ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଲାସ ପଞ୍ଚାୟତ ରେ ଜନଶୁଣାଣି ଶିବିର ଅନୁଷ୍ଠିତ

ଜୁନାଗଡ଼,୦୪/୦୪(ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ପଲାସ ଗ୍ରାମପଞ୍ଚାୟତ ଠାରେ ତହସିଲଦାର୍ ସୁଭଦିପ୍ତl ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣୀ ଶିବିରରେ ଅନୁଷ୍ଠିତ ହୋଇଛି l ଏଥିରେ ସ୍ଥାନୀୟ ସରପଞ୍ଚ ପ୍ରଭାକର ସେଠୀ ସମେତ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ l ଶିବିରରେ ଆବାସ ଯୋଜନା ପାଇଁ ୪୭୦ ଜଣ, ରାସନ୍ କାର୍ଡ ପାଇଁ ୮୦ ଏବଂ ଅନ୍ୟାନ୍ୟ ସମସ୍ୟା ପାଇଁ ହିତାଧିକାରୀ ମାନେ ଲିଖିତ ଅଭିଯୋଗ ଦାଖଲ କରିଥିଲେ l ଅନ୍ୟ ପକ୍ଷରେ ଜୁନାଗଡ଼ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଙ୍କ ଦ୍ଵାରା ଏକ ସ୍ବାସ୍ଥ୍ୟ ଶିବିର ର ଆୟୋଜନ କରାଯାଇଥିଲା l ଶିବିରରେ ଆସିଥିବା ଅଧିକାଂଶ ଜନ ସାଧାରଣ ଙ୍କୁ ପ୍ରାଥମିକ ଚିକିତ୍ସା କରି ଔଷଧ ବିତରଣ କରାଯାଇଥିଲା l ଏହି କାର୍ଯ କ୍ରମରେ ସ୍ବାସ୍ଥ୍ୟ କର୍ମୀ ଅଜୟ ମେହେର, ମିନାକ୍ଷୀ ଚିଣ୍ଡl, ଶାନ୍ତନୁ ଯୋଶୀ, ଦେବାଶିଷ ବାରିକ, ରେଶ୍ନl ସଙ୍ଗୀତ ସାହୁ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଏହି ଜନ ଶୁଣାଣୀ ଶିବିରରେ ପିଇଓ ସଦାଶିବ ମହାରଣା, ଜିଆରଏସ କୁସୁମ ମଞ୍ଜରି ମେହେର, ଯୋଗାଣ ସହାୟକ ଶଶାଙ୍କ ପଣ୍ଡା, ବ୍ଲକ କର୍ମଚାରୀ ରୋହିତ ସାହୁ, ସନ୍ଧ୍ୟା ରାଣୀ ବଡତୀୟା,ମନୋରଞ୍ଜନ ନାଏକ , ସାମାଜିକ କର୍ମୀ ଅକ୍ଷୟ କୁମାର ମେହେର , ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା, ଆଶା , ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ସହଯୋଗ କରିଥିଲେ l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

କ୍ଷୁଦ୍ର ଜଳସେଚନ ବିଭାଗ ର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ଧର୍ମଗଡ଼ ବିଧାୟକ ଚାଷି ଙ୍କ ଅଭିଯୋଗ ଶୁଣିଲେ, ବିଭାଗୀୟ ଅଧିକାରୀ ଙ୍କୁ ସମାଧାନ ପାଇଁ ନିର୍ଦ୍ଦେଶ

Sunil Chandra Nayak

ଇନ୍ଦ୍ରାବତୀ ର ଅସ୍ତିତ୍ୱ ବଞ୍ଚାଇବା ପ୍ରୟାସ ରେ ଆଉ ଏକ ପାଦ : ଇନ୍ଦ୍ରାବତୀ ନାଗରିକ ମଞ୍ଚ ବିଧାୟକ ଙ୍କୁ ଦେଲେ ସ୍ମାରକପତ୍ର

Sunil Chandra Nayak

ମ.ରାମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!