ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ଘର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୁଣୁପୁର : ୨୦/୦୭:- ଆଜି ଗୁଣୁପୁର ସଦର ମହକୁମା ନିକଟସ୍ଥ ଜଗନ୍ନାଥ ପୁର ଗ୍ରାମ ପଞ୍ଚାୟତ ବୈଠକ କକ୍ଷ ରେ ମୋ ଘର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସରପଞ୍ଚ ଶ୍ରୀମତୀ କଲକା ଚନ୍ଦ୍ରକଳା ମୁଖ୍ୟ ଅତିଥି ସମ୍ମାନୀୟ ଅତିଥି ଗୋଷ୍ଠି ଉନ୍ନୟନ ଅଧିକାରୀ ଶୁଭ୍ରଞ୍ଜଳୀ ପ୍ରଧାନ, ଏ ଇ ଇ ମନରଞ୍ଜନ ହଂସଦା ଏବଂ ନଡ଼ାଲ ଅଧିକାରୀ ସଙ୍ଗୀତ ମିଶ୍ର ଯୋଗ ଦେଇଥିଲେ।ରାଜ୍ୟ ସରକାର ଙ୍କ ମୋ ଘର ଯୋଜନାରେ ସମସ୍ତ ନିରୀହ ପରିବାର ମାନଙ୍କୁ ପକ୍କା ଘର ଯୋଗେଇ ଦେବାକୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ଥିବାବେଳେ ୠଣ ଆକାରରେ ଟଙ୍କା ନେଇ ପକ୍କା ଘର କରିବେ । ନିରୀହ ଲୋକମାନେ ମୋ ଘର ଯୋଜନା ରେ ଟଙ୍କା ୠଣ ସୁଝିବାକୁ ପଡ଼ୁଥିବା ଯୋଗୁଁ ଆଗ୍ରହ ପ୍ରକାଶ କରୁନଥିବା ଜଣା ପଡିଥିଲା । କିନ୍ତୁ ଜି ଆର ଏସ ଗିରିଧର ଶବର,ପି ଇ ଓ ଯଛନା ଶବର, ନଡ଼ାଲ ଅଧିକାରୀ ସଙ୍ଗିତା ମିଶ୍ର ଙ୍କ ତତ୍ୟବଧାନରେ ଲୋକ ମାନଙ୍କୁ ବୁଝେଇ ସୁଝେଇ ପଞ୍ଚାୟତ କାର୍ଯ୍ୟାଳୟ ରେ ଏକ ବୈଠକ ଅନୁଷ୍ଠିତ କରି ମୋ ଘର ଯୋଜନା ରେ ସାମିଲ ହେବାକୁ ମିଶ୍ର କହିଥିଲେ । ଯୋଜନା ର ଲାଭ ଉଠେଇବା ପାଇଁ ଲୋକମାନେ ଇଛୁକ ହେଇ ୩୨ ଜଣ ହିତାଧିକାରୀ ମୋ ଘର ଯୋଜନା ଘର ପାଇବା ପାଇଁ ଦରଖାସ୍ତ କରିଥିବା ମିଶ୍ର କହିଛନ୍ତି । ଉକ୍ତ ବୈଠକରେ ସ୍ଥାନୀୟ ବାସିନ୍ଦା ସହ ରାଜସ୍ବ ନିରୀକ୍ଷକ ଶ୍ରଦ୍ଧାଞ୍ଜଳି ପ୍ରିୟଦର୍ଶିନୀ ପ୍ରଧାନ ଯୋଗ ଦେଇ ସହଯୋଗ କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶୀତଳଷଷ୍ଠୀ ପାଇଁ ରୁପ୍ରା – ଖମ୍ବପଡ଼ା ଶୈବପୀଠରେ ଥାଳଉଠା କାର୍ଯ୍ୟକ୍ରମ 

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ

Sunil Chandra Nayak

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଜଗଦା ରେ ନୂତନ ପ୍ରଧାନ ଆଚାର୍ଯ୍ୟ ଙ୍କ ଦାୟିତ୍ଵ ଗ୍ରହଣ

Leave a Comment

error: Content is protected !!