ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଳା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ

” ସ୍ବାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତା”

ଭବାନୀପାଟଣା ତା: ୨୮.୦୨.୨୦୨୩ :- ଆଜି ସ୍ଥାନୀୟ ଟାଉନ୍ ହଲ୍ ଠାରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ଆଶା କର୍ମୀ , ଅଙ୍ଗନ୍ ୱାଡ଼ି କର୍ମୀ, ସ୍ବାସ୍ଥ୍ୟ କର୍ମୀ, ଡାକ୍ତର ମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହ କୋଭିଡ ମହାମାରୀ ସମୟରେ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ନିଷ୍ଠାର ସହ କାର୍ଯ୍ୟ, ଟୀକାକରଣ, ଶିଶୁ ମୃତ୍ୟୁ ହାର କୁ ରୋକିବା, ଗର୍ଭବତୀ ମା ମାନଙ୍କୁ ସମୟ ଅନୁସାରେ ଟୀକା ଓ ଔଷଧ ଦେବା, ମ୍ୟାଲେରିଆ ଓ ଫାଇଲେରିଆ ର ଔଷଧ ବଣ୍ଟନ ସହ ଅନୀମିଆ ମୁକ୍ତ କଳାହାଣ୍ଡି ରେ ଏକ ବିଶେଷ ଦାୟିତ୍ଵ ନେଇଛନ୍ତି ବୋଲି କହି ଥିଲେ। ଗର୍ଭବତୀ ମା ମାନେ ଯେଭଳି ସ୍ବାସ୍ଥ୍ୟ କେନ୍ଦ୍ର ରେ ହିଁ ପ୍ରସବ କରନ୍ତୁ ଏବଂ ଏହା ଶତ ପ୍ରତିଶତ ହାସଲ ହେଉ ବୋଲି ଏହା ସେ ଆଶା କର୍ମୀ ମାନଙ୍କୁ ଆହ୍ବାନ ଦେଇ ଥିଲେ।

