ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ତଥା ଲୋକପ୍ରିୟ ଚିକିତ୍ସକ ଡାକ୍ତର ପଲଉ ପ୍ରଧାନ ଙ୍କ ପରଲୋକ

ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ତଥା ଲୋକପ୍ରିୟ ଚିକିତ୍ସକ ଡାକ୍ତର ପଲଉ ପ୍ରଧାନ ଙ୍କ ପରଲୋକ

କଳାହାଣ୍ଡିର ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ତଥା ଅତ୍ୟନ୍ତ ଲୋକପ୍ରିୟ ଚିକିତ୍ସକ ଡାକ୍ତର ପଲଉ ପ୍ରଧାନ (MD) ଆଉ ନାହାନ୍ତି। ଆଜି ଭୋର ସମୟରେ ତାମିଲନାଡୁର କୋଏମ୍ବାଟୁରସ୍ଥିତ ଏକ ହୋଟେଲରେ ହୃଦଘାତ ଯୋଗୁଁ ସେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ସେ ନିଜ ପରିବାର ସଦସ୍ୟଙ୍କ ସହ ଦକ୍ଷିଣ ଭାରତ ଭ୍ରମଣରେ ଯାଇଥିଲେ। ଆଜି ସକାଳେ ସେ ଉଠିବା ପରେ କିଛିଟା ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ସେ କପେ ଚା’ ପିଇ ଶୋଇପଡ଼ିଥିଲେ, ଯାହାକି ତାଙ୍କର ଶେଷ ଶୋଇବା ଥିଲା।

ନିଜର ନିଷ୍ଠା, ଦୟାଭାବ ଏବଂ ସେବା ମନୋଭାବ ଦ୍ୱାରା ଅଗଣିତ ଜୀବନକୁ ସ୍ପର୍ଶ କରିଥିବା ଜଣେ ପ୍ରିୟ ଚିକିତ୍ସକ ଡାକ୍ତର ପ୍ରଧାନଙ୍କ ଦେହାନ୍ତ ଖବର ଶୁଣି ସାରା ଜିଲ୍ଳା ସ୍ତବ୍ଧ ଓ ମର୍ମାହତ। ଚାକିରିରୁ ଅବସର ଗ୍ରହଣ କରିବା ପରେ ସେ କଳାହାଣ୍ଡି ଜିଲ୍ଲା ର ଅନେକ ସ୍ଥାନରେ ମାତ୍ର ୫୦ଟଙ୍କା ରେ ରୋଗୀ ସେବା କରି ଆସୁଥିଲେ। ଜୀବନବ୍ୟାପୀ ସେ ଶିଶୁ ମାନଙ୍କ ର ସେବା କରିବି ବୋଲି ସେ ସବୁବେଳେ ପ୍ରକାଶ କରୁଥିଲେ।

ସୂଚନାଯୋଗ୍ୟ ଯେ, ସ୍ଵର୍ଗତ ପ୍ରଧାନ ୧୯୮୮ ମସିହାରେ ଧର୍ମଗଡ଼ ସରକାରୀ ଚିକିତ୍ସାଳୟ ରେ ଯୋଗ ଦେଇ ୧୯ ବର୍ଷ ପର୍ଯ୍ୟନ୍ତ ଧର୍ମଗଡ଼ ଅଞ୍ଚଳ ବାସୀଙ୍କ ସେବା କରିଥିଲେ। ପରେ ଭବାନୀପାଟଣା ଓ ପାଷ୍ଟିକୁଡ଼ି ଡାକ୍ତରଖାନାରେ ୭ ବର୍ଷ ଲେଖାଏଁ ଅବସ୍ଥାପିତ ରହିଥିଲେ।

ଡାକ୍ତର ପଲଉ ପ୍ରଧାନ କେବଳ ଜଣେ ଡାକ୍ତର ନଥିଲେ, ବରଂ ଅନେକ ଶିଶୁ ରୋଗୀଙ୍କ ପାଇଁ ଆଶାର କିରଣ ଥିଲେ। ତାଙ୍କର ଦକ୍ଷତା, କୋମଳ ହୃଦୟ ଏବଂ ନିସ୍ୱାର୍ଥପର ସେବା ଆମ ସମାଜରେ ସ୍ୱାସ୍ଥ୍ୟସେବାର ସ୍ତରକୁ ଊର୍ଦ୍ଧ୍ୱକୁ ନେଇଥିଲା ଏବଂ ଏହା ତାଙ୍କୁ ଜାଣିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଏକ ଅଭୁଲା ଛାପ ଛାଡିଯାଇଛି। ଆଜିର ସମୟରେ ଯେଉଁଠି ଚିକିତ୍ସା କ୍ଷେତ୍ରରେ ରୋଗୀଙ୍କୁ ଅତି ଅଳ୍ପ ସମୟ ମିଳିଥାଏ, ସେଠାରେ ଡାକ୍ତର ପ୍ରଧାନ ରୋଗୀମାନଙ୍କୁ ପ୍ରକୃତ ସ୍ନେହ ଆଦର ଦେଇ, ସେମାନଙ୍କ କଥାକୁ ଗଭୀରତାର ସହ ଶୁଣି ଏବଂ ପ୍ରତ୍ୟେକଙ୍କୁ ସମ୍ମାନର ସହ ଚିକିତ୍ସା କରି ସମସ୍ତଙ୍କଠାରୁ ସ୍ୱତନ୍ତ୍ର ଥିଲେ।

 ଏହି ଅସାଧାରଣ ବ୍ୟକ୍ତିତ୍ୱଙ୍କ ବିୟୋଗରେ ଜିଲ୍ଲା ବ୍ୟାପି ଗଭୀର ଶୋକ ପ୍ରକାଶ ପାଇଛି ତଥାପି ତାଙ୍କର ପ୍ରଭାବଶାଳୀ କାର୍ଯ୍ୟ, ଅସହାୟ ଶିଶୁ ରୋଗୀଙ୍କ ମୁହଁରେ ଫୁଟାଇଥିବା ହସ ସବୁଦିନ ମନେ ରହିବ।

ତାଙ୍କର ଶେଷକୃତ୍ୟ ପୈତୃକ ଗ୍ରାମ ସମ୍ବଲପୁର ଜିଲ୍ଳାର ଅତାବିରା ଠାରେ କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ।କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ସମେତ ଜିଲ୍ଳାର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କର ଅକସ୍ମାତ ବିୟୋଗରେ ଶୋକ ପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଏହି ଦୁଃଖଦ ସମୟରେ ସ୍ଵର୍ଗତ ପ୍ରଧାନ ଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଶ୍ରୀ ଜଗନ୍ନାଥ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଗୋପବନ୍ଧୁ ସାହିତ୍ୟ ଅନୁଷ୍ଠାନରେ ଗୋପବନ୍ଧୁ ତିରୋଧାନ ଦିବସ ପାଳିତ

Sunil Chandra Nayak

ନର୍ଲା ହାଇସ୍କୁଲ୍ ର ୧୯୯୫ ବ୍ୟାଚ୍ ର ବନ୍ଧୁ ମିଳନ

masiha

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି : ନବରଙ୍ଗପୁର ପୋଲିସ ପଡ଼ିଆ ଠାରେ “ବିକାଶ ର ଧାରା ଓଡ଼ିଶା ସାରା “କାର୍ଯ୍ୟକ୍ରମ ଉଦ୍‌ଘାଟିତ

Sunil Chandra Nayak

Leave a Comment

error: Content is protected !!