ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତା ପ୍ରସ୍ତରୀକରଣ ନାମରେ ବନୀକରଣ ଯୋଜନାର ବୃକ୍ଷ ବିନାନୁମତିରେ ଛେଦନ

ରାସ୍ତା ପ୍ରସ୍ତରୀକରଣ ନାମରେ ବନୀକରଣ ଯୋଜନାର ବୃକ୍ଷ ବିନାନୁମତିରେ ଛେଦନ

ତେନ୍ତୁଳିଖୁଣ୍ଟି ୦୭/୧୧/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ଉଦୟ ପୁର ଠାରୁ ନନ୍ଦା ହାଣ୍ଡି ବ୍ଲକ ଦହଣା ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ପାଇଁ ରାସ୍ତା ଓ ଗୃହନିର୍ମାଣ ବିଭାଗ 16 କୋଟି ଟଙ୍କାର ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଛି। ଦହଣା ଠୁଁ ଆରମ୍ଭ କରି ଦିଗି ସଲପା ଗ୍ରାମ ରେ ରାସ୍ତା ପ୍ରଶସ୍ତିକରଣ ପାଇଁ ସ୍ଥାନୀୟବାସିନ୍ଦା ଙ୍କ ଘର ର କିଛି କିଛି ଛେଦନ ହେବା ସମ୍ଭାବନା ରହିଛି। ଏଥିପାଇଁ ଥିବା ପ୍ରକ୍ରିୟା ଅବଲମ୍ବନ କରି ସ୍ଥାନୀୟ ବାସିନ୍ଦା ସହମତି ରେ ହିଁ ଛେଦନ ହୋଇପାରିବ। ଗ୍ରାମସଭା ,ରାଜସ୍ୱ ବିଭାଗ ର ଉପସ୍ଥିତି ରେ କରି ଛେଦନ ହୋଇପାରିବ। ଉଦୟ ପୁର ଠାରୁ ଦିଗି ସଲପା ରାସ୍ତା ପାର୍ଶ୍ଵ ରେ ବନ ବିଭାଗ କିଛି ବର୍ଷ ତଳେ ବନୀକରଣ ଯୋଜନା ରେ ବନୀକରଣ କରିଥିଲା। ଉଦୟ ପୁର ଠାରୁ ଦିଗି ସଲପା ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ଵ ମହାଲିମ୍ବ ବୃକ୍ଷ ଗୁଡିକୁ କାଟି ଇତିମଧ୍ୟରେ ସଫା କରି ଦେଇଛି ଠିକାଦାର। ଏଥିପାଇଁ ନିର୍ଦ୍ଧାରିତ ପ୍ରକ୍ରିୟା ମଧ୍ୟ ଅବଲମ୍ବନ କରି ନଥିବା ସୂଚନା ମିଳିଛି। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ସାହୁ ଠିକାଦାର କୁ ନିର୍ଦ୍ଧାରିତ ପ୍ରକ୍ରିୟା ରେ ବନ ବିଭାଗ ଅନୁମତି ନେବାପରେ କାର୍ଯ୍ୟ ଆରମ୍ଭ କରିବାକୁ କହିଥିବା ବେଳେ ତରତର ରେ କାହା ସ୍ୱାର୍ଥରେ କଥା କହୁନି ବୋଲି ବୃକ୍ଷ ଛେଦନ କରିଦିଆଯାଇଛି ,ଯେତେବେଳେ କି ଗ୍ରାମବାସୀଙ୍କ ଘର ସାମ୍ନା କୁ ଭାଙ୍ଗିବା ସାହସ କରିପାରିନାହିଁ ଠିକାଦାର। ଉଦୟ ପୁର ରାସ୍ତା ପ୍ରଶାସ୍ତିକରଣ ବୃକ୍ଷ ନ କାଟିଲେ ମଧ୍ୟ ହୋଇ ପାରନ୍ତା । ଅଧିକ୍ଷଣ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର ଙ୍କୁ ପଚାରିବାରୁ ଗଛ ନ କାଟିବାକୁ କହିଥିବା କହୁଛନ୍ତି। ଏଭଳିକ୍ଷେତ୍ର କାହାିସ୍ଵାର୍ଥରେ ବୃକ୍ଷ ଛେଦନ । ତେନ୍ତୁଳିଖୁଣ୍ଟି ବନ ବିଭାଗ ମଧ୍ୟ ତତ୍କାଳ ସ୍ଥିତି ଉପରେ ନଜର ରଖି ଛେଦନ ବେଳେ କାର୍ଯ୍ୟାନୁଷ୍ଠାନ ନ ନେଇ ବୃଷ ଛେଦନ ପରେ ଜାଗ୍ରତ ହୋଇ କାର୍ଯ୍ୟବନ୍ଦ କରି ଜବତ କରିଛି। 

 ପ୍ରଶ୍ନ ଉଠୁଛି ରାସ୍ତା ତ ସବୁ ଦିନେ ନା ଦିନେ ପ୍ରଶସ୍ତ ହେବ ତେବେ କାହା ସ୍ୱାର୍ଥ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବନ ବିଭାଗ ବୃକ୍ଷରୋପଣ କରୁଛି ? ପ୍ରକୃତି ର ସୁରକ୍ଷା ପାଇଁ ବୃକ୍ଷ ତ ଆବଶ୍ୟକ ଏଣୁ ବିକଳ୍ପ ସ୍ଥାନ ଚୟନ କରି ଦିଲ୍ଲୀ ଷ୍ଟାଇଲ ରେ ବୃକ୍ଷ ଛେଦନ ନ କରି ଓପାଡି ରୋପଣ କାହିଁକି କରିବା ପ୍ରୟାସ କରାଯାଉନି ଏବଂ ଏଥିପାଇଁ ଏଷ୍ଟିମେଟ ରେ ପ୍ରାବଧାନ ରଖା ଯାଉନି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଦେଖିବାକୁ ବାକି ରହିଲା ପ୍ରଶସ୍ତିକରଣ ରେ ବୃକ୍ଷଛେଦନ ପ୍ରକ୍ରିୟା ପରେ ଜନ ବସତି ରେ କିଭଳି କେଉଁ ଉପାୟରେ ପ୍ରଶାସ୍ତିକରଣ ହେବ। 

 ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

Hindalco Launched hands on training for first batch of local girls to make them work ready for Apparel Factory being set up at Phuljoba.  

masiha

କଳାହାଣ୍ଡି ଉତ୍ସବ ଧର୍ମଗଡ ଠାରେ କବିତା ପାଠୋତ୍ସବ

masiha

ଟ୍ରେନ କଟି ଯୁବକଙ୍କ ମୃତ୍ୟୁ

masiha

Leave a Comment

error: Content is protected !!