ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍-ବାଇକ୍ ମୁହାଁମୁହିଁ ଧକ୍କା:ଚାଳକ ମୃତ

ବସ୍-ବାଇକ୍ ମୁହାଁମୁହିଁ ଧକ୍କା:ଚାଳକ ମୃତ

ଆସିକା,୧/୬/୨୬ (ଶିବ ଶଙ୍କର ମିଶ୍ର) ଆସିକା ଥାନ ଅନ୍ତର୍ଗତ ବାଲିଶିରା ଶୀଧେଶ୍ଵର ହାଇସ୍କୁଲ ସମ୍ମୁଖରେ ଏକ ବାଇକ୍ ସହ ବିପରୀତ ଦିଗରୁ ଆସୁଥିବା ତୋଫାନ ବସ୍‌ର ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳ ରେ ବାଇକ୍ ଚାଳକ ଗାଙ୍ଗପୁର ଥାନା ଖଣ୍ଡରାବଳି ଗ୍ରାମର ଲାଲୁ ସ୍ବାଇଁଙ୍କ ମୃତ୍ୟୁ ଘଟିଛି । ଗାଙ୍ଗପୁର ଥାନା ଖଣ୍ଡରାବଳି ଗ୍ରାମର ଲାଲୁ ସ୍ବାଇଁ କୌଣସି କାମରେ ଆସିକା ବାଇକ୍ ଯୋଗେ ଖଣ୍ଡରାବଳି ଗ୍ରାମକୁ ଫେରୁଥିବାବେଳେ ସନ୍ଧ୍ୟା ୭ଟା ସମୟରେ ବାଲିଶିରା ଶୀଧେଶ୍ବର ହାଇସ୍କୁଲ ସମ୍ମୁଖରେ ବସ ସହ ଧକ୍କା ହୋଇଥିଲା। ଫଳରେ ଲାଲୁଙ୍କ ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ପରିବାର ପକ୍ଷରୁ ଦୀର୍ଘ ସମୟ ଧରି ରାସ୍ତାରୋକ କରାଯାଇଥିଲା।

ଆସିକା ଥାନା ଅଧିକାରୀ ସୁଧୀର କୁମାର ସାହୁ, ଅତିରିକ୍ତ ଥାନା ଅଧିକାରୀ ସୌମ୍ୟ ରଞ୍ଜନ ଜେନା ଓ ଆସିକା ତହସିଲ କର୍ମଚାରୀ ପହଞ୍ଚି ଉତ୍ତ୍ଯକ୍ତ ଲୋକଙ୍କୁ ବୁଝା ସୁଝା କରିବା ସହ ରେଡ଼କ୍ରସ ପାଣ୍ଠିରୁ ୩୦,୦୦୦ ଟଙ୍କା ସହାୟତ ରାଶି ପ୍ରଦାନ ପରେ ରାସ୍ତାରୋକ ହଟିଥିଲା । ଶବ ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସରେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି।

Related posts

ମର୍ମନ୍ତୁଦ ସଡକ ଦୁର୍ଘଟଣା ,  ୨ ମୃତ ୨ ଆହତ

masiha

ନବରଙ୍ଗପୁର ଜିଲ୍ଲା ଶୌଣ୍ଡିକ ସମାଜ ର ଜିଲ୍ଲା ସମ୍ମିଳନୀ

masiha

ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!