ମଞ୍ଚାସିନ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ସି.ଡ଼ି.ଏମ୍.ଓ ଡ଼ଃ ରଞ୍ଜନ ମିତ୍ର, ଡି.ପି.ଏଚ.ଓ ଡ଼ଃ ରାକେଶ ସାହୁ, ମୂଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର, ଏ.ଡି.ପି.ଏଚ ଓ ଡ ନିହାରେନ୍ଦ୍ର ପଣ୍ଡା ଏବଂ ଡି.ଆଇ.ପି.ଆର୍.ଓ ମନୋଜ କୁମାର ବେହେରା ତଥା ଡି ପି ଏମ୍.ଏନ୍.ଏଚ.ଏମ୍ ଅବନୀ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଡି ପି ଏମ୍ ଏନ୍ ଏଚ ଏମ୍ ପ୍ରଥମେ ଏହି ସମ୍ମିଳନୀ ଅନୁଷ୍ଠିତ ର ଉଦ୍ଦେଶ୍ୟ ଓ ଆଶା, ଗାଆଁ କଲ୍ୟାଣ ସମିତି,ମହିଳା ଆରୋଗ୍ୟ ସମିତିର କର୍ମକର୍ତ୍ତା ଙ୍କୁ ପ୍ରୋତ୍ସାହନ ଉପରେ ସମ୍ୟକ୍ ସୂଚନା ଦେଇ ଥିଲେ । ମୁଖ୍ୟ ବକ୍ତା ଉମାଶଙ୍କର କର ନିଜ ବକ୍ତବ୍ୟରେ ଆଶା ମା’, ଅଙ୍ଗନୱାଡ଼ି ଦିଦି ଓ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରି ସେମାନଙ୍କ ପାଇଁ ବହୁ ଜୀବନ ରକ୍ଷାପାଇଛନ୍ତି ଏବଂ ନିଷ୍ଠାର ସହ ସେବା କରିବାକୁ ମତ ରଖିଥିଲେ । ସଭାରେ ମୂଖ୍ୟ ଅତିଥି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏମ୍.ଆଇ.ଏସ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କଲମପୁର ବ୍ଲକର ମିନିଗୁର୍, କେସିଙ୍ଗା ବ୍ଲକ୍ ର ଲଇତରା ଏବଂ କଲମପୁର ବଡ଼କୁଟ୍ରୁ ସ୍ବାସ୍ଥ୍ୟ ଉପକେନ୍ଦ୍ରକୁ ଯଥା କ୍ରମେ ୪୦,୦୦୦ ଟଙ୍କା, ୨୦,୦୦୦ ଟଙ୍କା ଓ ୧୦,୦୦୦ ଟଙ୍କା ରାଶି ପୁରସ୍କାର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସାର୍ଟିଫିକେଟ୍ ଓ ଟ୍ରଫି ପ୍ରଦାନ କରିଥିଲେ । ସେଭଳି ଏମ୍.ଆଇ.ଏସ କ୍ୟ।ମ୍ପେନ୍ ରେ କେସିଙ୍ଗା, ମ.ରାମପୁର, ଭବାନୀପାଟଣା ପ୍ରଥମ,ଦ୍ଵିତୀୟ ଓ ତୃତୀୟ ପୁରସ୍କ।ର ପ୍ରାପ୍ତ କରିଥିଲେ । ପରିବାର ନିୟନ୍ତ୍ରଣରେ ଉଲ୍ଲେଖନୀୟ କାର୍ଯ୍ୟ ହେତୁ ଡ଼ଃ ସଦାନନ୍ଦ ପାଣିଗ୍ରାହୀ, ସର୍ଜରୀ କ୍ଷେତ୍ରରେ ଡ଼ଃ ଭଗବାନ୍ ପଣ୍ଡା, ଉତ୍ତମ ସ୍ୱାସ୍ଥ୍ୟ କର୍ମୀ ଭାବେ ମାଲିଗୁଡା ସ୍ବାସ୍ଥ୍ୟକେନ୍ଦ୍ରର ଡ଼ଃ ଅଜିତ୍ ରାଉତ, ମନିକେର। ସ୍ବାସ୍ଥ୍ୟ କେନ୍ଦ୍ରର ରବିଚନ୍ଦ୍ର ଧରୁଆ, ବର୍ଚି ଗ୍ରାମ, କଲମପୁର ସି.ଏଚ.ସି କସ୍ତୁରୀ ଛତ୍ରିଆ, ଉଳିକୁପା ର ବାଲମତି ଶବର, ଘୋଡ।ବନ୍ଧ ର ଲାଲ୍ ଦେଈ ଦାସ ପ୍ରମୁଖ ପୁରସ୍କାର ଓ ସାର୍ଟିଫିକେଟ ଗ୍ରହଣ କରିଥିଲେ। ମହିଳା ଆରୋଗ୍ୟ ସମିତି ( ସହରାଞ୍ଚଳ ବସ୍ତି) ରେ ଭବାନୀପାଟଣା ମ୍ୟୁନିସିପାଲଟି ଅନ୍ତର୍ଗତ ୧୯ ଟି ୱାର୍ଡ ଦାୟିତ୍ଵ ରେ ଥିବା ଏନ୍.ଏ.ଏମ୍ ଙ୍କୁ ୩୦୦୦ ଟଙ୍କା ରାଶି ପୁରସ୍କାର ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଗାଁ କଲ୍ୟାଣ ସମିତି ଅନ୍ତର୍ଗତ ସୁସ୍ଥ ଗାଁ ପୁରସ୍କାର ଭାବେ କେସିଙ୍ଗାର ବେଲାମ।ଲ୍, ଲାଞ୍ଜିଗଡ଼ର ମହେଶ୍ୱରପୁର, ଏମ୍. ରାମପୁର ର ଦେଉଳିଶୁଲିଆ, ଭବାନୀପାଟଣାର କରା ଟିକିଲି, ଜୁନାଗଡ଼ର ବନିମୋରା, ଥୁଆ ମୁଲ ରାମପୁର ର ଶ୍ରିମସ୍କା, ପରର୍ଲା ର ବୋକ୍ରାକୋଟା, କଲମପୁର ର ଟେମରା, ଗୋଲାମୁଣ୍ଡା ର ଲକୁର୍ ଭଟା, ନର୍ଲାର ଶ୍ରିପୁର, ଜୟପାଟଣା ର ଗୁନଗୁନିଆ, କର୍ଲାମୁଣ୍ଡାର ସିଲେଟ ପଡ଼ା ଗାଁ କଲ୍ୟାଣ ସମିତି ପ୍ରତ୍ୟେକ ୧୦,୦୦୦ ଟଙ୍କା ସହ ସାର୍ଟିଫିକେଟ ଗ୍ରହଣ କରିଥିଲେ। ସେଭଳି ଜିଲ୍ଲା ସ୍ତରୀୟ ଆଶା ପୁରସ୍କାର ରୂପେ ଏମ୍. ରାମପୁର ଓ କଲମପୁର ର ଲବଣୀ ସାହୁ ଏବଂ କସ୍ତୁରୀ ଛତ୍ରିଆ ପ୍ରଥମ, କର୍ଲମୁଣ୍ଡାର ନମିତା ସାହୁ ଦ୍ଵିତୀୟ ଏବଂ ଲାଞ୍ଜିଗଡ଼ ର ପଙ୍କଜିନି ବଣୁଆ ତୃତୀୟ ରୂପେ ପୁରସ୍କାର ଲାଭ କରିଥିଲେ ।

ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସାଂସ୍କୃତିକ ଦଳ, ଦିଲେଶ୍ୱର୍ ରଣା ରଚିତ ‘ ସେରରା’ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା। ସେଭଳି ସଙ୍ଗୀତ ଓ ବକ୍ତୃତା ପ୍ରତିଯୋଗିତା ର ଉତ୍ତୀର୍ଣ୍ଣ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସଭାକୁ ଆସିଷ୍ଟାଣ୍ଟ. ମ୍ୟାନେଜର ଏନ୍ ସି ଡ଼ି ଶ୍ରୀମତୀ ମିନାକ୍ଷୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

୪୬ତମ ଆନ୍ତଃ ମହାବିଦ୍ୟାଳୟ ଚେସ ପ୍ରତିଯୋଗିତାରେ ବାଲିଗୁଡ଼ା ର ଦୁଇ ଛାତ୍ରୀଙ୍କ କୃତିତ୍ୱ

Sunil Chandra Nayak

Renounded social worker Ratikanta Paul passed away.

Sunil Chandra Nayak

ସଚେତନ ନାଗରିକ ମଞ୍ଚର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ 

Sunil Chandra Nayak

Leave a Comment

error: Content is protected !!