ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଭେନ୍ସା ଅର୍ଥନୀତି ସ୍ନାତକୋତ୍ତର ୧୯୮୨-୮୪ ବ୍ୟାଚର ବଂଧୁ ମିଳନ ପର୍ବ 

ରେଭେନ୍ସା ଅର୍ଥନୀତି ସ୍ନାତକୋତ୍ତର ୧୯୮୨-୮୪ ବ୍ୟାଚର ବଂଧୁ ମିଳନ ପର୍ବ 

କଟକ : ରେଭେନ୍ସା ଅର୍ଥନୀତି ସ୍ନାତକୋତ୍ତର ୧୯୮୨-୮୪ ବ୍ୟାଚ୍ ବନ୍ଧୁ ମିଳନ ସ୍ଥାନୀୟ କଟକ କ୍ଲବର ସିଟି ବୋଟ କ୍ଲବ ପରିସରେ ଅନୁଷ୍ଟିତ ହୋଇଯାଇଛି । ବିଭିନ୍ନ ଉଚ୍ଚ ପଦପଦବୀରୁ ଅବସର ନେଇଥ‌ିବା ବନ୍ଧୁ ମାନେ ଏକତ୍ର ହୋଇ ନିଜନିଜ ଭିତରେ ପାରସ୍ପରିକ ସଦଭାବ ଓ ସଦିଛା ବାଣ୍ଟିବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଆଇନିଜୀବୀ ପ୍ରଫୁଲ ଆଚାର୍ଯ୍ୟ ନେତୃତ୍ୱରେ ଆୟୋଜିତ ବନ୍ଧୁ ମିଳନ ବେସ ଆମୋଦଦାୟକ ହୋଇଥିଲା । ପ୍ରାଧ୍ୟାପକ ଡଃ କଲିମୁଲ୍ଲା,ପୂର୍ବତନ ଜିଲପାଳ ଶୀତାଂଶୁ ରାଉତ,ରବି ରଞ୍ଜନ ସାହୁ, ପ୍ରାଧ୍ୟାପକ ଡଃ ରାଜନ କୁମାର ସାହୁ,ପ୍ରାଧ୍ୟାପିକା ଈନ୍ଦୁମତି ଦାଶ,ପ୍ରାଧ୍ୟାପିକା ରଞ୍ଜିତା ମହାନ୍ତି, ପ୍ରାଧ୍ୟାପକ ଅଜିତ ପରିଜା,ପ୍ରାଧ୍ୟାପକ ବିଜୟ ଦାଶ,ପ୍ରାଧ୍ୟାପିକା ବାସନ୍ତୀ ଦାଶ,ନିର୍ଦେଶିକା ସୁତପା ଗୋପାଙ୍ଗନା,ବଲ୍ଲଭ ମହାନ୍ତି,କେଶବ ମିଶ୍ର,ବ୍ୟାଙ୍କ ମ୍ୟାନେଜର ସୁଶାନ୍ତ ନାୟକ,ବିଦ୍ୟୁତ୍ ରାଉତ,ଜ୍ଞାନରଞ୍ଜନ ମହାଳିକ ଏବଂ ଅନ୍ୟ ବନ୍ଧୁ ମାନେ ଯୋଗ ଦେଇଥିଲେ । ସୁଶାନ୍ତ ନାୟକଙ୍କ ମନଛୁଆଁ ଗୀତ ଏବଂ ଅନ୍ୟ ମାନଙ୍କ ମଜା ମଜା କଥା ସମସ୍ତଙ୍କୁ ଆମୋଦିତ କରିଥିଲା । ପ୍ରାଧ୍ୟାପକ ଡଃ କଲିମୁଲ୍ଲା ଧନ୍ୟବାଦ ଅର୍ପଣ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

“ସଡ଼କ ସୁରକ୍ଷା ଓ ସାଇବର ସୁରକ୍ଷା” ଉପରେ ଏକ ସଚେତନ କାର୍ଯ୍ୟକ୍ରମ

masiha

ଏକସନ ମୋଡରେ ଗୋଷ୍ଠୀ ଶିକ୍ଷାଧିକାରୀ କର୍ତ୍ତବ୍ୟରେ ଅବହେଳା ଅଭିଯୋଗ, ୫ ଶିକ୍ଷକଙ୍କ ଦରମା ବନ୍ଦ

masiha

ଲାଠିକଟା ରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!