ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଯୋଜନା କମିଟି ବୈଠକ 

ଜିଲ୍ଲା ଯୋଜନା କମିଟି ବୈଠକ 

ଛତ୍ରପୁର,ତା ୨୨/୦୪ ଆଜି ପୁର୍ବାହ୍ନରେ ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା ସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଯୋଜନା କମିଟି, ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା ।

       ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ୱାସନ ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ସ୍ୱାଗତ ଜଣାଇବା ସହ ଜିଲ୍ଲାର ଊନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ଓ ସମୟସୀମା ମଧ୍ଯରେ କାର୍ଯ୍ଯଗୁଡିକୁ ସାରିବା ଉପରେ ଗୁରୁତ୍ବାରୋପ କରିଥିଲେ ।

       ଗଞ୍ଜାମ ଜିଲ୍ଲାକୁ ଆଗେଇ ନେବା ପାଇଁ ସମସ୍ତଙ୍କ ଲକ୍ଷ୍ଯ ଏକ ହେବା ଦରକାର ବୋଲି ଅଧ୍ୟକ୍ଷ ଶ୍ରୀ ସେଠୀ କହିବା ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକଳ୍ପ ଗୁଡିକୁ ନିର୍ଦ୍ଧାରୀତ ସମୟସୀମା ମଧ୍ଯରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ମେଗା ଜଳ ପ୍ରକଳ୍ପ କାର୍ଯ୍ୟକୁ ମାର୍ଚ୍ଚ ୩୧, ୨୦୨୭ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ କହିଥିଲେ।

           ଜିଲ୍ଲା କ୍ଷୁଦ୍ର ଜଳ ସେଚନ ଅଧୀନରେ ଚେକ୍ ଡ୍ୟାମ୍, କେନାଲ ଆଦିର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିବା ସହ ରାସ୍ତା ଓ କୋଠାବାଡି, ଜଳଛାୟା ପ୍ରକଳ୍ପ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା, ଶକ୍ତି ଯୋଜନା, ସେତୁବନ୍ଧ ଯୋଜନା ଆଦି ଉପରେ ମଧ୍ଯ ସମୀକ୍ଷା କରାଯାଇଥିଲା । ସମସ୍ତ ପ୍ରକଳ୍ପର କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ଅଧ୍ୟକ୍ଷ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

          ବୈଠକରେ ଜିଲ୍ଲା ମୁଖ୍ୟ ଊନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସମୀର କୁମାର ଜେନା, ଅଧିକ୍ଷଣ ଯନ୍ତ୍ରୀ ରାସ୍ତା ଓ କୋଠାବାଡି ଭଞ୍ଜନଗର ସତ୍ଯରଞ୍ଜନ ପରିଡା, ଅଧିକ୍ଷଣ ଯନ୍ତ୍ରୀ, ଭଞ୍ଜନଗର ଜଳ ସେଚନ ବିଭାଗ ସଞ୍ଜୟ କୁମାର ପ୍ରଧାନ, ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଜଳ ଓ ପରିମଳ ବ୍ରହ୍ମପୁରଙ୍କ ସମେତ ସମସ୍ତ ଲାଇନ୍ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଜିଲ୍ଲାପାଳ ଗଞ୍ଜାମ ଶ୍ରୀ କୀର୍ତ୍ତି ଓ୍ବାସନ୍ ଧନ୍ଯବାଦ ଅର୍ପଣ କରିଥିଲେ ।

Related posts

ନିର୍ବାଚନକୁ ଦୃଷ୍ଟିରେ ରଖି ଆମପାଣି ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

masiha

ମଣିଷ ବଦଳରେ ମେସିନ କରୁଛି କାମ

Sunil Chandra Nayak

ବିଜୁ ଛାତ୍ର ଜନତା ଦଳ ବଲାଙ୍ଗୀର ଜୋନ୍ ଉପ ସଭାପତି ହେଲେ ଦେବାଶିଷ ରଞ୍ଜନ ବିଶି 

masiha

Leave a Comment

error: Content is protected !!