ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଚିକା ସହାୟୀକା ମଜଦୁର ସଂଘର ବୈଠକ ଅନୁଷ୍ଠିତ

ଭବାନୀପାଟଣା:୨୮/୦୧ – (ମ.ନି.ସ):- ଆଜି ଯଥା ତା ୧୮/୦୧/୨୦୨୩ ରିଖ ବୁଧବାର ଦିନ ପାଚିକା ସହାୟୀକା ମଜଦୁର ସଂଘର ଏକ ବୈଠକ ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସରକାରୀ ଶିକ୍ଷାନୁଷ୍ଠାନରେ ରୋଷେଇ କରୁଥିବା ପାଚିକା ମାନଙ୍କ ବିଷୟରେ ଆଲୋଚନା ହୋଇଥିଲା। ପାଚିକା ମାନଙ୍କର ନିଯୁକ୍ତିର ସ୍ଥାୟୀତ୍ବ ପ୍ରଦାନ, ଦରମା ବୃଦ୍ଧି, ନିର୍ଦ୍ଧାରିତ ସମୟରେ ଦରମା ପ୍ରଦାନ , ଅବସର ପରେ ପେନସନ ବ୍ଯବସ୍ତା,ମନମୁଖି ଛଟେଇ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା। ପାଚିକା ସହାୟୀକା ମଜଦୁର ସଂଘର ସଭାପତି ବିମଳା ଗୁଉଡ, ସମ୍ପାଦିକା ଧରିତ୍ରୀ ସାହୁ, ସମ୍ପାଦିକା ପ୍ରତିମା ଜାନୀ ଏବଂ ଭାରତୀୟ ମଜଦୁର ସଂଘର କଳାହାଣ୍ଡି ଓ ନୂଆପଡା ଜିଲ୍ଲା ପ୍ରଭାରୀ ବିରଞ୍ଚି ନାରାୟଣ ପଣ୍ତା ଅଲ ଓଡିଶା ଲେଡିଜ୍ ଓ୍ବାରକର ଏସୋସେଏସନ୍ ରାଜ୍ଯ ସମ୍ପାଦିକା ଝୁନୁପମା ଶତପଥୀ, ଭାରତୀୟ ମଜଦୁର ସଂଘ ଜିଲ୍ଲା ସଂଘ ସମ୍ପାଦକ ବିଶ୍ବରଞ୍ଜନ ସା ଅନ୍ଯମାନଙ୍କ ମଧ୍ୟରେ ପ୍ରେମଦ ବିଶି, ରୋଜାଳିନୀ ରାଉତ୍, ସନ୍ଯାସ ପ୍ରଧାନ, ଦୀପାଞ୍ଜଳୀ ମାଝୀ, ବିସ୍କିଲା ବାଗ, ସୁରନ୍ତି ନାଗ, ମୁକ୍ତା ଗହୀର ପ୍ରମୁଖ ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଭବାନୀପାଟଣା ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା୨୦୨୪ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ 

masiha

ବିଧବା ମହିଳା ପେନସନ ପାଇବାରେ ବିଳମ୍ବ

Sunil Chandra Nayak

ପର୍ଯ୍ୟଟନ ସ୍ଥଳୀ ଅଶୁରଘାଟୀ‌ ଜଳପ୍ରପାତକୁ ସ୍ବଚ୍ଛତା ଓ ପ୍ଳାଷ୍ଟିକ ବର୍ଜନ ନେଇ ସଚେତନତା

masiha

Leave a Comment

error: Content is protected !!