ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାଶକ୍ତି ଫାଉଣ୍ଡେସନ ତରଫରୁ ବିଦ୍ୟାଳୟ ମାନଙ୍କରେ ପୁରସ୍କାର ପ୍ରଦାନ

ମହାଶକ୍ତି ଫାଉଣ୍ଡେସନ ତରଫରୁ ବିଦ୍ୟାଳୟ ମାନଙ୍କରେ ପୁରସ୍କାର ପ୍ରଦାନ

ମ. ରାମପୁର ,୧୫/୦୮(ମସୀହା): ୭୮ ତମ ସ୍ବାଧିନତା ଦିବସ ଉପଲକ୍ଷେ ମଦନପୁର ରାମପୁର ବ୍ଲକ ର ଡମ୍ବ କର୍ଲାଖୁଣ୍ଟା, ମାଣିକେରା ଓ ସିଙ୍ଗପୁର ଗ୍ରାମପଞ୍ଚାୟତର ବିଭିନ୍ନ ସ୍କୁଲ ମାନଙ୍କରେ ମହାଶକ୍ତି ଫାଉଣ୍ଡେସନ ର ସମନ୍ୱିତ ଗ୍ରାମ୍ୟ ଉନ୍ନୟନ କାର୍ଯକ୍ରମ ( I V D P) ତରଫ ରୁ ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ବକ୍ତୃତା, ପ୍ରବନ୍ଧ, ସାଧାରଣ ଜ୍ଞାନ ,ଗୀତ, ଚିତ୍ରାଙ୍କନ ଓ ନାଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଉକ୍ତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଆଜି ପ୍ରମାଣ ପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ଅନୁଷ୍ଠାନ ର ଜିଲ୍ଲା ସଂଯୋଜକ ସୁରେଶ କୁମାର ପଟ୍ଟନାୟକ , ବ୍ଲକ ସଂଯୋଜିକା ଭଗ୍ୟଶ୍ରୀ ରାଉତ ପ୍ରମୁଖ ଅତିଥି ଭାବରେ ଉପସ୍ଥିତ ରହିଥିବା ବେଳେ ଅନୁଷ୍ଠାନ ର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସମସ୍ତ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ ଅନୁଷ୍ଠାନ ର ପବିତ୍ର ମହାଖୁଡ, ମାମିତା ପୁଝାରୀ, ସମୀର ପୁଝାରୀ, ଭାରତୀ ଶର୍ମା, ଶୀତଳ କୁମାର, ତେଜେଶ୍ୱର ବାରିକ, ସ୍ଵୟଂ ସହାୟକ ଦଳ, ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ

Related posts

ପ୍ରକାଶ ପାଇଲା ବିଜ୍ଞାନ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଫଳାଫଳ, ପ୍ରଥମ ସ୍ଥାନରେ ମାତଙ୍ଗିନୀ

masiha

ରୋଟାରୀ କ୍ଳବ୍ ଆୟୋଜିତ କନ୍ଯା ଅନମୋଲ ସେ ରଥକୁ ରାଇରଙ୍ଗପୁରରେ ସ୍ବାଗତ ଏବଂ ଅଙ୍ଗଦାନ ଚୁକ୍ତି କରିଥିବା ୪ ଜଣଙ୍କୁ ସମ୍ବର୍ଦ୍ଧିତ 

masiha

ଐତିହାସିକ ଶକ୍ତି ପୀଠରେ ମହାଶିବରାତ୍ରି

masiha

Leave a Comment

error: Content is protected !!