ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବତନ୍ତ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସମାରୋପ ସମାରୋହ  ସକରାତ୍ମକ ଭାବନା ନୂଆ ସମାଜ ଗଠନରେ ସହାୟକ: ଶ୍ରୀ ତନ୍ତୀ 

ସ୍ବତନ୍ତ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସମାରୋପ ସମାରୋହ 

ସକରାତ୍ମକ ଭାବନା ନୂଆ ସମାଜ ଗଠନରେ ସହାୟକ: ଶ୍ରୀ ତନ୍ତୀ 
 ରାଷ୍ଟ୍ରକୁ ବିକଶିତ କରିବା ପାଇଁ ସ୍ବପ୍ନ ଦେଖିବା ଦରକାର: ଡ. ପଧାନ 

ରାଉରକେଲା: ସ୍ଥାନୀୟ ସେକ୍ଟର: ୬ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ତରଫରୁ ସ୍ବତନ୍ତ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ସଂଗୀତ ଓ ଅଭିନୟ କଳା କର୍ମଶାଳାର ସମାରୋପ ସମାରୋହ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ସକରାତ୍ମକ ଭାବନା ଓ ରାଷ୍ଟ୍ରର ବିକାଶ ପାଇଁ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀଙ୍କ ସଭାପତିତ୍ବ, ବିଦ୍ୟା ମନ୍ଦିରର ସମ୍ପାଦକ କରୁଣାକର ପାଟ୍ଟଶାଣୀଙ୍କ ଆବାହକତ୍ଵ ତଥା ଶ୍ୟାମସୁନ୍ଦର ସେଠୀ ଓ ସନ୍ଧ୍ୟାରାଣୀ ସାମନ୍ତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଓଡ଼ିଶା ପଶ୍ଚିମ ପ୍ରାନ୍ତର ସଂଘ ଚାଳକ ଡ. ସନାତନ ପ୍ରଧାନ ମୁଖ୍ୟବକ୍ତା, ଶିକ୍ଷା ବିକାଶ ସମିତି, ରାଉରକେଲା ସଂକୁଳ ପ୍ରମୁଖ ଗୋଦାବରୀଶ ଶତପଥୀ, ବିଦ୍ୟା ମନ୍ଦିରର କୋଷାଧ୍ୟକ୍ଷ ଉପେନ୍ଦ୍ର ନାଥ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ତନ୍ତୀ ଏହି ଅବସରରେ ଛାତ୍ର-ଛାତ୍ରୀଙ୍କୁ ତାଙ୍କ ବକ୍ତବ୍ୟରେ କହିଲେ ଯେ ସକରାତ୍ମକ ଭାବନା ନୂଆ ସମାଜ ଗଠନରେ ସହାୟକ ହୋଇଥାଏ। ସେହିପରି ପ୍ରଦୂଷଣ ଓ ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦକରିବା ପାଇଁ ଆହ୍ବାନ ଦେଇଥିଲେ। ମୁଖ୍ୟବକ୍ତା ଡ. ପଧାନ ତାଙ୍କ ବକ୍ତବ୍ୟରେ କହିଲେ ଯେ ରାଷ୍ଟ୍ରର ବିକାଶ କରିବା ପାଇଁ ସ୍ବପ୍ନ ଦେଖିବା ଦରକାର। ଆମେ ନାଟକ ଲେଖିବା, ଅଭିନୟ କରିବାବେଳେ ସେଥିପ୍ରତି ଦୃଷ୍ଟି ଦେବା ଦରକାର। ସମାଜର ବିଭିନ୍ନତା ମଧ୍ୟରେ ଏକତାକୁ ସେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନୀତ ଅତିଥି ଶ୍ରୀ ଶତପଥୀ ଏଭଳି କାର୍ଯ୍ୟକ୍ରମ ନୂତନ ଶିକ୍ଷା ନୀତିର ଏକ ଅଭିନ୍ନ ଅଙ୍ଗ ବୋଲି ମତ ରଖିଥିଲେ । ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶତପଥି ଏହି କର୍ମଶାଳାର ଆଭିମୁଖ୍ୟ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲାବେଳେ ଆବାହକ ଶ୍ରୀ ପାଟ୍ଟଶାଣୀ ସମାଜ ପ୍ରତି ଆମର ଦାୟିତ୍ବବୋଧ ସମ୍ପର୍କରେ ଓ ଭାଇଭଉଣୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାରେ ଏହା ସହାୟକ ହେବ ବୋଲି ମତ ରଖିଥିଲେ । ଏହି ଅବସରରେ ବିଗତ ସପ୍ତାହ ବ୍ୟାପୀ ଚାଲିଥିବା ସଂଗୀତ କଳାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନେ ସଂଗୀତ ପରିବେଷଣ କରିଥିଲେ। ଏଥିରେ ବାଦ୍ୟ ଯନ୍ତ୍ରରେ ଗୁରୁ ତରଣୀସେନ ଦାସ ଓ ଗୁରୁ ରଜତ ପଣ୍ଡା ସହଯୋଗ ଓ ଦିଗଦର୍ଶନ ଦେଇଥିଲେ। ସେହିପରି ଅଭିନୟ କଳା କର୍ମଶାଳାର ଛାତ୍ର-ଛାତ୍ରୀମାନେ ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ରଚିତ ଜଳ ପ୍ରଦୂଷଣ ସଚେତନତାମୂଳକ ନାଟକ ତଥା ପଞ୍ଚାନନ ପାତ୍ରଙ୍କ ନିର୍ଦ୍ଦେଶନାରେ ଅଭିନୟ କରି ସଚେତନତା ବାର୍ତ୍ତା ବାଣ୍ଟିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟିର ଦୀନବନ୍ଧୁ ରଥ, ଦିଲ୍ଲେଶ୍ବରୀ ମହନ୍ତ ତଥା ବିଦ୍ୟା ମନ୍ଦିର ସହ-ପ୍ରଧାନଚାର୍ଯ୍ୟ ଜନ୍ମେଜୟ ସୁଆର, ପ୍ରମୋଦ ମହାନ୍ତି, ବିଭୁତି ଭୂଷଣ ସାମଲ, ଅଞ୍ଜନା ବାରିକ, ଅପର୍ଣ୍ଣା ପଣ୍ଡା,ସରୋଜିନୀ ଜେନା, ନନ୍ଦିତା ମଲ୍ଲିକ, ସୁଜାତା ମହାନ୍ତି, ସଂଗୀତା ଖିଲାର, ରେଖା ମହାନ୍ତି, ମୋନାଲିକା ଦାସ, ଲଳିତା ବେହେରା, ବିଜୟଲକ୍ଷ୍ମୀ ବାରିକ, ରାଧାମୋହନ ଦାଶ, ଲକ୍ଷ୍ମୀ ବେହେରା, ମମତା ସାମଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ପ୍ରମୋଦ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ ଗତ ୭ ତାରିଖ ଦିନ ସଂଗୀତ କଳା କର୍ମଶାଳା ଆରମ୍ଭ ହୋଇଥିଲା ବେଳେ ୯ ତାରିଖରୁ ଅଭିନୟ କଳା କର୍ମଶାଳା ଆରମ୍ଭ ହୋଇଥିଲା। ଆସନ୍ତା ଏପ୍ରିଲ୍ ୨୫ରୁ ମେ ୦୩ ଯାଏଁ ଆଚାର୍ଯ୍ୟମାନଙ୍କ ନିମିତ୍ତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁ କାର୍ଯ୍ୟକ୍ରମରେ ରାଉରକେଲାର ବିଭିନ୍ନ ବିଭାଗରେ ପ୍ରତିଷ୍ଠା ଅର୍ଜନ କରିଥିବା ୨୪ ଜଣ ବିଷୟ ବିଶେଷଜ୍ଞମାନେ ଉଚ୍ଚାଙ୍ଗ ବିଷୟ ରଖିବେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟ:- ବର୍ଷିଲେ ଜିଲ୍ଲା ଓକିଲ ସଂଘ ସଭାପତି

Sunil Chandra Nayak

ସୁରଦା ଗ୍ରାମରେ ପାୟୋନିୟର କମ୍ପାନୀ ଆନୁକୂଲ୍ୟରେ ଫସଲ ଅମଳ ଦିବସ ପାଳିତ

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ

masiha

Leave a Comment

error: Content is protected !!