ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହରେ ଜାତୀୟ ଡାକ୍ତର ଦିବସ ପାଳିତ

ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହରେ ଜାତୀୟ ଡାକ୍ତର ଦିବସ ପାଳିତ

ଖଇରା,୦୧/୦୭/୨୪- ପ୍ରତିବର୍ଷ ଜୁଲାଇ ୧ ତାରିଖରେ ଭାରତରେ ଜାତୀୟ ଡାକ୍ତର ” ଦିବସ ” ରୂପେ ପାଳନ କରାଯାଏ । ଡାକ୍ତର ତଥା ଦେଶ ସେବକ ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ଦିନକୁ ଜାତୀୟ ଡାକ୍ତର ଦିବସ ରୂପେ ପାଳନ କରାଯାଏ । ଏହି ଡାକ୍ତର ଦିବସ ୧୯୯୧ ମସିହାରୁ ପାଳିତ ହୋଇଆସୁଛି । ୧୯୩୩ ମସିହା ମାର୍ଚ୍ଚ ୩୦ ତାରିଖରେ ଜର୍ଜି ବ୍ଯଆରଓ କାଉଣ୍ଡି ଆଲାଏସ୍ସ ଦ୍ବାରା ପାଳନ କରାଯାଇଥିବା ଶ୍ଯାଲ୍ଯ ଚିକିତ୍ସାର ସର୍ବପ୍ରଥମେ ଆନାସ୍ତେସିଆ ବା ନିଶ୍ଚେତକର ବ୍ୟବହାର ଆରମ୍ଭ କରିଥିବା ଜର୍ଜିଆର ପ୍ରସିଦ୍ଧ ଡାକ୍ତର କ୍ରଫେର୍ଡ ଓଲିୟସମନ ଲଙ୍ଗଙ୍କ ସ୍କୁତି ଚାରଣ ଅନ୍ୟାନ୍ୟ ଡାକ୍ତର ଉଲ୍ଲେଖନୀୟ ଅବଦାନ ପାଇଁ ସେମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଆଜି ବାଲେଶ୍ଵର ଜିଲ୍ଲାର ଖଇରା ବ୍କକର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରଭାକର ମିଶ୍ର, ଚନ୍ଦ୍ରକାନ୍ତ ଦାସ, ଡଃ ମୃତଞୟ ବିଶ୍ବାଳ, ଆୟୁଷ ଡାକ୍ତର ସଂଜୀବ କୁମାର ବିଶ୍ବାଳ, ବେସରକାରୀ ହୋମିଓପାଥି ଡଃ ହରେକୃଷ୍ଣ ରାଉତଙ୍କୁ ଖଇରା ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଡାକ୍ତର ମାନଙ୍କୁ ଫୁଲତୋଡ଼ା, ପୁଷ୍ପଗୁଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ବାସ୍ଥ୍ୟ ପରିଦର୍ଶକ ଶ୍ରୀ ମୁକ୍ତିକାନ୍ତ ପଣ୍ଡା, ବି.ଡି.ଏମ୍. ରବୀନ୍ଦ୍ର କୁମାର ପାଲ, ଫାର୍ମାସିଷ୍ଟ ଜୀବନ କୁମାର ଦାସ, କନିଷ୍ଠ ସହାୟକ, ମନୋଜ କୁମାର ରଣା, ବରିଷ୍ଠ ଟ୍ରେଜେରୀ ସରକାର ମଧୁସୂଦନ ବେହେରା, ସେବିକା, ବିଭିନ୍ନ କର୍ମଚାରୀ ଥିବା ସମୟରେ ବରିଷ୍ଠ ନାଗରିକ ମଞ୍ଚର ଉପଦେଷ୍ଟା ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ, ବେଦପାଠ କରିଥିଲେ, ପ୍ରାକ୍ତନ ଖଇରା ମହାବିଦ୍ୟାଳୟର ଅଧ୍ୟକ୍ଷ ମୁକ୍ତିକାନ୍ତ ଶତପଥୀ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ କରି ଥିଲେ, ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ତଥା ଖଇରା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ମୁକ୍ତିକାନ୍ତ ଶତପଥୀ, ଆବାହକ ତଥା ସଂଗଠନ ସମ୍ପାଦକ ବୁଦ୍ଧି ରାମ ପାଣିଗ୍ରାହୀ, କୋଷାଧ୍ୟକ୍ଷ ତଥା ଦୈନିକ ସମୟ ପେପର ବ୍ଲକ ପ୍ରତିନିଧି ଅନାମ ଚରଣ ପଣ୍ଡା, ଯୁଗ ଗୁରୁ ଶ୍ରୀ ମୁକ୍ତିକାନ୍ତ ପାଣିଗ୍ରାହୀ, ସମାଜସେବୀ ସନ୍ତୋଷ କୁମାର ଶତପଥୀ, ଅନ୍ତର୍ଯ୍ୟାମୀ ପାତ୍ର, ସଙ୍କୀର୍ତ୍ତନ ପଣ୍ଡା, ସମାଜସେବୀ ପୂର୍ବତନ ଖଇରା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ସ୍ବାଇଁ, ସାମ୍ବାଦିକ, ପଦ୍ମଲୋଚନ ଦାସ, ବହୁ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବନ୍ଧୁଗାଁ ଥାନା ଦ୍ୱାରା ଚଳାଚଳ କରୁଥିବା ଯାନବାହାନ ଯାଞ୍ଚ ନଅ ହଜାର ଆଦାୟ

Sunil Chandra Nayak

କୁମଝର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ତାଲା ଠୂକିଲେ ଗ୍ରାମ ବାସୀ     

Sunil Chandra Nayak

ଜୟପାଟଣା ଠାରେ ନୂତନ ବରିଷ୍ଠ ଦେୱାନୀ ତଥା ସହକାରୀ ଦୌରା ଜଜ୍ ଙ୍କ ଅଦାଲତ ଉଦଘାଟିତ

Leave a Comment

error: Content is protected !!