ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କମି ଯାଉଛି ଭୁତଳ ଜଳସ୍ତର, ପର୍ଯ୍ୟାପ୍ତ ହୋଇପାରୁନି ବସୁଧା ଜଳ, ଷ୍ଟାଣ୍ଡପୋଷ୍ଟ ଥାଇ ସୁଦ୍ଧା ମିଳି ପାରୁନି ପାନୀୟ ଜଳ, ପାଣି ଟେଙ୍କର ମାଧ୍ୟମରେ 5ଟି ପଞ୍ଚାୟତରେ ଯୋଗାଣ ହେଉଛି ପାନୀୟ ଜଳ

କମି ଯାଉଛି ଭୁତଳ ଜଳସ୍ତର, ପର୍ଯ୍ୟାପ୍ତ ହୋଇପାରୁନି ବସୁଧା ଜଳ, ଷ୍ଟାଣ୍ଡପୋଷ୍ଟ ଥାଇ ସୁଦ୍ଧା ମିଳି ପାରୁନି ପାନୀୟ ଜଳ, ପାଣି ଟେଙ୍କର ମାଧ୍ୟମରେ 5ଟି ପଞ୍ଚାୟତରେ ଯୋଗାଣ ହେଉଛି ପାନୀୟ ଜଳ 
ରୁପ୍ରା ପମ୍ପ ହାଉସର ଟ୍ରାନ୍ସଫରମର ପୋଡିଯିବାରୁ ଦୁଇଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ 

ରୁପ୍ରା, 1/6 (ଅଜୟ ସେନାପତି ) : ନର୍ଲା ବ୍ଲକରେ ରୁପ୍ରା ସମେତ 26ଟି ଗ୍ରାମ ପଞ୍ଚାୟତ ଥିବାବେଳେ ପ୍ରାୟ 2460ଟି ନଳକୂପ ରହିଛି l ତନ୍ମଧ୍ୟରୁ କିଛି ଅବ୍ୟବହୃତ ନଳକୂପ ଥିବା ଜଣା ପଡିଛି l ସେହିପରି ସମସ୍ତ ଗ୍ରାମକୁ ବସୁଧା ପାଣିଟାଙ୍କି ମାଧ୍ୟମରେ ପାନୀୟ ଜଳ ଯୋଗାଣ ହେଉଛି, ତେବେ ଭୁତଳ ଜଳସ୍ତର କମି ଯାଉଥିବାରୁ ଅଧିକାଂଶ ନଳକୂପ ତଥା ବସୁଧା ପାଣିଟାଙ୍କିରୁ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଲୋକେ ପାଇପାରୁ ନାହାନ୍ତି l ସେହିପରି ଅନେକ ସମୟରେ ବିଭିନ୍ନ ପମ୍ପ ହାଉସରୁ ବାରମ୍ବାର ତମ୍ବା କେବୁଲ ତାର ଚୋରୀ ହେଉଥିବାରୁ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଛି l ଫଳରେ ଲୋକେ ପାନୀୟ ଜଳ ପାଇଁ ଏହି ପ୍ରଚଣ୍ଡ ଗ୍ରୀଷ୍ମ ଋତୁରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସେହିପରି ରୁପ୍ରା ଗ୍ରାମ ପଞ୍ଚାୟତକୁ ସାନ୍ଦୁଲ ନଦୀରୁ ପମ୍ପ ହାଉସ ମାଧ୍ୟମରେ ପାନୀୟ ଜଳ ଯୋଗାଣ ହେଉଥିବା ବେଳେ ଶନିବାର ଦିନର ବଜ୍ରପାତ ଯୋଗୁଁ ଟ୍ରାନ୍ସଫରମାର ପୋଡି ଯାଇଥିବାରୁ ଦୁଇଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଛି, ଫଳରେ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସେହିପରି ରୁପ୍ରାରୋଡ଼ ପଞ୍ଚାୟତ ଅନ୍ତର୍ଗତ ଡ଼େଣ୍ଡ୍ରୋବାହାଳୀ, ବାଲିସୀଙ୍ଗା ପଞ୍ଚାୟତ ଅନ୍ତର୍ଗତ କନକପୁର (ଚଞ୍ଚରାପଡା), ଶାନ୍ତପୁର ପଞ୍ଚାୟତ ଅନ୍ତର୍ଗତ ଗୋହିରାପଦର ଓ ସର୍ଗିଗୁଡା ଗ୍ରାମକୁ ପାଣି ଟେଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ ହେଉଥିବା RWSS AE ସୁରେନ୍ଦ୍ର ସୁନାନୀ କହିଛନ୍ତି l ଶ୍ରୀ ସୁନାନୀଙ୍କ ସୂଚନା ମୁତାବକ ଗ୍ରୀଷ୍ମ କାଳୀନ ଜରୁରୀ ସୂଚନା ପାଇଁ ସକାଳ 6ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ବ୍ଲକରେ ଖୋଲା ଯାଇଥିବା ସୂଚନା କେନ୍ଦ୍ରକୁ ଯୋଗାଯୋଗ କରିପାରିବେ l 2ଟି ଭ୍ରlମ୍ୟମାଣ ମୋବାଇଲ ନଳକୂପ ମରାମତି ଗାଡି ପ୍ରତେକ ପଂଚାୟତକୁ ଯାଇ ଅଚଳ ନଳକୂଅ ମରାମତି କରୁଥିବା ବେଳେ ବ୍ଲକରେ ମୋଟ 100ଟି ଜଳଛତ୍ର ଖୋଲି ପଥଚାରି ମାନଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି l ସେହିପରି RWSS ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଭାତ ସେଟ ପ୍ରତ୍ୟେକ କାର୍ଯ୍ୟର ତଦାରଖ କରୁଥିବା ସେ କହିଛନ୍ତି l ତେବେ ରୁପ୍ରା ପଂଚାୟତ ପମ୍ପ ହାଉସର ଟ୍ରାନ୍ସଫରମାର ଶୀଘ୍ର କିପରି କାର୍ଯ୍ୟକ୍ଷମ ହେବା ସାଙ୍ଗକୁ ପାନୀୟ ଜଳ ଯୋଗାଣ ସ୍ୱାଭାବିକ ହେବ ସେଥିପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବୀ ହେଉଛି l

Related posts

ରାଇରଙ୍ଗପୁର ରେ ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ତରଫରୁ ଶ୍ରମିକ ଦିବସ ପାଳିତ

ଶିଶୁଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ବିଶ୍ବବିଦ୍ୟାଳୟ ଛାତ୍ର

Sunil Chandra Nayak

ନବରଂଗପୁରଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୫ 

Sunil Chandra Nayak

Leave a Comment

error: Content is protected !!