ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ସ୍ଥିତ ପୁରାତନ ଜଗନ୍ନାଥ ମନ୍ଦିରରେ ପାଟ ରାକ୍ଷୀ ଅର୍ପଣ

ଜୁନାଗଡ଼ ସ୍ଥିତ ପୁରାତନ ଜଗନ୍ନାଥ ମନ୍ଦିରରେ ପାଟ ରାକ୍ଷୀ ଅର୍ପଣ

କଳାହାଣ୍ଡି ଜିଲ୍ଲା ଜୁନାଗଡ ସ୍ଥିତ ସର୍ବ ପୁରାତନ ଜଗନ୍ନାଥ ମନ୍ଦିରରେ ଆଜି ଭୁବନେଶ୍ୱରୁ ପହଞ୍ଚିଲା ମହାପ୍ରଭୁଙ୍କ ପାଇଁ ପାଟ ବସ୍ତ୍ର ଓ ପାଟ ରାକ୍ଷୀ। ଵିଶିଷ୍ଟ ଶିକ୍ଷାବିତ ତଥା କିଟ୍ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ତତ୍ୱାବଧାନରେ କିଟ୍ ଭୁବନେଶ୍ବର ସ୍ଥିତ ଜଗନ୍ନାଥ ମନ୍ଦିର ପକ୍ଷରୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବିଭିନ୍ନ ପୂଜା ସାମଗ୍ରୀ ସହ ପାଟ ବସ୍ତ୍ର ପାଟ ରାକ୍ଷୀ ପଠେଇଥିଲେ। ପ୍ରାରମ୍ଭରେ ଜୁନାଗଡ଼ ସ୍ଥିତ ନୂଆ ବସ ଷ୍ଟାଣ୍ଡ ଠାରୁ କଲମପୁର ରୋଡ ଛକ ସ୍ଥିତ ଜଗନ୍ନାଥ ମନ୍ଦିର ଯାଏଁ ଶୋଭା ଯାତ୍ରା କରି ପହଞ୍ଚିଲା ପରେ ଜଗନ୍ନାଥ ମନ୍ଦିର ପକ୍ଷରୁ ତାଙ୍କୁ ସ୍ଵାଗତ କରାଯାଇଥିଲା। ପୂଜକ ବିଶ୍ୱନାଥ ଦାସ ପୂଜାର୍ଚ୍ଚନା କରିଥିଲେ। ମହାପ୍ରଭୁଙ୍କ ଦୈନିକ ପୂଜାନୀତି ସହ ଗୋପାଳ ବଲ୍ଲଭ ଭୋଗ ଲାଗି ହେବା ପରେ ମହାପ୍ରଭୁଙ୍କ ପାଇଁ ପୂଜକ ପାଟ ବସ୍ତ୍ର ସହ ପାଟ ରାକ୍ଷୀ ପ୍ରଦାନ ପରେ ମହାପ୍ରଭୁଙ୍କୁ ଆରତୀ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସମାଜସେବୀ ଅଶୋକ ପଟ୍ଟନାୟକ, ଶିକ୍ଷାବିତ ରାଧେଶ୍ୟାମ ପଣ୍ଡା,କିସ୍ କଳାହାଣ୍ଡିର ଉପ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ପ୍ରଧାନ, ଉପ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବିଶ୍ୱାଳ, କିସ୍ ର ଶୁଭ ଚିନ୍ତକ ପରମାନନ୍ଦ ମାଝୀ, ତ୍ରିଲୋଚନ ପାଣିଗ୍ରାହୀ, କ୍ଷୀରସିନ୍ଧୁ ସାହୁ, ରୁକ୍ମଣୀ ମାଝୀ, ସୁପ୍ରିୟା ପଣ୍ଡା, ଜ୍ୟୋତିର୍ମୟୀ ରଣା, ସୁଜିତ କୁମାର ମେହେର, ଲଳିତା ମାଝୀ, ସଙ୍ଗୀତ ଭୋଇ, ସୁରେନ୍ଦ୍ର ମାଝୀ, ସସ୍ମିତା ମାଝୀ, ପ୍ରିୟଦର୍ଶିନୀ ପୁରୋହିତ, ସୁଜାତା ଆଚାର୍ଯ୍ୟ, ଟେମେଶ୍ୱରି ମାଝୀ ସମେତ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ରହି ପ୍ରଭୁଙ୍କ କୃପା ଲାଭ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସତୁରି ଟିକିଆ ହାତୀପଲ ଉପଦ୍ରଵ, ଭୟଭୀତ ଅଂଚଳବାସୀ 

masiha

କଙ୍କଡ଼ାହାଡ଼ ଗ୍ରାମରେ ଅବସର ବିନୋଦନ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନର ଶୁଭ ଉଦ୍ଘାଟନ

ବଜ୍ରାଘାତରେ ବଳଦର ମୃତ୍ୟୁ

masiha

Leave a Comment

error: Content is protected !!