯାହାଦ୍ବାରା ଜିଲ୍ଲାର କାର୍ଯ୍ୟରତ ଯୋଗାଣ ସହାୟକ ମାନେ ଜିଲ୍ଲା ଯୋଗାଣ ଅଧିକାରୀ ଓ ବ୍ଳକ୍ ଯୋଗାଣ ଅଧିକାରୀ ଙ୍କ ଚାପ ପ୍ରୟୋଗ ବଶବର୍ତ୍ତୀ ହୋଇ ଶାରୀରିକ ମାନସିକ ଚାପରେ ରହିଛନ୍ତି । ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ ମଲ୍ଲିକ ଙ୍କ ନିର୍ଦେଶ ଅନୁଯାୟୀ ସେପ୍ଟେମ୍ବର ଓ ଅକ୍ଟୋବର ମାସର ଚାଉଳ ବଣ୍ଟନ କରିବା ପାଇଁ ଚାପ ପ୍ରୟୋଗ କରୁଥିବା ଯୋଗାଣ ସହାୟକ ଗୋଷ୍ଟିରେ ଚର୍ଚ୍ଚା ହେଉଛି। ଗୋଟିଏ ପଟେ ଲିଫଟିଙ୍ଗ ଓ ପରିଚାଳନାରେ ଅବହେଳା ଅନ୍ୟପଟେ ଜୁଲାଇ ଅଗଷ୍ଟ ମାସର ଚାଉଳ ବଣ୍ଟନରେ ଚାଉଳ ଷ୍ଟକ୍ ନ ଥିବା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହୋଇଥିବା ବେଳେ ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ପଚାରିବାରୁ କଳାହାଣ୍ଡି ଜିଲ୍ଲାରେ ଥିବା ସମସ୍ତ ବ୍ଳକ୍ ଯୋଗାଣ ଅଧିକାରୀ କୁ ଚିଠି -2744 ତା -24/08/26 ମାଧ୍ୟମରେ ନିର୍ଦେଶ ଦିଆଯାଇଛି ଜୁଲାଇ ଓ ଅଗଷ୍ଟ ମାସର ଚାଉଳ ତିନି ଦିନ ମଧ୍ୟରେ ବଣ୍ଟନ କରାଯିବ 75 ପ୍ରତିଶତ ଲିପ୍ ଟିଙ୍ଗ ହେଇଛି ବର୍ଷା ଓ ଲେବର ସମସ୍ୟା ସୃଷ୍ଟି ହେବାରୁ ଏଭଳି ସମସ୍ୟା ଦେଖାଦେଇଛି ଓ ଚାରି ମାସର ଚାଉଳ ବଣ୍ଟନ ପାଇଁ ବ୍ୟବସ୍ଥା ରହିଛି ବୋଲି ସୂଚନା ଦେଇଛନ୍ତି। ଏଠି ଅଭିଯୋଗ ହୋଇଛି ପଞ୍ଚାୟତ ରେ ଜୁଲାଇ ଅଗଷ୍ଟ ମାସର ଚାଉଳ ପର୍ଯ୍ୟାପ୍ତ ପରିମାଣ ରେ ଷ୍ଟକ୍ ନାହିଁ କେମିତି ଯୋଗାଣ ସହାୟକ ଚାଉଳ ବଣ୍ଟନ କରିବେ ? ହିତାଧିକାରୀ ଙ୍କୁ କିପରି ଭାବରେ ଚାରି ମାସର ଚାଉଳ ବଣ୍ଟନ କରାଯିବ ଏଥି ପ୍ରତି ଜିଲ୍ଲାପାଳ ହସ୍ତକ୍ଷେପ କରିବା ପାଇଁ ସାଧାରଣରେ ଅଭିଯୋଗ ହେଉଛି।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

କୋଇଡା ପ୍ରେସ କ୍ଲବ ତରଫରୁ ଜଳଛତ୍ର ଓ଼ ପଣା ବଣ୍ଟନ କାର୍ଯ୍ୟକ୍ରମ 

masiha

ରାଇରଙ୍ଗପୁର ସରସ୍ବତୀ ଶିଶୁ ମନ୍ଦିରର ବିଦ୍ବତ୍‌ ପରିଷଦ ଗଠିତ

Sunil Chandra Nayak

ଆଇନ ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!