ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋଜଦୃଷ୍ଟି କଲେଜ ର ୧୫ତମ ବାର୍ଷିକ ଉତ୍ସବ ପାଳନ, ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭୋର ଦର୍ଶକ

ନୂଆପଡା // ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଗଡ୍ରାମୁଣ୍ଡା ସ୍ଥିତ ଲୋକ ଦୃଷ୍ଟି ଏଡଭାନସ ଟେକ୍ନୋଲୋଜି କଲେଜ ର ୧୫ ତମ ବାର୍ଷିକ ଉତ୍ସବ ଧୁମ୍ ଧାମ ରେ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଆୟକର ବିଭାଗ କମିସନର ଶ୍ରୀକାନ୍ତ ଚଟାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ା ତରୁଣ କୁମାର ପ୍ରଧାନ ସମ୍ମାନିତ ଅତିଥି ,ନୂଆପଡ଼ା ନେସନାଲ କଲେଜ ର ପୂର୍ବତନ ଅଧ୍ୟକ୍ଷ ଡ଼ା ମେଜର ରାମଚନ୍ଦ୍ର ମିଶ୍ର,ଖଡ଼ିଆଳ କଲେଜ ର ପୂର୍ବତନ ଅଧ୍ୟକ୍ଷ ସୁପ୍ରିୟ ଚଟାର୍ଜୀ, କଣ୍ଟାବାଞ୍ଜି କେ ଭି କଲେଜ ଅଧ୍ୟାପକ ଲୋହିତାକ୍ଷା ଯୋଶୀ,ପ୍ରମୁଖ ମଂଚସିନ ଥିଲେ । ଛାତ୍ର ଛାତ୍ରୀ ମାନେ କିପରି ନିଜ ଉଜ୍ଜଲ ଭବିଷ୍ୟତ ଗଢିବେ ଏବଂ ନିଜ ଗ୍ରାମ ତଥା ଜିଲ୍ଲା ଏବଂ କଲେଜ ର ନାମ କୁ ଶିକ୍ଷା କ୍ଷେତ୍ର ରେ ଆଗକୁ ବଢାଇ ପାରିବେ ସେ ନେଇ ମତ ପ୍ରକାଶ କରିଥିଲେ।ପରେ କଲେଜ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ଓଡ଼ିଶୀ,ସମ୍ବଲପୁରୀ ନୃତ୍ୟ ଅନେକଙ୍କ ମନ ମୋହିଥିବା ବେଳେ ଅନେକ ଛାତ୍ର ଛାତ୍ରୀ ,ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବିଭୋର ହୋଇ ଉପଭୋଗ କରିଥିଲେ।ଏଥିରେ ଲୋଜଦୃଷ୍ଟି କଲେଜ ଅଧ୍ୟକ୍ଷ ତାପସ ରଞ୍ଜନ ପାଣିଗ୍ରାହୀ, ଅଧ୍ୟାପକ ହେମା ରଞ୍ଜନ ପୋଢ଼, ତିଲୋଚନ ଜଗତ, ଯଷୋବନ୍ତ ପୁଞ୍ଜି, ଶାଶ୍ଵତ ଚଲାନ୍, ଶିବାନୀ ମୁଣ୍ଡ,, ଶ୍ୱେତା ମହାପାତ୍ର ,ଉଦିତ ତାଣ୍ଡି, ଶୋଭିତ ମିଶ୍ର, ଚୂଡାମଣି ସାହୁ,ରୁପେଶ ବୈଠାରୁ ,ରାଜେନ୍ଦ୍ର ହଂସ, ସୁମିତ ଠାକୁର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ରିପୋର୍ଟ

Related posts

ବୁଢ଼ାପଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ତୃତୀୟ ଶ୍ରେଣୀ ଛାତ୍ର କେଶବ ଜଗତ ନାଲ ପାଣି ରେ ବୁଡି ମରିବା ଘଟଣା, ପ୍ରଶାସନ ପଦକ୍ଷେପ ୪ ଜଣ ଶିକ୍ଷକ ନିଲମ୍ବିତ

masiha

ବେହେରାପାଟି ସ୍କୁଲ ପାଚିକା ତଦନ୍ତ ରେ ବିଡ଼ିଓ ଙ୍କ ସମେତ ତିନି ଅଧିକାରୀ 

Sunil Chandra Nayak

ରାଇଘର ମୂଳ ନିବାସୀ ପକ୍ଷରୁ ୪ ଦଫା ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!