ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନ ତରଫରୁ ଶାରଦୀୟ ପାର୍ବଣର ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଉତ୍ସବ 

ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନ ତରଫରୁ ଶାରଦୀୟ ପାର୍ବଣର ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଉତ୍ସବ 

ରାଉରକେଲା:”ଶାରଦୀୟ ପାର୍ବଣ ଉତ୍ସବ ସମସ୍ତଙ୍କ ପାଇଁ ମଙ୍ଗଳମୟ ଓ ଶୁଭଙ୍କର ହେଉ ” ଏହି ବାର୍ତ୍ତା ଦେଇ ଅଧିବେଶନର ମୁଖ୍ୟ ଅତିଥି ପ୍ରାକ୍ତନ ବରିଷ୍ଠ ଏସପି ଶତ୍ରୁଘ୍ନ ପରିଡା ରାଉରକେଲାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l ରାଉରକେଲା ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନର ସାଧାରଣ ସମ୍ପାଦକ ଡ଼କ୍ଟର ସୁମନ ଦତ୍ତଙ୍କ ଆବାହକତ୍ୱରେ କଳିଙ୍ଗବିହାର ଠାରେ ପୂର୍ବତନ ଅଫିସର ମାନଙ୍କୁ ନେଇ ଅଭିନନ୍ଦନ ଅଧିବେଶନ ଅନୁଷ୍ଠିତ ହୋଇଥିଲା l ମନ୍ତ୍ର ଉଚ୍ଚାରଣ କରାଯାଇ ମା’ ଦୁର୍ଗା, ମା’ ଲକ୍ଷ୍ମୀ ଓ ମା’କାଳୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା l ବିଗତ ଦିନରେ ଆସୋସିଏସନ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଡ଼କ୍ଟର ଦତ୍ତ ସମସ୍ତଙ୍କୁ ଅବଗତ କରାଇଥିଲେ l ଆସୋସିଏସନର ଏକ ଅଫିସ ଗୃହ ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କୁ ପୁଣିଥରେ ଅନୁରୋଧ କରିବା, ଅନ୍ୟ ହସ୍ପିଟାଲ ଭଳି ଆମର ସଭ୍ୟ ମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଆପୋଲୋ ହସ୍ପିଟାଲର ମୁଖ୍ୟ ପରିଚାଳକଙ୍କୁ ଅନୁରୋଧ କରିବା, ଆସନ୍ତା ଡିସେମ୍ବର ମାସରେ ବାର୍ଷିକ ଉତ୍ସବ ପାଳନ କରିବା, ଷ୍ଟେଟବ୍ୟାଙ୍କରେ ଗୋଟିଏ ଆକାଉଣ୍ଟ ଖୋଲିବା ଆଦି ବିଷୟରେ ସଭ୍ୟ ମାନେ ଗୁରୁତ୍ୱାରୋପ କରିଥିଲେ l ନିଜେ ଭଡା ଘରେ ଥାଇ ବାସଗୃହ ନ ଥିବା ପଚାଶ ଜଣ ବ୍ୟକ୍ତିଙ୍କୁ ନିଜସ୍ୱ ଖର୍ଚ୍ଚରେ ଘର ତିଆରି କରି ହସ୍ତାନ୍ତର କରିଥିବା ବିଶିଷ୍ଟ ସମାଜସେବୀ ଭରତ ବାଇଙ୍କୁ ଆସୋସିଏସନ ତରଫରୁ ପୁଷ୍ପଗୁଛ,ଉତ୍ତରୀୟ ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯାଇଥିଲା l ପୂର୍ବତନ ଏସପି ତଥା ବର୍ଷୀୟାନ ଉପଦେଷ୍ଟା ଜନାବ ହାଇଦର ଖାନଙ୍କୁ ପୁଷଗୁଛ ଦେଇ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟର କାମନା କରାଯାଇଥିଲା l ବିଗତ ଦିନରେ ସବ-ଇନସ୍ପେକଟର ମନୋହର ପ୍ରଧାନ ଓ.ଏ.ଏସ ପାଇଥିବାରୁ, ରେଳବାଇ କୁଲି କାମ କରୁଥିବା ସନ୍ତୋଷ ସା’ ଙ୍କର ଦୁଇପୁଅ ଏନଆଇଟି ପାଇଁ କୃତକାର୍ଯ୍ୟ ହୋଇଥିବାରୁ, ହୋମଗାର୍ଡ ଅଞ୍ଜନା ରାଣୀ ମାଝୀ ଆକ୍ସିଡେଣ୍ଟ ବ୍ୟକ୍ତିର ପ୍ରାଣ ବଞ୍ଚାଇବାର ଚେଷ୍ଟା ଓ ଭିନ୍ନକ୍ଷମ ଗୋପୀନାଥ ବେହେରା ଚା’ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବାରୁ ସମ୍ମାନିତ କରାଯାଇଥିଲା l ବରିଷ୍ଠ ଉପଦେଷ୍ଟା ରଂଜିତ କୁମାର ଭୋଇ ଆଗାମୀ ଦିନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ l ଶେଷରେ ବରିଷ୍ଠ ଉପ-ସଭାପତି ଯଦୁମଣି ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଅଧିବେଶନରେ ସନ୍ୟାସୀ ମହାପାତ୍ର, ପଞ୍ଚାନନ ବିଶ୍ୱାଳ,ବ୍ରହ୍ମାନନ୍ଦ ମହାନ୍ତି, ପିତାମ୍ବର କୁଅଁର, କୀର୍ତ୍ତନ ସାମଲ, ବଂଶୀଧର ବଳ, ମଦନ ନାୟକ, କିରଣ ନାୟକ ପ୍ରମୁଖ ଉପସ୍ଥିତ ରହି ଅଧିବେଶନରେ ଅଂଶ ଗ୍ରହଣ କରିଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ର ଅଲ୍ ଇତୁନ୍ ଆଶ୍ରା ତରଫରୁ ଗ୍ରୀଷ୍ମକାଳୀନ ମାଗଣା ସାନ୍ତାଳି ଲିପି ଅଲଚିକି ଶିକ୍ଷା କେନ୍ଦ୍ରରେ ସାଂସଦଙ୍କୁ ସମ୍ବର୍ଦ୍ଧନା

ଓଡିଶା ମହୁମାଛି ସୁରକ୍ଷା ବାହୀନି ଓ ଵୀ ଟ୍ରଷ୍ଟ ଅଫ ଓଡିଶା ତରଫରୁ ବିଶ୍ଵ ମହୁମାଛି ଦିବସ 2024 ଅନୁଷ୍ଟିତ

masiha

ଧର୍ମପ୍ରାଣାଙ୍କ ପରଲୋକ

masiha

Leave a Comment

error: Content is protected !!