ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ” ନିଶାମୁକ୍ତ ଓଡିଶା ଅଭିଯାନ” ପାଳିତ 

ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ” ନିଶାମୁକ୍ତ ଓଡିଶା ଅଭିଯାନ” ପାଳିତ 

ବାଲିଗୁଡା, ତା,୨୮/୦୮:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟସ୍ଥ ବୁଡ଼ାଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କନ୍ଧମାଳ ପୋଲିସ ପ୍ରଶାସନ ତରଫରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ପାଳିତ ହୋଇଯାଇଛି । ଏହି କାର୍ଯକ୍ରମରେ ବାଲିଗୁଡ଼ା ଉପଖଣ୍ଡ ସ୍ଥିତ ଥାନାରୁ ଅତିରିକ୍ତ ଉପ ନିରୀକ୍ଷକ ଯୁଗଳ କିଶୋର ନାୟକ, ଉଦ୍ଧବ କୁମାର ଜାନୀ, ଉମାଶଙ୍କର ନିହାଲି ଙ୍କ ସହ କନଷ୍ଟେବଳ ବୁଲୁ ସାହାଣୀ ଏବଂ ମନୋଜ କୁମାର ମଲ୍ଲିକ ପ୍ରଭୃତି ଯୋଗଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଗଣ ନିଶା ମୁକ୍ତି ଅଭିଯାନ ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ଅବଗତ କରାଇବା ସହ ଏକ ସଶକ୍ତ ଓ ସୁରକ୍ଷିତ ଓଡ଼ିଶା ଗଠନରେ ଯୁବପିଢ଼ିର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । “ନିଶା ମୁକ୍ତ ଓଡ଼ିଶା” କେବଳ ସରକାରୀ ଅଭିଯାନ ନୁହେଁ, ଏହା ଏକ ସାମାଜିକ ଦାୟିତ୍ୱ। ଏହାର ମୂଳୋତ୍ପାଟନ ପାଇଁ ଯୁବଗୋଷ୍ଠୀ, ଶିକ୍ଷକ, ଅଭିଭାବକ, ସାମାଜିକ ସଂଗଠନ, ପୋଲିସ, ଡାକ୍ତର ଓ ସାଧାରଣ ଲୋକ ସମସ୍ତଙ୍କର ସାମୁହିକ ଅଂଶଗ୍ରହଣ ଏକାନ୍ତ ଆବଶ୍ୟକ ବୋଲି ପ୍ରଧାନଶିକ୍ଷକ ଶ୍ରୀ ସାହୁ ପ୍ରକାଶ କରିଥିଲେ । ଶେଷରେ ଛାତ୍ର ଛାତ୍ରୀଙ୍କୁ ନେଇ ଗ୍ରାମରେ ଏକ ଶୋଭାଯାତ୍ରା ଆୟାଜନ କରାଯାଇଥିଲା । କାର୍ଯକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ଦକ୍ଷିଣ ପୂର୍ବ ରେଳବାଇ ଏ ଡି ଆର ଏମ ଙ୍କ ଦ୍ଵାରା ଜଳେଶ୍ଵର ଷ୍ଟେସନରେ ଅମୃତ ଯୋଜନାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା 

Sunil Chandra Nayak

ନବରଙ୍ଗପୁରଠାରେ ୮୦ତମ ଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ 

Sunil Chandra Nayak

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ଯାଳୟ ଏବଂ ମଡେଲ ଡିଗ୍ରୀ କଲେଜ ଠାରେ ଆଇସେକ୍ଟ୍ ଦ୍ୱାରା କୌଶଳ ବିକାଶ ଯାତ୍ରା ଆୟୋଜିତ 

masiha

Leave a Comment

error: Content is protected !!