ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଧକ୍କାରେ ବୃଦ୍ଧ ଜଣକ ମୃତ 

ବାଇକ ଧକ୍କାରେ ବୃଦ୍ଧ ଜଣକ ମୃତ 

ହିଞ୍ଜିଳିକାଟୁ ,୨୨/୦୪ ହିଞ୍ଜିଳି ଥାନା ସାରୁ ଛକ ନିକଟରେ ମଙ୍ଗଳବାର ରାତ୍ରି ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧକଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ହିଞ୍ଜିଳି ପୋଲିସ ଘଟଣାର ଖବର ପାଇ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ସୂଚନା ମୁତାବକ ୫୯ନଂ ଜାତୀୟ ରାଜପଥ ସାରୁ ଛକ ନିକଟରେ ମଙ୍ଗଳବାର ରାତି ପ୍ରାୟ ୮ ଘଣ୍ଟା ସମୟରେ ସମରଝୋଳ ଛକଠାରୁ ହିଞ୍ଜିଳିକାଟୁ ଅଭିମୁଖେ ଭାଇ ଓ ଭଉଣୀ ମିଶି ବାଇକ ଯୋଗେ ହିଞ୍ଜିଳିକାଟୁ ଅଭିମୁଖେ ଏକ ଭୋଜିରେ ଯୋଗ ଦେବାକୁ ଆସୁଥିବା ବେଳେ ସାରୁ ଛକ ନିକଟରେ ରାସ୍ତାରେ ଚାଲି ଚାଲି ଯାଉଥବା ଜଣେ ବୃଦ୍ଧକଙ୍କୁ ଧକ୍କା ଦେଇଥିଲା ଫଳରେ ଦୁର୍ଘଟଣାରେ ଚାଲି ଚାଲି ଯାଉଥ‌ିବା ଯୁବକଙ୍କ ସହ ବାଇକରେ ବସିଥିବା ଭଉଣୀ ଜଣଙ୍କ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ଘଟାଇଥିବା ଯୁବକ ଜଣଙ୍କ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଵୃଦ୍ଧ ଜଣକୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ମୃତ ଘୋଷଣା ପରେ ଦୁର୍ଘଟଣା ଘଟାଇ ଥିବା ଯୁବକ ଜଣଙ୍କ ମେଡିକାଲରୁ କେଉଁଆଡେ ଫେରାର ହୋଇଯାଇଥିଲେ । ଆହତଙ୍କୁ ମେଡିକାଲ ଆଣିଥିବା ଯୁବକଙ୍କ ପରିଚୟ ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ଆଲୋକ ଗୌଡ଼ ଏବଂ ଚିକିତ୍ସାଧନ ଥ‌ିବା ମହିଳା ଜଣଙ୍କ ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ସାୟାନି ଗୌଡ ବୋଲି ଡ଼ାକ୍ତରଖାନା ସୂତ୍ରରୁ ପ୍ରକାଶ। ଅନ୍ୟ ପକ୍ଷରେ ଦୁର୍ଘଟଣା ଘଟାଇ ଯୁବକ ଜଣଙ୍କ ଆହତଙ୍କୁ ମେଡି କାଲରେ ଭର୍ତ୍ତି କରିବା ପରେ କେଉଁଆଡେ ଫେରାର ହୋଇଯାଇଥିଲେ। ପୁଲିସ ଘଟଣାର ତଦନ୍ତ ଚଳାଇଛି।

Related posts

କଳାହାଣ୍ଡି ଜିଲ୍ଲାସ୍ତରୀୟ ଶିକ୍ଷକ ସଂଘ ସମନ୍ଵୟ କମିଟୀ ଗଠନ

Sunil Chandra Nayak

ଡାବୁଗାଁ ଅଗ୍ନିଶମ ସେବା ସଂସ୍ଥା ତରଫରୁ ବିଦ୍ୟାଳୟରେ ମକ୍ ଡ୍ରିଲ ପ୍ରଦର୍ଶନ 

Sunil Chandra Nayak

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଅନ୍ତର୍ଜାତୀୟ ବରିଷ୍ଠ ବ୍ୟକ୍ତି ଦିବସ ପାଳିତ 

masiha

Leave a Comment

error: Content is protected !!