ଚନ୍ଦ୍ର ମଣି ନାଟ୍ୟ ସଂଘ ଶତ ବାର୍ଷିକୀ ମହୋତ୍ସବ
ନାଟ୍ୟକାର ଦୁର୍ଗା ମାଧବ ସିଂହଦେଓ ସ୍ମୃତି ସମ୍ମାନ ପାଇବେ : ନାଟ୍ୟକାର ପ୍ରଫେସର ବିଜୟ ଶତପଥୀ ଓ ପ୍ରଫେସର ନାରାୟଣ ସାହୁ
ମ,ରାମପୁର, ୩୧/୧୦( ମସୀହା):- ଓଡ଼ିଶା ର ଅନ୍ୟତମ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ର ମଣି ନାଟ୍ୟ ସଂଘ ର ଶତ ବାର୍ଷିକୀ ମହୋତ୍ସବ ନଭେମ୍ବର ମାସ ୨୧ ଓ ୨୨ ତାରିଖରେ ମହା ସମାରୋହ ରେ ପାଳନ କରାଯିବ। ଏହି ଅବସର ରେ ଚନ୍ଦ୍ର ମଣି ନାଟ୍ୟ ସଂଘ ର ପ୍ରାଣ ପ୍ରତିଷ୍ଠାତା ମହାରାଜା ନାଟ୍ୟକାର ଦୁର୍ଗା ମାଧବ ସିଂହ ଦେଓ ସ୍ମୃତି ସମ୍ମାନ ଓଡ଼ିଶା ର ଦୁଇ ଲବ୍ଧ ପ୍ରତିଷ୍ଠିତ ନାଟ୍ୟକାର ପ୍ରଫେସର ବିଜୟ ଶତପଥୀ ଓ ପ୍ରଫେସର ନାରାୟଣ ସାହୁ ଙ୍କୁ ପ୍ରଦାନ କରାଯିବ । ଏଥି ସହିତ ନାଟକ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଗଦାନନ୍ଦ ଛୁରିଆ( ବଲାଙ୍ଗୀର), କେଶ ରଞ୍ଜନ ପ୍ରଧାନ ( ପଦ୍ମପୁର,ବରଗଡ଼), ଅବଦୁଲ କାଦିର, ପ୍ରଦୀପ ଡି,ମାଝୀ ( କଳାହାଣ୍ଡି) ଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ବିଚାରକ ମଣ୍ଡଳୀ ନିଷ୍ପତ୍ତି ନେଇଛନ୍ତି । ଶତ ବାର୍ଷିକୀ ମହୋତ୍ସବ ପାଳନ ର ସମ୍ମାନ ଓ ସମ୍ବର୍ଦ୍ଧନା କମିଟି ସଦସ୍ୟ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ, ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ରଜନୀକାନ୍ତ ବଗର୍ତ୍ତୀ ଙ୍କ ଦ୍ଵାରା ଏହି ଚୟନ ପ୍ରକିୟା ଅନୁଷ୍ଠିତ ହୋଇ ଥିବା ବେଳେ ଅନ୍ୟତମ ସଦସ୍ୟ ବିଶ୍ବମ୍ବର ମହାନ୍ତି ସହମତି ପ୍ରକାଶ କରି ଥିଲେ । ସମ୍ମାନ ଓ ସମ୍ବର୍ଦ୍ଧନା କମିଟି ବୈଠକ ରେ ସଭାପତି ପଦ୍ମ ଲୋଚନ ମିଶ୍ର ଉପସ୍ଥିତ ରହି ଥିବା ବେଳେ ଶତ ବାର୍ଷିକୀ ମହୋତ୍ସବ ର ସାଂସ୍କୃତିକ ସଭା କାର୍ଯ୍ୟକ୍ରମ ରେ ଅତିଥି ମାନଙ୍କ ଦ୍ଵାରା ସମ୍ମାନୀତ କରାଯିବ ବୋଲି ସମ୍ପାଦକ ହେମନ୍ତ ସାହୁ ସୂଚନା ପ୍ରଦାନ କରିଥିଲେ । ଏଥି ସହିତ ମଞ୍ଚ ଅଭିନେତା, ଅଭିନେତ୍ରୀ, ମଞ୍ଚ ଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧିତ କରା ଯିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକ ରେ ସାଂସ୍କୃତିକ ସଂପାଦକ ଶ୍ରୀପତି ପଟ୍ଟନାୟକ, ବରିଷ୍ଠ ସଦସ୍ୟ ରମାକାନ୍ତ ପ୍ରହରାଜ, ବୀରେନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ରହି ଥିଲେ ।