ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦ୍ର ମଣି ନାଟ୍ୟ ସଂଘ ଶତ ବାର୍ଷିକୀ ମହୋତ୍ସବ ନାଟ୍ୟକାର ଦୁର୍ଗା ମାଧବ ସିଂହଦେଓ ସ୍ମୃତି ସମ୍ମାନ ପାଇବେ : ନାଟ୍ୟକାର ପ୍ରଫେସର ବିଜୟ ଶତପଥୀ ଓ ପ୍ରଫେସର ନାରାୟଣ ସାହୁ

ଚନ୍ଦ୍ର ମଣି ନାଟ୍ୟ ସଂଘ ଶତ ବାର୍ଷିକୀ ମହୋତ୍ସବ

ନାଟ୍ୟକାର ଦୁର୍ଗା ମାଧବ ସିଂହଦେଓ ସ୍ମୃତି ସମ୍ମାନ ପାଇବେ : ନାଟ୍ୟକାର ପ୍ରଫେସର ବିଜୟ ଶତପଥୀ ଓ ପ୍ରଫେସର ନାରାୟଣ ସାହୁ

ମ,ରାମପୁର, ୩୧/୧୦( ମସୀହା):- ଓଡ଼ିଶା ର ଅନ୍ୟତମ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ର ମଣି ନାଟ୍ୟ ସଂଘ ର ଶତ ବାର୍ଷିକୀ ମହୋତ୍ସବ ନଭେମ୍ବର ମାସ ୨୧ ଓ ୨୨ ତାରିଖରେ ମହା ସମାରୋହ ରେ ପାଳନ କରାଯିବ। ଏହି ଅବସର ରେ ଚନ୍ଦ୍ର ମଣି ନାଟ୍ୟ ସଂଘ ର ପ୍ରାଣ ପ୍ରତିଷ୍ଠାତା ମହାରାଜା ନାଟ୍ୟକାର ଦୁର୍ଗା ମାଧବ ସିଂହ ଦେଓ ସ୍ମୃତି ସମ୍ମାନ ଓଡ଼ିଶା ର ଦୁଇ ଲବ୍ଧ ପ୍ରତିଷ୍ଠିତ ନାଟ୍ୟକାର ପ୍ରଫେସର ବିଜୟ ଶତପଥୀ ଓ ପ୍ରଫେସର ନାରାୟଣ ସାହୁ ଙ୍କୁ ପ୍ରଦାନ କରାଯିବ । ଏଥି ସହିତ ନାଟକ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଗଦାନନ୍ଦ ଛୁରିଆ( ବଲାଙ୍ଗୀର), କେଶ ରଞ୍ଜନ ପ୍ରଧାନ ( ପଦ୍ମପୁର,ବରଗଡ଼), ଅବଦୁଲ କାଦିର, ପ୍ରଦୀପ ଡି,ମାଝୀ ( କଳାହାଣ୍ଡି) ଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ବିଚାରକ ମଣ୍ଡଳୀ ନିଷ୍ପତ୍ତି ନେଇଛନ୍ତି । ଶତ ବାର୍ଷିକୀ ମହୋତ୍ସବ ପାଳନ ର ସମ୍ମାନ ଓ ସମ୍ବର୍ଦ୍ଧନା କମିଟି ସଦସ୍ୟ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ, ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ରଜନୀକାନ୍ତ ବଗର୍ତ୍ତୀ ଙ୍କ ଦ୍ଵାରା ଏହି ଚୟନ ପ୍ରକିୟା ଅନୁଷ୍ଠିତ ହୋଇ ଥିବା ବେଳେ ଅନ୍ୟତମ ସଦସ୍ୟ ବିଶ୍ବମ୍ବର ମହାନ୍ତି ସହମତି ପ୍ରକାଶ କରି ଥିଲେ । ସମ୍ମାନ ଓ ସମ୍ବର୍ଦ୍ଧନା କମିଟି ବୈଠକ ରେ ସଭାପତି ପଦ୍ମ ଲୋଚନ ମିଶ୍ର ଉପସ୍ଥିତ ରହି ଥିବା ବେଳେ ଶତ ବାର୍ଷିକୀ ମହୋତ୍ସବ ର ସାଂସ୍କୃତିକ ସଭା କାର୍ଯ୍ୟକ୍ରମ ରେ ଅତିଥି ମାନଙ୍କ ଦ୍ଵାରା ସମ୍ମାନୀତ କରାଯିବ ବୋଲି ସମ୍ପାଦକ ହେମନ୍ତ ସାହୁ ସୂଚନା ପ୍ରଦାନ କରିଥିଲେ । ଏଥି ସହିତ ମଞ୍ଚ ଅଭିନେତା, ଅଭିନେତ୍ରୀ, ମଞ୍ଚ ଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧିତ କରା ଯିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକ ରେ ସାଂସ୍କୃତିକ ସଂପାଦକ ଶ୍ରୀପତି ପଟ୍ଟନାୟକ, ବରିଷ୍ଠ ସଦସ୍ୟ ରମାକାନ୍ତ ପ୍ରହରାଜ, ବୀରେନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ରହି ଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଭୁବନେଶ୍ୱର ରେ ଆଦିବାସୀ ଭବନ ନିର୍ମାଣ ପାଇଁ ୧00 କୋଟି ମଞ୍ଜୁର କରି ଭିତ୍ତିପ୍ରସ୍ଥର ସ୍ଥାପନ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ଆଦିବାସୀ 

masiha

ଅସମ୍ପୂର୍ଣ୍ଣ ରାସ୍ତା ଶେଷ କରିବା ପାଇଁ ରାସ୍ତାରୋକ

masiha

ଶାରଳା ସାଂସ୍କୃତିକ ପରିଷଦର ୫୨ତମ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର

Sunil Chandra Nayak

Leave a Comment

error: Content is protected !!