ପ୍ରସ୍ତାବିତ ଔପଦା ବସଷ୍ଟାଣ୍ଡର ସ୍ଥାନ ନିରୂପଣକୁ ନେଇ ଗ୍ରାମବାସୀ ଓ ଅଞ୍ଚଳବାସୀଙ୍କ ବିରୋଧ
ଖଇରା,୧୭/୪/୨୫- ପ୍ରତ୍ୟେକ ବ୍ଲକ ହେଡ୍ କ୍ବାର୍ଟରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସରକାରଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ସ୍ଥାନ ଅଭାବରୁ ଏପର୍ଯ୍ୟନ୍ତ କେତେକ ବ୍ଲକରେ ବସଷ୍ଟାଣ୍ଡ ନିର୍ମାଣ ହୋଇପାରି ନାହିଁ । ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମଧ୍ୟ ପ୍ରସ୍ତାବିତ ବସଷ୍ଟାଣ୍ଡ ନିର୍ମାଣ ହୋଇନାହିଁ । ନିର୍ମାଣ ପାଇଁ ବ୍ଲକ ହେଡ୍ କ୍ବାର୍ଟରରେ ସ୍ଥାନ ଅଛି ହେଲେ ସେଠି ନକରି ପ୍ରସ୍ତାବିତ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଔପଦାବାସୀ ଖଇରା ତହସଲ ଅଧିନ ନରମା ରାଜସ୍ବ ମୌଜାର ଖାତା ନମ୍ବର ୧୬୨, ପ୍ଲଟ ନମ୍ବର ୧୩୮, କିସମ ଗୋଚର, ରକବା ୧ ଏକର ୪୪ ଡିସିମିଲକୁ ସ୍ଥାନ ନିରୂପଣ କରିଛନ୍ତି । ପ୍ଲଟ ନମ୍ବର ୧୧୨ ଏବଂ ୧୪୩ ମଧ୍ୟ ବାଦ ପଡିନାହିଁ । କିନ୍ତୁ ନରମା ଗ୍ରାମବାସୀ ସମେତ ଅଞ୍ଚଳବାସୀ ତରଫରୁ ଏହାକୁ ବିରୋଧ କରି ଖଇରା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାଦ୍ବାରା ନରମା ମୌଜାର ଗୋଚର କିସମ ସମ୍ପତ୍ତି ନଷ୍ଟ ହେବ ଏବଂ ଗୋରୁଗାଈ ଚରିବା ପାଇଁ ଜାଗାର ଅଭାବ ହେବ । ପ୍ରସ୍ତାବିତ ପ୍ଲଟ ଉପରେ ଅନେକ ବ୍ଯକ୍ତି ଦୋକାନ କରି ଜୀବିକା ନିର୍ବାହ କରୁଛନ୍ତି, ଯଦି ସେମାନଙ୍କୁ ଉଚ୍ଛେଦ କରାଯାଏ ପରିବାର ପ୍ରତିପୋଷଣରେ ବାଧା ସୃଷ୍ଟି ହେବ । ଯଦି ପ୍ରସ୍ତାବିତ ପ୍ଲଟ ଉପରେ ବସଷ୍ଟାଣ୍ଡ ନିର୍ମାଣ କରାଯାଏ, ନରମା ଗ୍ରାମରେ ବିଶୃଙ୍ଖଳା ଓ ଆଇନ ଭଙ୍ଗ ଭଳି ପରିସ୍ଥିତି ସୃଷ୍ଟି ହେବ, ଯେହେତୁ ଗ୍ରାମର ମଧ୍ୟ ସ୍ଥଳରେ ଉକ୍ତ ପ୍ଲଟଟି । ଗ୍ରାମବାସୀଙ୍କ ପ୍ରତି ବିପଦ ବଢିଯିବ, ଗ୍ରାମର ମହିଳା ମାନେ ଅସୁରକ୍ଷିତ ରହିବେ, ଶଦ୍ଦ ଓ ବାୟୁ ପ୍ରଦୂଷଣ ବଢିବ, ପିଲା ମାନଙ୍କ ପାଠ ପଢାରେ ବ୍ଯାଘାତ ସୃଷ୍ଟି ହେବ, ସ୍ବାସ୍ଥ୍ୟ ସମସ୍ୟା, ଉକ୍ତ ପ୍ଲଟକୁ ଲାଗି ସରକାରୀ ଅଫିସ ଓ ସ୍କୁଲ ଲାଗିଛି, ପିଲାଛୁଆ ଯାତାୟତ କରୁଥିବାରୁ ଜୀବନ ପ୍ରତି ବିପଦ ରହିଛି, ନରମା ଏକ ହରିଜନ ଆଦିବାସୀ ବହୁଳ ଗ୍ରାମ ହୋଇଥିବାରୁ ଏଠାରେ ଔପଦା ବସଷ୍ଟାଣ୍ଡ ନିର୍ମାଣ କରା ନଯାଇ ଅନ୍ୟ ସ୍ଥାନରେ ନିର୍ମାଣ ନିମନ୍ତେ ଗୟାଧର ଶିଅଳ, ବନମାଳୀ ସେଠୀ, କମଳାକାନ୍ତ ମହାକୁଡ଼, ଗୟାଧର ସେଠୀ, ଉପେନ୍ଦ୍ର ନାୟକ, ସୁରେନ୍ଦ୍ର ବେହେରା, ଦୁଃଶାସନ ଶିଅଳ, ରମେଶ ସେଠୀ, ଜଗନ୍ନାଥ ବେହେରା, ବିନୋଦ ବିହାରୀ ନାୟକ, ବୃନ୍ଦାବନ ଯେନା, କୈଳାସ ଶିଅଳ, ମଦନମୋହନ ଶିଅଳ, ଶିବ ପ୍ରସାଦ ସେଠୀ, ନରେନ୍ଦ୍ର ଶିଅଳ, ପୂର୍ଣ୍ଣ ଚନ୍ଦ୍ର ଶିଅଳ, ନିରଞ୍ଜନ ଶିଅଳ, କମଳାକାନ୍ତ ଶିଅଳ, ରୀନା ଶିଅଳ, ପ୍ରଫୁଲ୍ଲ ସେଠୀ, ଲକ୍ଷ୍ମୀ ଶିଅଳ, ବାଞ୍ଛାନିଧି ପାତ୍ର, ପର୍ଶୁରାମ ପାତ୍ର, ସୁରେନ୍ଦ୍ର ସେଠୀ, ଶିବ ସିଂ, ନମିତା ପାତ୍ର, ଭଗବାନ ଦାସ, ସୁଷମା ସେଠୀ, ଭାଗବତ ସେଠୀ, ହାଡିବନ୍ଧୁ ପାତ୍ର, ବାସନ୍ତୀ ସେଠୀ, ଗୌରାଙ୍ଗ ସେଠୀ, ତନ୍ମୟ ରାଉଳ, ଈଶ୍ବର ଦଳେଇ ଓ ଅନୁସୟା ସେଠୀଙ୍କ ସମେତ ଗ୍ରାମବାସୀ ଓ ଅଞ୍ଚଳବାସୀ ଖଇରା ତହସିଲଦାରଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା, ବାଲେଶ୍ବର ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳ, ଔପଦା ତହସିଲଦାର, ଆର.ଡି କଟକ ଏବଂ ଖଇରା ବିଡ଼ିଓଙ୍କ ନିକଟକୁ ଡାକ ମାଧ୍ୟମରେ ଅଭିଯୋଗ ପତ୍ର ପ୍ରେରଣ କରି ବିଚାର ନିମନ୍ତେ ଅନୁରୋଧ କରିଛନ୍ତି ।।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

