ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାସ୍ତ୍ରୀ ନଗର ରେ ଢୋଲ ବାଦ୍ୟ ମହୁରୀ ରେ ଦୁଲୁକିଲା ପୋଚାଲୁଣ୍ଡି ଦଣ୍ଡ ନାଚ:ଲୋକେ ଦେଖି ହେଲେ ବିଭୋର 

ଶାସ୍ତ୍ରୀ ନଗର ରେ ଢୋଲ ବାଦ୍ୟ ମହୁରୀ ରେ ଦୁଲୁକିଲା ପୋଚାଲୁଣ୍ଡି ଦଣ୍ଡ ନାଚ:ଲୋକେ ଦେଖି ହେଲେ ବିଭୋର 

ନବରଙ୍ଗପୁର:(୧୧|୪) ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ୧୭ ନମ୍ବର ୱାର୍ଡର ଶାସ୍ତ୍ରୀନଗର ସାହି କମିଟି ପକ୍ଷରୁ ପୋଚାଲୁଣ୍ଡି ଦଣ୍ଡ ନାଚ ଅନୁଷ୍ଠିତ ହୋଇଥିଲା l ଆଜି ଗୁରୁବାର ଦିନ ପ୍ରତ୍ୟୁଷ ରେ ପୋଚାଲୁଣ୍ଡି ଦଣ୍ଡ ଦଳକୁ ବିଧି ବିଧାନ ଅନୁଯାୟୀ ବରଣ କରାଯାଇ ମଧ୍ୟାହ୍ନରେ ଶାସ୍ତ୍ରୀ ନଗର ରେ ଧୂଳିଦଣ୍ଡ ଅପରାହ୍ନରେ ପାଣି ଦଣ୍ଡ ଓ ଅଗ୍ନି ଦଣ୍ଡ ହୋଇଥିଲା ।ସନ୍ଧ୍ୟାରେ ଆଳତି ସମୟ ରେ ଦେବ ଦେବ ମହାଦେବ ଓ ମହାକାଳୀ ଆଳତୀ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି lରାତିରେ ସାମାଜିକ ନାଟକ “କହ୍ନେଇ ରଜା ମୋ ବାଇଦ ବଜା” ମଞ୍ଚସ୍ଥ ହେବ l ଶାସ୍ତ୍ରୀ ନଗର କମିଟି ପକ୍ଷରୁ ସଭାପତି ଉମା ମହେଶ୍ବର ଦାସ, ସମ୍ପାଦକ ପଦ୍ମ ଲୋଚନ ଶତପଥୀ, ଉପସଭାପତି ସୁନୀଲ କୁମାର ଗୌଡ, କୋଷାଧ୍ୟକ୍ଷ ତ୍ରିଲୋଚନ ପାତ୍ର, ବିପିନ ବିହାରୀ ଦାଶ, କୃଷ୍ଣ ପ୍ରିୟା ଦାଶ, ବୁଲୁ ମିଶ୍ର, ରାମ ଚନ୍ଦ୍ର ମିଶ୍ର, ନିର୍ମଳ କୁମାର ଦାସ, ରାଜେଶ କୁମାର ମିଶ୍ର, ଲୁନା ଦାଶ, ଶଙ୍କର ସାହୁ, ଶିବ ଶଙ୍କର ମିଶ୍ର, ସନ୍ତୋଷ କୁମାର ସାମନ୍ତରା, ପ୍ରଶାନ୍ତ କୁମାର ତ୍ରିପାଠୀ, ଲକ୍ଷ୍ମୀ କାନ୍ତ ପଟ୍ଟନାୟକ ଓ ଶାସ୍ତି ନଗର ଗ୍ରାମ ବାସୀ ବୃନ୍ଦ ସହଯୋଗ କରିଥିଲେ l କମିଟି ର କର୍ମକର୍ତ୍ତା ମାନଙ୍କ ଦ୍ଵାରା ବେଶ୍ ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟ ସମ୍ପାଦନ ହୋଇ ଚାଲିଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ବିଷ ଖାଇ ଯୁବକର ଆତ୍ମହତ୍ୟା, ହତ୍ୟା ସନ୍ଦେହ

Sunil Chandra Nayak

ବାଲିଗୁଡାରେ ଗୁରୁ ଦିବସ ପାଳିତ 

masiha

ପର୍ଯ୍ୟଟନ ସ୍ଥଳୀ ଡୋକରୀଚଞ୍ଚରାରେ ଏନ୍ ସି ସି ର ସର୍ବ ଭାରତୀୟ ଓଡିଶା ଟ୍ରାଇବାଲ ଟ୍ରେକ,ଯୋଗଦେଲେ ୫ ଶହ କ୍ୟାଡେଟ

masiha

Leave a Comment

error: Content is protected !!