ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ରେଡକ୍ରସ ସୋସାଇଟି  ରାଜ୍ୟ ଶାଖା ତଥା ଜୁନିଅର ରେଡକ୍ରସ କଳାହାଣ୍ଡି ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର

ଭାରତୀୟ ରେଡକ୍ରସ ସୋସାଇଟି  ରାଜ୍ୟ ଶାଖା ତଥା ଜୁନିଅର ରେଡକ୍ରସ କଳାହାଣ୍ଡି ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର

ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ତଥା ଜୁନିଅର ରେଡକ୍ରସ କଳାହାଣ୍ଡି ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଭବାନୀପାଟଣାସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ମେଦିନୀପୁରଠାରେ ତିନିଦିନଧରି ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରଶିକ୍ଷଣ ଶିବିରର ଉଦଘାଟନୀ ଉତ୍ସବରେ. ମୁଖ୍ୟ ଅତିଥ୍‌ ଭାବରେ କଳାହାଣ୍ଡି. ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ସମେତ ଅନ୍ୟ ଅତିଥି ଗଣ ଉପସ୍ଥିତ ଥିଲେ lତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଏସ୍.ପି. ପାତ୍ର, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡା. ବିବେନ୍ଦୁ ବଳ, ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟଙ୍କ ସମେତ ପ୍ରଶିକ୍ଷକ ଭାବରେ ପ୍ରାଥମିକ ଚିକିତ୍ସା ନିମନ୍ତେ ସଞ୍ଜୟ ପୁରୋହିତ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ସୁଦାମ ଚରଣ ମିଶ୍ର, ରକ୍ତ ଦାନ ସଚେତନତା ଓ ସଡ଼କ ସୁରକ୍ଷା ପାଇଁ ସୌମ୍ୟରଞ୍ଜନ ମିଶ୍ର ପ୍ରମୁଖ ପ୍ରଶିକ୍ଷର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧୂକାରୀ ରାଧାକାନ୍ତ ଛତ୍ରୀ ,ସମ୍ମାନୀତ ଅତିଥି ଭାବରେ ଶିକ୍ଷାବିତ୍ ସୁନୀଲ କୁମାର ବେହେରା, ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶିଲ କୁମାର ବିଶ୍ବାଳ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ ଯୋଗଦେଇଥିଲେ ଏବଂ ଜୁନିଅର ରେଡକ୍ରସ କଳାହାଣ୍ଡି ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

Related posts

ମିସ ଆଶନି ଏଏଲ  ହେଲେ ରାଇରଙ୍ଗପୁର ପୌରପାଳିକାର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ

masiha

ସାଇଭେଲି ୱାଲ୍ଡ ସ୍କୁଲର ୧୩ତମ ବାର୍ଷିକୋତ୍ସବ ଅନୁଷ୍ଠିତ

masiha

ପିଲାମାନେ ପର କରି ଥିବା ପିତା ମାତାଙ୍କୁ ଆପଣାର କରି ପୂଜାର୍ଚନା କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ର କର୍ମକର୍ତା 

Sunil Chandra Nayak

Leave a Comment

error: Content is protected !!