ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ଚାହ ଦୋକନକୁ ପଶିଗଲା ବ୍ୟାଟେରୀ ଚାଳିତ କାର୍ 

ଭାରସାମ୍ୟ ହରାଇ ଚାହ ଦୋକନକୁ ପଶିଗଲା ବ୍ୟାଟେରୀ ଚାଳିତ କାର୍ 

ବ୍ରହ୍ମପୁର, ତା ୨୨/୪ ବ୍ରହ୍ମପୁର କଂଗ୍ରେସ ଅଫିସ ଛକ ନିକଟରେ ସଡ଼କ ଦୁର୍ଘଟଣା , ଭାରସାମ୍ୟ ହରାଇ ଚାହା ଦୋକାନ କୁ ପଶିଲା କାର୍, ବୁଧବାର ସନ୍ଧ୍ୟା ୪ ଘଣ୍ଟା ସମୟରେ ଏକ ବ୍ୟାଟେରୀ ଚାଳିତ କାର୍ (ଓ ଡି ୦୨ ସି ଏକ୍ସ ୨୨୧୨) ନମ୍ୱର୍ ଗାଡି ଭାରସାମ୍ୟ ହରାଇ ଏକ ବନ୍ଦ ରହିଥିବା ଚାହା ଦୋକାନ ଭିତରକୁ ପିଟି ହୋଇଯାଇଥିଲା । ତେବେ ଏହି ଘଟଣାରେ କେହି ଆହତ ହୋଇନଥିବାର ସୂଚନା ମିଳିଛି । ଏପରି କି ସ୍ୱାମୀ ଜଣଙ୍କ ଡ୍ରାଇଭିଙ୍ଗ କରୁଥିବା ସମୟରେ ଗାଡ଼ିରେ ତାଙ୍କ ସ୍ତ୍ରୀ ମଧ୍ୟ ସବାର ରହିଥିଲେ ଏବଂ ସ୍ୱାମୀ , ସ୍ତ୍ରୀ ଉଭୟ ସୁରକ୍ଷିତ ରହିଥିବା ନେଇ ସ୍ୱାମୀଙ୍କ ପକ୍ଷରୁ ସୂଚନା ମିଳିଛି । ଘଟଣାର ଖବର ପାଇ ବ୍ରହ୍ମପୁର ଟ୍ରାଫିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍ କୁ ଜବତ କରିବା ସହ ଗାଡ଼ି ମାଲିକଙ୍କୁ ଅଟକ ରଖି ପଚରା ଉଚରା କରୁଥିବାର ସୂଚନା ମିଳିଛି। ଅନ୍ୟପଟେ ଗାଡ଼ି ମାଲିକ ଙ୍କ କହିବାନୁସାରେ କୌଣସି ଏକ ଭୋଜିରେ ଯୋଗ ଦେବାପାଇଁ ଭୁବନେଶ୍ୱର ରୁ ବ୍ରହ୍ମପୁର ନିଜ ସମ୍ପର୍କୀୟ ଘରକୁ ଆସିଥିଲେ ଏବଂ ଭୋଜିରେ ଯୋଗ ଦେଇ ବ୍ରହ୍ମପୁର କୌଣସି ଏକ ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିବାବେଳେ ଗାଡ଼ିରେ କୌଣସି ତୃଟି ଯୋଗୁ କଂଗ୍ରେସ ଅଫିସ ଛକ ନିକଟରେ ହଟାତ୍ ତାଙ୍କ ଗାଡ଼ିର ଆଗ ଟାୟର ଫାଟି ଯାଇଥିଲା ଫଳରେ ବ୍ୟାଟେରୀ ଚାଳିତ କାର୍ ଟି ଭାରସାମ୍ୟ ହରାଇ ପାଖରେ ଥିବା ବନ୍ଦ ଚାହା ଦୋକାନ ଭିତରୁ ପଶିଯାଇଥିଲା ଯାହାଫଳରେ ଗାଡ଼ିର ଆଗ ପାର୍ଶ୍ୱ ଛତିଗ୍ରସ୍ଥ ହୋଇଥିବାର ଦେଖିବାକୁ ମିଳିଛି ଅନ୍ୟପଟେ ଚାହା ଦୋକାନ କ୍ଷତି ପହଞ୍ଚିଥିବା ଜଣାପଡିଛି ।

Related posts

ପୋଖରୀ ରେ ବୁଡି ଦୁଇ ନାବାଳକ ମୃତ

masiha

ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଗଡିଲା 

masiha

୨୫ ବର୍ଷରେ ସାପ୍ତାହିକ ଦୀନ୍ ଦୟାଲମେଲ୍ ରାଉରକେଲା ପାନ୍ଥନିବାସରେ ଅନୁଷ୍ଠିତ ହେଲା ୨୫ତମ ସ୍ବ-ନକ୍ଷତ୍ର ଉତ୍ସବ

masiha

Leave a Comment

error: Content is protected !!