ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ମହିଳା ନେତୃତ୍ବ ସମ୍ମଳନୀ ଉଦଯାପିତ , ରାଉରକେଲାରୁ ଯୋଗଦେଲେ କବି ସସ୍ମିତା ପ୍ରଧାନ

ରାଉରକେଲା/ ଗାନ୍ଧି ଶାନ୍ତି ପ୍ରତିଷ୍ଠାନ,ଉତ୍କଳ ଗାନ୍ଧି ସ୍ମାରକନିଧି,ଉତ୍କଳ ସର୍ବୋଦୟ ମଣ୍ଡଳ,ରାଷ୍ଟ୍ରୀୟ ଯୁବା ସଂଗଠନ ଓ ପରୀ ମୂଷା ମଲ୍ଲିକ ଜାତୀୟ ସ୍ମାରକୀ ନ୍ୟାସ ପକ୍ଷରୁ ଭୁବନେଶ୍ଵର ସ୍ଥିତ ଇଡକଲ ଅଡିଟୋରିଅମ ଠାରେ ଦୁଇ ଦିବସୀୟ ରାଷ୍ଟ୍ରୀୟ ମହିଳା ନେତୃତ୍ବ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଦେଶର ପ୍ରାୟ ଦେଢଶହ ଅଗ୍ରଣୀ ମହିଳା ଅଂଶଗ୍ରହଣ କରିଥିବା ବେଳେ ରାଉରକେଲାରୁ କବି ସସ୍ମିତା ପ୍ରଧାନ ଯୋଗଦେଇ ଥିଲେ । ଉଦଯାପନୀ ଦିବସରେ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରେରଣା ଦେଶାଇ ଯୋଗଦେଇ କହିଲେ ଯେ ସାମାଜିକ ଏବଂ ବୈଜ୍ଞାନିକ କାରଣରୁ ଆଜି ମହିଳା ମାନେ ଅଧିକ ଶିକ୍ଷିତ ଓ ଆର୍ଥିକ ଦୃଷ୍ଟିରୁ ସକ୍ରିୟ ହୋଇପାରିଛନ୍ତି। ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ଦେଶ ତଥା ବିଶ୍ବକୁ ଉନ୍ନତି କରିବା ପାଇଁ ମହିଳା ମାନଙ୍କୁ ଦାୟିତ୍ୱ ନେବାକୁ ପଡିବ ବୋଲି କହିଥିଲେ । ରାଉରକେଲାର ଶ୍ରୀମତୀ ପ୍ରଧାନ ସାମାଜିକ ପ୍ରତିବଦ୍ଧତା ଓ ଦାୟିତ୍ୱବୋଧ କୁ ଗୁରୁତ୍ବାରୋପ କରି ବକ୍ତବ୍ଯ ରଖିଥିଲେ । ଉତ୍କଳ ସର୍ବୋଦୟ ମଣ୍ଡଳର ମହିଳା ସେଲ ସଂଯୋଜିକା ଆନନ୍ଦିକା ସାମନ୍ତରାୟଙ୍କ ନେତୃତ୍ବରେ ଅନିମା ରାୟ,ମୀନତି ପଣ୍ଡା, ମମତା ଦାସ,ସଂଗୀତା କିଶାନ, ପ୍ରତିମା ପଣ୍ଡା, ନିରୁପମା ପାଣି ଏକ ସମିତି ଗଠନ କରିଛନ୍ତି । ଗାନ୍ଧିବାଦୀ ନେତ୍ରୀ କୃଷ୍ଣା ମହାନ୍ତି ଏହାର ମାଗଦର୍ଶକା ଭାବେ ମନୋନୀତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମନୀଷା ବାନାର୍ଜୀ, ମାର୍ଲିନ, ପାୟଲ, ରୀତା ଧର୍ମିତ, ରୀତା ପାଲ, କୁମକୁମ ଭରଦ୍ବାଜ, ପ୍ରଭାବତୀ ପଣ୍ଡା, ପ୍ରମିଳା ସ୍ବାଇଁ,ଅନ୍ନପୂର୍ଣ୍ଣା ସାହୁ, ସରୋଜିନୀ ଦାସ, ନିରୁପମା ପାଣି, ସୋମା କର୍ମକାର, ସରୋଜିନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ରାଉରକେଲାର ସସ୍ମିତା ପ୍ରଧାନ ଜଣେ ସାମ୍ବାଦିକା, କବି, ହ୍ୟୁମାନ୍ ରାଇଟ୍ସର ରାଉରକେଲା ମହିଳା ସଂଘର ସଭାପତି ତଥା ଗାନ୍ଧି ଶାନ୍ତି ପ୍ରତିଷ୍ଠାନର କର୍ମକର୍ତ୍ତା ରୂପେ କାର୍ଯ୍ୟରତ। ଶ୍ରୀମତୀ ପ୍ରଧାନଙ୍କ ପିତା ସ୍ବର୍ଗତ କେଶବଚନ୍ଦ୍ର ନାୟକ ସ୍ବାଧୀନତା ଆନ୍ଦୋଳନରେ ବାନରସେନା ସଦସ୍ୟ ଓ ଭୂଦାନ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦ ସହାୟତା ରେ ବ୍ଲକ ସ୍ତରୀୟ କର୍ମ କର୍ତ୍ତା ଚୟନ

masiha

ମରୁଡି ଘୋଷଣା ଦାବିରେ ୨୨ ପଂଚାୟତ ଚାଷିଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

masiha

ପରିଷ୍କାର ଓ ସବୁଜ ପଞ୍ଚାୟତ ଗଠନ ନେଇ ତାଲିମ 

masiha

Leave a Comment

error: Content is protected !!