ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣିତ ଓ ବିଜ୍ଞାନ ଶିକ୍ଷକଙ୍କ ପଦୋନ୍ନତି ବଦଳିରେ ସିନିୟର ଏସ୍ ଇ ଏସ୍ ପ୍ରଧାନଶିକ୍ଷକ ପଦବୀରେ ଯୋଗଦାନ:ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଆନନ୍ଦିତ 

ଗଣିତ ଓ ବିଜ୍ଞାନ ଶିକ୍ଷକଙ୍କ ପଦୋନ୍ନତି ବଦଳିରେ ସିନିୟର ଏସ୍ ଇ ଏସ୍ ପ୍ରଧାନଶିକ୍ଷକ ପଦବୀରେ ଯୋଗଦାନ:ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଆନନ୍ଦିତ 

ନବରଙ୍ଗପୁର:(୬|୬)(ରବି ନାରାୟଣ ମହାନ୍ତି)ରାଜ୍ୟରେ ଜୁନିଅର ଏସ୍ ଇ ଏସ୍ ସହକାରୀ ଶିକ୍ଷକଙ୍କୁ ସିନିୟର ଏସ୍ ଇ ଏସ୍ ପ୍ରଧାନଶିକ୍ଷକ ପଦବୀକୁ ୨୪୭୯ ଜଣ ଙ୍କୁ ପଦୋନ୍ନତି ଡି ଏସ ଇ (ଓ), ଭୁବନେଶ୍ବର ଚିଠି ନମ୍ବର ୧୪୩୪୫ ତା ୨|୬|୨୦୨୬ ରେ ନବରଙ୍ଗପୁର ଜିଲ୍ଲା ରେ ୬୦ ଜଣ ପଦୋନ୍ନତି ପାଇଥିଲେ l ତନ୍ମଧ୍ୟରୁ ବିଦେଶୀ ମହାଙ୍କୁଡ (ଦକ୍ଷ ଛାତ୍ର ବତ୍ସଳ ଗଣିତ ଓ ବିଜ୍ଞାନ ଶିକ୍ଷକ)ସିନିୟର ଏସ୍ ଇ ଏସ୍ ପ୍ରଧାନଶିକ୍ଷକ ଭାବେ ଆଦେଶ ନାମା ପାଇଛନ୍ତି lନଵରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ପୋଡ଼ାଲଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଡାବୁଗାଁ ସରକାରୀ ନୁତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଗଣିତ ଓ ବିଜ୍ଞାନ ଶିକ୍ଷକ ବିଦେଶୀ ମହାଙ୍କୁଡ ଏଠାରୁ ପଦୋନ୍ନତି ପାଇ ବଦଳି ହୋଇ ସେଠାରେ ଯୋଗଦାନ କରିଛନ୍ତି l ସେ ଜଣେ କର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତ୍ତିତା,ଆଦର୍ଶ ଗଣିତ ଓ ବିଜ୍ଞାନ ଶିକ୍ଷକ ଭାବେ ବେଶ୍ ଜଣାଶୁଣା ହୋଇ ସମସ୍ତଙ୍କ ପ୍ରିୟପାତ୍ର, ଛାତ୍ର ବତ୍ସଳ ହୋଇ ଉଠିଥିଲେ l ତାଙ୍କ ବଦଳିରେ ସମ୍ପୃକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମନରେ ଦୁଃଖର ଛାୟା ଖେଳି ଯାଇଥିଲା l ବିଧିର ବିଧାନ କେ କରିବ ଆନ ପଦୋନ୍ନତି ବଦଳି କୁ କିଏ ବା ରୋକିବ l ପଦୋନ୍ନତି ବଦଳି ହୋଇଥିବା ବେଳେ ତାଙ୍କ ଯୋଗଦାନରେ ପୋଡ଼ାଲଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସଞ୍ଜୀତା ବେହେରା ଓ ଅନ୍ୟାନ୍ୟ ସହକର୍ମୀଗଣ ଶ୍ରୀ ମହାଙ୍କୁଡଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରି ଏକ ଖୁସିର ମାହୋଲ ସୃଷ୍ଟି କରିଥିଲେ ll

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପଞ୍ଚଦଶ ପର୍ଯ୍ୟାୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

ଜଗତସିଂହପୁର ଜିଲ୍ଲା ଡେପୁଟି କଲେକ୍ଟର ଙ୍କ ଅସ୍ଥାୟୀ ବାସଭବନରେ ଭିଜଲାନ୍ସ ଚଢ଼ାଉ

Sunil Chandra Nayak

ନୂଆପଡ଼ା ଜିଲ୍ଲା କୋମନା ରେ ଧରତି ଆବା ବିର୍ସାମୁଣ୍ଡାଙ୍କ ୧୫୦ ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ 

masiha

Leave a Comment

error: Content is protected !!