ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ମହିଳା ସମିତି ପ୍ରତିଷ୍ଠା ଦିବସ ପାଳିତ

ଉତ୍କଳ ମହିଳା ସମିତି ପ୍ରତିଷ୍ଠା ଦିବସ ପାଳିତ

ଜୁନାଗଡ଼ ,୭/୧୧(ମ ନି ସ)ସ୍ଥାନୀୟ ଆରଏମସି ୟାର୍ଡ଼ ଠାରେ ୫୩ ତମ ଉତ୍କଳ ମହିଳା ସମିତି କଳାହାଣ୍ଡି ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ସଭାନେତ୍ରୀ ସୁକାନ୍ତି ଦାସ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ପ୍ରଥମେ ପାଲେସ୍ଟିନ ଓ ଇସ୍ରାଇଲ ଯୁଦ୍ଧ ରେ ମୃତକ ଙ୍କ ଆତ୍ମା ର ଶାନ୍ତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l ଯୁଦ୍ଧ ଚାହୁନା ଶାନ୍ତି ଚାହୁଁ ନାରା ରେ ସଭାସ୍ଥଳ ପ୍ରକମ୍ପିତ ହୋଇଥିଲା l ମହିଳା ଓ ଶିଶୁ ମୃତ୍ୟୁ ଘଟଣା କୁ ନିନ୍ଦା କରାଯାଇଥିଲା l ଏହି ସଭା ରେ ମହିଳା ଙ୍କ ପ୍ରତି ହେଉଥିବା ଘରୋଇ ହିଂସା ବନ୍ଦ ସହ ନାରୀ ନିର୍ଯାତନା ବନ୍ଦ, ସମାନ କାମ କୁ ସମାନ ମଜୁରୀ, ମହିଳା ଓ ଶିଶୁ ଙ୍କ ସାମାଜିକ ସୁରକ୍ଷା ଭଳି ବିଷୟ ଉପରେ ଆଲୋଚନା କରାଯାଇଥିଲା l ଏହି ସଭା ରେ ଉତ୍କଳ ମହିଳା ସମିତି ର ମିନା ବାଗ, ଅମ୍ବିକା ବାଗ, ଲଳିତା ରଣା ଙ୍କ ସହ ଶତାଧିକ ମହିଳା ଅଂଶଗ୍ରହଣ କରିଥିଲେ l ନାରୀନେତ୍ରୀ ମନୋରମା ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାପାଳଙ୍କ ନୂତନ ପରିକଳ୍ପନା ଓ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଅଭିନବ ପ୍ରୟାସ ରେ ସରକାରୀ କର୍ମଚାରୀ ଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର

Sunil Chandra Nayak

ମଦ ବିରୋଧୀ ଅଭିଯାନ ପରେ ମହିଳା ଙ୍କ ଦ୍ଵାରା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ 

Sunil Chandra Nayak

ଅବସରପ୍ରାପ୍ତ ଶିକ୍ଷକ ଦୟାନିଧି ଜାଲଙ୍କୁ ପ୍ରକୃତି ମିତ୍ର ସମ୍ମାନ

masiha

Leave a Comment

error: Content is protected !!