ଜୁନାଗଡ଼,୦୪/୦୪(ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ପଲାସ ଗ୍ରାମପଞ୍ଚାୟତ ଠାରେ ତହସିଲଦାର୍ ସୁଭଦିପ୍ତl ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣୀ ଶିବିରରେ ଅନୁଷ୍ଠିତ ହୋଇଛି l ଏଥିରେ ସ୍ଥାନୀୟ ସରପଞ୍ଚ ପ୍ରଭାକର ସେଠୀ ସମେତ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ l ଶିବିରରେ ଆବାସ ଯୋଜନା ପାଇଁ ୪୭୦ ଜଣ, ରାସନ୍ କାର୍ଡ ପାଇଁ ୮୦ ଏବଂ ଅନ୍ୟାନ୍ୟ ସମସ୍ୟା ପାଇଁ ହିତାଧିକାରୀ ମାନେ ଲିଖିତ ଅଭିଯୋଗ ଦାଖଲ କରିଥିଲେ l ଅନ୍ୟ ପକ୍ଷରେ ଜୁନାଗଡ଼ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଙ୍କ ଦ୍ଵାରା ଏକ ସ୍ବାସ୍ଥ୍ୟ ଶିବିର ର ଆୟୋଜନ କରାଯାଇଥିଲା l ଶିବିରରେ ଆସିଥିବା ଅଧିକାଂଶ ଜନ ସାଧାରଣ ଙ୍କୁ ପ୍ରାଥମିକ ଚିକିତ୍ସା କରି ଔଷଧ ବିତରଣ କରାଯାଇଥିଲା l ଏହି କାର୍ଯ କ୍ରମରେ ସ୍ବାସ୍ଥ୍ୟ କର୍ମୀ ଅଜୟ ମେହେର, ମିନାକ୍ଷୀ ଚିଣ୍ଡl, ଶାନ୍ତନୁ ଯୋଶୀ, ଦେବାଶିଷ ବାରିକ, ରେଶ୍ନl ସଙ୍ଗୀତ ସାହୁ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଏହି ଜନ ଶୁଣାଣୀ ଶିବିରରେ ପିଇଓ ସଦାଶିବ ମହାରଣା, ଜିଆରଏସ କୁସୁମ ମଞ୍ଜରି ମେହେର, ଯୋଗାଣ ସହାୟକ ଶଶାଙ୍କ ପଣ୍ଡା, ବ୍ଲକ କର୍ମଚାରୀ ରୋହିତ ସାହୁ, ସନ୍ଧ୍ୟା ରାଣୀ ବଡତୀୟା,ମନୋରଞ୍ଜନ ନାଏକ , ସାମାଜିକ କର୍ମୀ ଅକ୍ଷୟ କୁମାର ମେହେର , ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା, ଆଶା , ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ସହଯୋଗ କରିଥିଲେ l
previous post