ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜି କେ ପବ୍ଲିକ ସ୍କୁଲ ରେ ଉତ୍କଳ ଦିବସ ସହିତ ପଦନ୍ନୋତି ଦିବସ ପାଳିତ 

ଜି କେ ପବ୍ଲିକ ସ୍କୁଲ ରେ ଉତ୍କଳ ଦିବସ ସହିତ ପଦନ୍ନୋତି ଦିବସ ପାଳିତ 

ନବରଙ୍ଗପୁର:(୧|୪)(ରବିନାରାୟଣମହାନ୍ତି)ଡାବୁଗାଁ ଜି କେ ପବ୍ଲିକ ସ୍କୁଲ ରେ ୯୧ତମ ଉତ୍କଳ ଦିବସ ପାଳନ ଅବସରରେ ବନ୍ଦେ ମାତରମ ଗୀତ ଗାନ କରି ଉକ୍ତ ଦିବସ ପାଳନ କରାଯିବା ସହ ଛାତ୍ର, ଛାତ୍ରୀ ମାନଙ୍କର. ଶ୍ରେଣୀ ପଦୋନ୍ନତି “ସଫଳତା ଦିବସ ହୋଇଯାଇଛି। ସେହି ସ୍କୁଲରେ ଆଜି ପିଲା ମାନଙ୍କର ବାର୍ଷିକ ପ୍ରଗତି ପତ୍ର. ଅଭିଭାବକ ମାନଙ୍କୁ ପ୍ରଦାନ କରାଯାଇଥିଲା ଏବଂ ପିଲା ଙ୍କ ପାଠପଢା ଏବଂ ଦୈନନ୍ଦିନ କାର୍ଯ୍ୟ ପ୍ରତି ଥିବା ଠିକ ଭୁଲ ର ବିବରଣୀ ଅଭିଭାବକ ମାନଙ୍କୁ ଜଣାଇ ଦିଆ ଯାଇଥିଲା lଏହି ସ୍କୁଲ ର ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କର ଲକ୍ଷ୍ୟ ହେଲା ଏହି ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ କିପରି ଭଲ ପାଠ ପଢିବା ସହିତ ଜୀବନ ରେ କେମିତି ଗୋଟିଏ ଭଲ ମଣିଷ ରେ ପରିଣତ ହେବେ, ସେଥିପ୍ରତି ଧ୍ୟାନ ଦିଅନ୍ତି lଏଠାରେ ଶିକ୍ଷକ,ଶିକ୍ଷୟତ୍ରୀ ସେମାନେ ପିଲାଙ୍କୁ ନୈତିକ ଶିକ୍ଷା ଦେବା ସହିତ ମାନସିକ ଶିକ୍ଷା ମଧ୍ୟ ପ୍ରଦାନ କରୁଛନ୍ତି lଏହି ସ୍କୁଲ ର ପ୍ରତିଷ୍ଠାତା ଶ୍ରୀମତି ତନୁଶ୍ରୀ ମହାନ୍ତି ଙ୍କ ମୂଳଲକ୍ଷ୍ୟ ହେଲା ଡାବୁଗାଁ ଗୋଟିଏ ଆଦିବାସୀ ଅଧୁଷିତ ଅଂଚଳ ହେଲେ ମଧ୍ୟ ଆମେ ସେମାନଙ୍କର ଉତ୍ତମ ଯତ୍ନ ନେଇ ସେମାନଙ୍କୁ,ବ୍ଲକ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ହେଉଥିବା ପ୍ରତ୍ୟେକ ସାଂସ୍କୃତିକ କାର୍ଯ୍ୟକ୍ରମ, ସାଧାରଣ ଜ୍ଞାନ, ନବୋଦୟ, ବୃତ୍ତି ଇତ୍ୟାଦି କାର୍ଯ୍ୟକ୍ରମ ରେ ଉତ୍ତୀର୍ଣ୍ଣ କରିବୁ, ଯେମିତିକି ବଣ ମଲ୍ଲୀ ବଣ ରେ ଫୁଟି ଝଡି ନଯିବ lଏହା ସହିତ ଏହି ସ୍କୁଲ ର ନୂତନ ବର୍ଷ ନିମନ୍ତେ ନାମଲେଖା ମଧ୍ୟ ସେମାନେ ଆରମ୍ଭ କରିସାରିଛନ୍ତି lଏହି କାର୍ଯ୍ୟକ୍ରମ ଗୁଡିକୁ ଦେଖି ଅଭିଭାବକ ଏବଂ ଜନ ସାଧାରଣ ରେ ମଧ୍ୟ ଉତ୍କଣ୍ଠା ଦେଖିବାକୁ ମିଳିଛି lଏହି କାର୍ଯ୍ୟକ୍ରମ ରେ ଏହି ସ୍କୁଲ ର ଶିକ୍ଷୟତ୍ରୀ ଗିରିଜା ପାତ୍ର, ଅଙ୍କିତା ପାତ୍ର, କୁମକୁମ ମାଳୀ, ସୋନି ବାରିକ, ଏବଂ ଛୋଟ ପିଲା ଙ୍କ ମା ଭଳି କାର୍ଯ୍ୟ ନିଭାଉଥିବା ଆୟା ଦୋମାଇ ଜାନି ମଧ୍ୟ ଉପସ୍ଥିତ ଥିଲେ l

Related posts

ଲଡୁଗାଁ ଉଚ୍ଚ ବିଦ୍ୟାଳୟରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ

masiha

ଟାଙ୍ଗିରି ପାହାଡରେ ଅଛି ବୃହତ୍ ଓପନ ରକ୍ ରେପଲିଙ୍ଗ ସରଫେସ

Sunil Chandra Nayak

ସର୍ଗୀଗୁଡ଼ା ପଞ୍ଚାୟତ ର ପୂର୍ବତନ ସରପଞ୍ଚଙ୍କ ଦେହାନ୍ତ 

masiha

Leave a Comment

error: Content is protected !!