ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଠା ଜଳସେଚନ ରବି ଧାନ ବିକ୍ରି ପଞ୍ଜିକରଣ ରୁ ବଞ୍ଚିତ ଚାଷୀ ଙ୍କ ପାଇଁ ସଚେତନ ମଞ୍ଚ ର ଦାବିପତ୍ର

ଉଠା ଜଳସେଚନ ରବି ଧାନ ବିକ୍ରି ପଞ୍ଜିକରଣ ରୁ ବଞ୍ଚିତ ଚାଷୀ ଙ୍କ ପାଇଁ ସଚେତନ ମଞ୍ଚ ର ଦାବିପତ୍ର

କଳାହାଣ୍ଡି ଜିଲ୍ଲା କୋକସରା,ଜୟପାଟଣା ଓ ଧର୍ମଗଡ ବ୍ଲକ ର ୧୮, ୮୫୫ ହଜାର ହେକ୍ଟର ଚାଷଜମି ରେ ଚଳିତ ରବି ଚାଷ ଧାନ ଫସଲ ପାଇଁ ୩ ବ୍ଲକ ର ୭୬ ଗ୍ରାମ ର ୫୬,୬୪୦ ଜଣ ଚାଷୀ ରବି ଧାନ ଚାଷ କରିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଧାନ ବିକ୍ରି ପାଇଁ ପି -ପାସ ପଞ୍ଜିକରଣ ଗତ ମାର୍ଚ୍ଚ ମାସ ୧୦ ତାରିଖ ରୁ ୨୫ ତାରିଖ ପର୍ଯ୍ୟନ୍ତ ରହିଥିବା ବେଳେ ମେଗାଲିଫ୍ଟ ଚାଷି ଙ୍କ ପାଇଁ ଅନ ଲାଇନ ରେ କୌଣସି ତଥ୍ୟ ନଥିବା କାରଣରୁ ରବିଚାଷ ବିକ୍ରି ରୁ ବଞ୍ଚିତ ହୋଇଛନ୍ତି ଉଠା ଜଳସେଚନ ଅଞ୍ଚଳ ର ଚାଷୀକୁଳ।ଚାଷି ଙ୍କ ଅଭିଯୋଗ ପରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ବିଧାନସଭା ର ପ୍ରଶ୍ନକାଳ ରେ ଚାଷି ଙ୍କ ଧାନ ବିକ୍ରି ସମସ୍ୟା ନେଇ ବିଧାନସଭା ରେ ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ ଉଭୟ ଶାସକ ଓ ବିରୋଧୀ ଦଳ ର ନେତୃବୃନ୍ଦ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ସତ୍ତ୍ୱେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ କୋକସରା ବ୍ଲକ ସଚେତନ କୃଷକ ମଞ୍ଚ ପକ୍ଷରୁ ଚାଷି ନେତା ଶିବ ପ୍ରସାଦ ପ୍ରଧାନୀ ଙ୍କ ନେତୃତ୍ବରେ ବୁଧବାର ଶତାଧିକ ଚାଷି ଏକ ଶୋଭାଯାତ୍ରା ରେ ବାହାରି ରାଜ୍ୟ ସରକାରଙ୍କୁ ଚାଷି ଙ୍କ କଷ୍ଟ ଉପାର୍ଜିତ ଧାନ କ୍ରୟ ପାଇଁ ପି-ପାସ ପୋର୍ଟାଲ ଅବଧି ବୃଦ୍ଧି ସହ ରାଜ୍ୟର ଅନ୍ନଦାତା ଙ୍କୁ ହତାଦର ନ କରିବାକୁ ଏକ ବିକ୍ଷୋଭ ପ୍ରଦର୍ଶନ ସହ କୋକସରା ତହସିଲ କାର୍ଯ୍ୟାଳୟ ରେ ପହଞ୍ଚି ସ୍ଥାନୀୟ ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ ଙ୍କ ଜରିଆରେ ଏକ ଦାବିପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରିଛନ୍ତି। ଯଦି ଚାଷି ଙ୍କ ଦୁଃଖ ଓ ସମସ୍ୟା କୁ ରାଜ୍ୟ ସରକାର ଅଣଦେଖା କରନ୍ତି ତାହେଲେ ଆଗାମୀ ଦିନରେ ସଚେତନ କୃଷକ ମଞ୍ଚ ପକ୍ଷରୁ ଭୟାବହ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦିଆଯାଇଛି। ସଚେତନ କୃଷକ ମଞ୍ଚ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ସଭାପତି ମିନିକେତନ ପ୍ରଧାନୀ ଙ୍କ ସଭାପତିତ୍ୱ ରେ ଜିଲ୍ଲା ବିଜେଡି ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ,ପୂର୍ବତନ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ,କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ,ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି,ସମ୍ପାଦକ ମନୋଜ କୁମାର ନାଏକ,ସଚେତନ ଚାଷି ଗୋବର୍ଦ୍ଧନ ବାଗ,ଜୟଲାଲ ନାଏକ, ପଞ୍ଚକ ପୋଢ଼,ରାଜେନ୍ଦ୍ର ନାଏକ,ନିମାଇଁ ଧଙ୍ଗଡା ମାଝୀ, ନାରାୟଣ ପଟ୍ଟନାୟକ, ରଘୁମଣି ପଣ୍ଡା,ପ୍ରଶାନ୍ତ ତିୱାରୀ,ପ୍ରକାଶ ଚୌଧୁରୀ,ମଙ୍ଗଲୁ ଚରଣ ଭାଟି,ମନୀଜର ପୋଢ଼ ସମେତ ଶତାଧିକ ଚାଷୀମାନେ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରଙ୍କ ମଧ୍ଯରେ ଅସନ୍ତୋଷ

Sunil Chandra Nayak

ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ଉଦଘାଟିତ 

masiha

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ପ୍ରତିମା

masiha

Leave a Comment

error: Content is protected !!