ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣତନ୍ତ୍ର ରେ ନାରୀର ଭୂମିକା ସମ୍ପର୍କରେ ବକୃତା ପ୍ରତିଯୋଗୀତା

ଗଣତନ୍ତ୍ର ରେ ନାରୀର ଭୂମିକା ସମ୍ପର୍କରେ ବକୃତା ପ୍ରତିଯୋଗୀତା

ରାଉରକେଲା: ସାମାଜିକ ଅନୁଷ୍ଠାନ ଦ୍ରଷ୍ଟି ତରଫରୁ ଗଣତନ୍ତ୍ରରେ ନାରୀର ଭୂମିକା ସମ୍ପର୍କରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସେକ୍ଟର ୭ସ୍ଥିତ ଡିଅର କାର୍ଯ୍ୟାଳୟ ଠାରେ ଦ୍ରଷ୍ଟି ର ସଭାପତି ସୁଜାତା ସାହୁଙ୍କ ସଭାପତିତ୍ବ ସମ୍ପାଦିକା ରଶ୍ମି ରେଖା ମିଶ୍ର ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି ବତ୍କୃତା ପ୍ରତିଯୋଗିତା ରେ ବିଚାରକ ଭାବେ ଶିକ୍ଷକ ପ୍ରଦୀପ ପଣ୍ଡା, ଆଇନଜୀବୀ ବବିତା ମହାପାତ୍ର ଓ ସାହିତ୍ୟିକା ସ୍ନେହଲତା ନାୟକ ଯୋଗଦେଇଥିଲା ବେଳେ ପ୍ରତିଯୋଗିତା ରେ ଝିଲିମା ମହାନ୍ତି, ଅର୍ଚ୍ଚନା ମହାନ୍ତି, ନିରୁପମା ପତି ଓ ଦୁଲେଶ୍ବରୀ ରାଣା ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ ସମ୍ପର୍କରେ ମତ ରଖିଥିଲେ। ସେମାନଙ୍କ ବତ୍କୃତାରେ ନାରୀ ନିଜକୁ ହୀନମନ୍ୟତା ଠାରୁ ଦୂରେଇ ରଖିବା ସହ ଆତ୍ମନିର୍ଭରଶୀଳ, ଶିକ୍ଷା ଓ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଚାରକଗଣ ସେମାନଙ୍କ ବକ୍ତବ୍ୟରେ ନାରୀ ଅନ୍ୟକୁ ଦୁର୍ବଳ କରିପାରେ ବୋଲି ଦୁର୍ବଳା କହିବା ସହ ମହିଳାମାନଙ୍କୁ ଆର୍ଥିକ ସ୍ବଛ୍ଛଳତା ହିଁ ସ୍ବାଭିମାନୀ ଓ ମହୀୟସୀ କରେ ବୋଲି ମତ ରଖିଥିଲେ। ସ୍ୱାଗତିକା ପଣ୍ଡା ମଞ୍ଚ ସଂଯୋଜନା କରିଥିଲା ବେଳେ ସଞ୍ଜୁକ୍ତା ଜେନା, ରିଙ୍କି କୁମାରୀ,ଦିଲେଶ୍ବରୀ ମହନ୍ତ, ପାର୍ବତୀ ମଣ୍ଡଳ, ସରିତା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ନରେନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂତନ ବର୍ଷ ରେ ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ମଦୁଆ ଙ୍କୁ ସାବଧାନ

Sunil Chandra Nayak

ରାଉରକେଲା କଲେଜ ‘ଓଡିଆ ବିଭାଗ’ର ଆଲୋଚନାଚକ୍ର…

Sunil Chandra Nayak

140th FOUNDER’S DAY CELEBRATED IN JK PAPER MILL RAYAGADA

masiha

Leave a Comment

error: Content is protected !!