ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଦିବସ ପାଳନ ପାଇଁ ଗରିମା ର ପ୍ରଥମ ପ୍ରସ୍ତୁତି ବୈଠକ

ରାଉରକେଲା/ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଗରିମା ତରଫରୁ ଉତ୍କଳ ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସେକ୍ଟର ୨ ସାହାନାଇ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ୍ କୟାଲଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଶଙ୍କର ଜେନାଙ୍କ ଆବାହକତ୍ବ ଓ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ଅନୁଷ୍ଠାନର ଉପଦେଷ୍ଟା ରଶ୍ମିତ ସାହାଣୀ, କୁଞ୍ଜବିହାରୀ ରାଉତ,ମମତା ନାୟକ, ଲୀନା ତ୍ରିପାଠୀ,ଡଃ ସରିତା ମଲ୍ଲ, ମୀନାକ୍ଷୀ ପାଢୀ,ପ୍ରଣତୀ ଜେନା, ଶାନ୍ତିଲତା ବାରିକ, ସିଲି ମହାନ୍ତି,ଶଙ୍ଖରିନା ପ୍ରଧାନ, ଶର୍ମିଲା ରାଜଗୁରୁ,ମମତା ଦାସ,ମୋନାଲିସା ଗୌଡ, ରେବତୀ ବାରିକ, ଦେବସ୍ମିତା ଶତପଥୀ, ସାଗର ଜେନା, ସୁମିତ୍ରା ଦାସ, ସୁନିତା ଶ୍ରୀନିବାସନ, ନିହାରିକା ବସ୍ତିଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ ଯେ ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ପରିବାର ବର୍ଷରେ ୩ଟି କାର୍ଯ୍ୟକ୍ରମ କରିଥାଏ । ସେଥିମଧ୍ୟରୁ ଉତ୍କଳ ଦିବସ,ଓଡିଆ ନବବର୍ଷ ଓ ରଜ ରାଜକୁମାରୀ ଅନ୍ୟତମ । ଏହା ସହ ପରିଷଦର ବୋଇତ ବନ୍ଦାଣ ଉତ୍ସବ ରେ ଗରିମା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେବେ ଏହି ଚତୁର୍ଥ ସଂସ୍କରଣ କାର୍ଯ୍ୟକ୍ରମ ପାଇଁ ସାଧାରଣତଃ ମହିଳା ସଶକ୍ତିକରଣ ଓ ନାରୀ ମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସ୍ଥିର କରାଯାଇଛି । ଶେଷରେ ଉପଦେଷ୍ଟା ଶ୍ରୀ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

The Pride & Glory of Kendrapada District – Shri Deepak Choudhury Declared as Disaster Ambassador.

Sunil Chandra Nayak

ଗାଁ ଠୁ ସହର ସବୁଠି ଲାଗିଲା ହୋଲିର ରଙ୍ଗ: ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ହୋଲି ପର୍ବ

masiha

ପ୍ରକାଶ ପାଇଲା ମେଧାଅନ୍ବେଷଣର ଫଳାଫଳ, ପ୍ରଥମ ସ୍ଥାନରେ ୩ ଜଣ

masiha

Leave a Comment

error: Content is protected !!