ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଞ୍ଜିଝାଲ ରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ବାଞ୍ଜିଝାଲ ରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

ପାଟଣାଗଡ଼ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ କେରବେଡା ପଞ୍ଚାୟତ ବାଞ୍ଜିଝାଲ ଗାଁ ରେ ଆଖପାଖ ଗାଁର ଜନଧାରଣ ଙ୍କୁ ନେଇ ଏକ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାଁ କଲ୍ୟାଣ ସମିତି ସଭାନେତ୍ରୀ ତଥା ୱ।ଡ଼ମେମ୍ବର ଲଲିତା ବରିହା ଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଞ୍ଜିଝାଲ ତଥା ଆଖପାଖ ଗାଁ ଗୁଡିକୁ ଯାଇ ପରିବେଶ ସୁରକ୍ଷା ଜୀବନ ରକ୍ଷା ,ବୃକ୍ଷ ରୋପଣ କରିବା, ଗଛ ସୁରକ୍ଷା କରିବା,ଗଛ ନ କାଟିବା , ଜଙ୍ଗଲ ରେ ନିଆଁ ଲାଗିଲେ ତୁରନ୍ତ ଲିଭାଇବା, ନିଆଁ ନ ଲଗାଇବା , ଆଦି ଉପରେ ଶିକ୍ଷକ ହେମାନନ୍ଦ ଭରାସାଗର ଜନ ସାଧାରଣଙ୍କୁ ସଚେତନ କରିବା ସହ ଅନ୍ୟ ମାନଙ୍କୁ ସଚେତନ କରିବା ପାଇଁ ଅନୁରୋଧ କରିଛନ୍ତିି। ଏଥିରେ ୱ।ଡମେମ୍ବର ବୃନ୍ଦାବତୀ ବରିହା, ଶ୍ୟାମ ବରିହା ଙ୍କ ସମେତ ଅଙ୍ଗନବାଡି କର୍ମି, ଆଶା, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର, ଛାତ୍ରୀ ଙ୍କ ସହ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ଶୁଶାନ୍ତ ବରିହା କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ମାନଝରି ଗ୍ରାମରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ନୂଆପଡ଼ା ଅବକାରୀ ବିଭାଗ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ l ଚୋରା ନିଶା କାରବାରିଙ୍କୁ ଅଦାଲତରେ ପେଶ୍ କରିବା ଶତକଡା ହାରରେ ଜିଲ୍ଲା ରାଜ୍ୟରେ ପ୍ରଥମ 

Sunil Chandra Nayak

ବ୍ଳକ ସ୍ତରୀୟ ଅଭିଯୋଗ ଶୁଣାଣି ଓ ଆଶୁ ସମାଧାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!