ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ” ଛତୁଚାଷ ପାଇଁ ସମନ୍ବିତ ପଦ୍ଧତି ” ଦୁଇଦିନିଆ କର୍ମଶାଳା 

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ” ଛତୁଚାଷ ପାଇଁ ସମନ୍ବିତ ପଦ୍ଧତି ” ଦୁଇଦିନିଆ କର୍ମଶାଳା 

ବ୍ରହ୍ମପୁର, ତା ୨୨/୦୪ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଗୃହ ବିଜ୍ଞାନ ବିଭାଗ ପକ୍ଷରୁ ବିଶ୍ବ ବିଦ୍ୟାଳୟର କନଫରେନ୍ସ ହୋଲରେ “ଛତୁ ଚାଷ ପାଇଁ ସମନ୍ୱିତ ପଦ୍ଧତି – ପ୍ରୟୋଗଶାଳା ରୁ ଗ୍ରାମସ୍ତରୀୟ ଉଦ୍ୟୋଗ ପର୍ଯ୍ୟନ୍ତ” ଏକ ଦୁଇଦିନିଆ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାକୁ ପିଜି କାଉନ୍ସିଲ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମୁଖ୍ଯ ଅତିଥି ରୁପେ ପୂର୍ବତନ ଡିନ୍ ତଥା କୃଷି କଲେଜ ଓୟୁଏଟି ଭୂବନେଶ୍ବର ପ୍ରଫେସର ହୃଷୀକେଶ ପାତ୍ର ଓ ଅତିଥି ଭାବେ ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର ଗଞ୍ଜାମ-୨ ଡ଼. ସୁଜିତ କୁମାର ନାଥ , ଗୃହ ବିଜ୍ଞାନ ବିଭାଗ ପ୍ରମୁଖ ଅଧ୍ୟାପିକା ଡ. ଅଲିତା ମିଞ୍ଜ ଉଦ୍ଘାଟନୀ ସମାରୋହରେ ଯୋଗଦେଇ ଉଦଘାଟନ କରିଥିଲେ । ଓ ଏହାର ସଂଯୋଜନା , ଅଧ୍ୟାପିକା ଅସ୍ମିତା ବେଉରା , ମାନସି ମେହେର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ସହ କର୍ମଶାଳାକୁ ତ୍ୱରାନ୍ୱିତ କରିଥିଲେ । ଏହି କର୍ମଶାଳାରେ ଛାତ୍ରଛାତ୍ରୀ ମାନେ କିଭଳି ଭବିଷ୍ୟତରେ ଶିକ୍ଷା ଗ୍ରହଣ ସହ ସ୍ୱାବଲମ୍ବୀ ଓ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ଏବଂ ଚାଷରେ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି ସମାଜରେ ପ୍ରତିଷ୍ଠିତ ରୋଜଗାରକ୍ଷମ ନାଗରିକ ହୋଇପାରିବେ ତାହାରି ଉପରେ ଆଲୋକପାତ ହୋଇଥିଲା । ଏବଂ ଏହି କାର୍ଯ୍ୟକ୍ରମକୁ ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ଡ. ଗୀତାଞ୍ଜଳି ଦାସ ଦିଗଦର୍ଶନ ଦେଇଥିଲେ ।

Related posts

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

Sunil Chandra Nayak

ନୂଆଦିଲ୍ଲୀରେ ଆନ୍ତର୍ଜାତୀୟ ନାଟକ ମହୋତ୍ସବରେ ଓଡିଆ ନାଟକ ଉନ୍ମୋଚିତ

Sunil Chandra Nayak

ବାଦାମ ପାହାଡ଼ ରେଳ ଷ୍ଟେସନ ନିକଟରୁ ଜବରଦଖଲ ଉଚ୍ଛେଦ

masiha

Leave a Comment

error: Content is protected !!