ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ମହିଳା ସମିତି ପ୍ରତିଷ୍ଠା ଦିବସ ପାଳିତ

ଉତ୍କଳ ମହିଳା ସମିତି ପ୍ରତିଷ୍ଠା ଦିବସ ପାଳିତ

ଜୁନାଗଡ଼ ,୭/୧୧(ମ ନି ସ)ସ୍ଥାନୀୟ ଆରଏମସି ୟାର୍ଡ଼ ଠାରେ ୫୩ ତମ ଉତ୍କଳ ମହିଳା ସମିତି କଳାହାଣ୍ଡି ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ସଭାନେତ୍ରୀ ସୁକାନ୍ତି ଦାସ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ପ୍ରଥମେ ପାଲେସ୍ଟିନ ଓ ଇସ୍ରାଇଲ ଯୁଦ୍ଧ ରେ ମୃତକ ଙ୍କ ଆତ୍ମା ର ଶାନ୍ତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l ଯୁଦ୍ଧ ଚାହୁନା ଶାନ୍ତି ଚାହୁଁ ନାରା ରେ ସଭାସ୍ଥଳ ପ୍ରକମ୍ପିତ ହୋଇଥିଲା l ମହିଳା ଓ ଶିଶୁ ମୃତ୍ୟୁ ଘଟଣା କୁ ନିନ୍ଦା କରାଯାଇଥିଲା l ଏହି ସଭା ରେ ମହିଳା ଙ୍କ ପ୍ରତି ହେଉଥିବା ଘରୋଇ ହିଂସା ବନ୍ଦ ସହ ନାରୀ ନିର୍ଯାତନା ବନ୍ଦ, ସମାନ କାମ କୁ ସମାନ ମଜୁରୀ, ମହିଳା ଓ ଶିଶୁ ଙ୍କ ସାମାଜିକ ସୁରକ୍ଷା ଭଳି ବିଷୟ ଉପରେ ଆଲୋଚନା କରାଯାଇଥିଲା l ଏହି ସଭା ରେ ଉତ୍କଳ ମହିଳା ସମିତି ର ମିନା ବାଗ, ଅମ୍ବିକା ବାଗ, ଲଳିତା ରଣା ଙ୍କ ସହ ଶତାଧିକ ମହିଳା ଅଂଶଗ୍ରହଣ କରିଥିଲେ l ନାରୀନେତ୍ରୀ ମନୋରମା ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ବସନ୍ତ ମଲ୍ଲିକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ଠିକାଦାର ଙ୍କ ମନମୁଖିରେ ଚାଲିଛି ନିମ୍ନ ମାନର କାଟିକୁଟା କେନାଲ କାମ

Sunil Chandra Nayak

ରାଇରଙ୍ଗପୁର ଲାମ୍ପରେ ଧାନମଣ୍ଡି ଉପଜିଲ୍ଲାପାଳଙ୍କ ଦ୍ବାରା ଶୁଭ ଉଦଘାଟିତ ଓ ଧାନକିଣା ଶୁଭାରମ୍ଭ 

masiha

Leave a Comment

error: Content is protected !!