ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇ – ୱେଷ୍ଟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ରାଉରକେଲା ରେ ଶୁଭାରମ୍ଭ ହେଲା ଇଲେକ୍ଟ୍ରୋନିକ୍ସ ବର୍ଜ୍ୟ ବସ୍ତୁ ସଂଗ୍ରହ ବ୍ୟବସ୍ଥା 

ଇ – ୱେଷ୍ଟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ରାଉରକେଲା ରେ ଶୁଭାରମ୍ଭ ହେଲା ଇଲେକ୍ଟ୍ରୋନିକ୍ସ ବର୍ଜ୍ୟ ବସ୍ତୁ ସଂଗ୍ରହ ବ୍ୟବସ୍ଥା 

ରାଉରକେଲା: ଏସ.ପି.ସି.ବି. ଏବଂ ହୁଲାଡେ଼କ ର ମିଳିତ ଆନୁକୂଲ୍ୟରେ ଇ – ୱେଷ୍ଟ ପରିଚାଳନା ନେଇ ଏକ କର୍ମଶାଳା ସ୍ଥାନୀୟ ବ୍ରାହ୍ମଣୀ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଏସ.ପି.ସି.ବି. ରାଉରକେଲା ଆଞ୍ଚଳିକ ଶାଖା ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ଡ଼. ଅନୁପ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ସେ ଭିତ୍ତିପ୍ରବନ୍ଧ ଉପସ୍ଥାପନା କରି ଇ – ୱେଷ୍ଟ ପରିଚାଳନା ନେଇ ରହିଥିବା ବିଭିନ୍ନ ନିୟମ ସମ୍ପର୍କ ରେ ଆଲୋକପାତ କରିଥିଲେ l ଏଣିକି ରାଉରକେଲା ରେ ଇଲେକ୍ଟ୍ରୋନିକ୍ସ ବର୍ଜ୍ୟ ବସ୍ତୁ ସମସ୍ୟା ଦୂରୀଭୁତ ପାଇଁ ପ୍ରଚଳିତ ବ୍ୟବସ୍ଥା ର ସୁଯୋଗ ନେବାକୁ ସେ ସହରବାସୀଙ୍କୁ ନିବେଦନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଆର ଏସ ପି ର ପାଇବେଶ ବିଭାଗ ଜି.ଏମ ପି. ସି. ଦାସ, ରାଉରକେଲା ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଏଣ୍ଡଷ୍ଟ୍ରି ର ସଭାପତି ପ୍ରଭାତ ତିବ୍ରିୱାଲ, ଲୟନ୍ସ ଇଣ୍ଟର ନ୍ୟାସନାଲ ର କାଉନସିଲ ସେକ୍ରେଟାରୀ ପ୍ରବୀନ ଅଗ୍ରୱାଲ, ହୁଲାଡେ଼କ ରିସାକ୍ଲିଙ୍ଗ ପ୍ରାଇଭେଟ ଲିମିଟେଡ଼ ର ଫାଉଣ୍ଡର ତଥା ଏମଡି ନନ୍ଦନ ମଲ୍ଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ରହିବା ସହ ଇ – ୱେଷ୍ଟ ପରିଚାଳନା ରେ ବିଭିନ୍ନ ଶିଳ୍ପ ଓ କମ୍ପାନୀ ଭୋଗୁଥିବା ସମସ୍ୟା, ସହରବାସୀଙ୍କ ସମସ୍ୟା, ଇ – ୱେଷ୍ଟ ପରିଚାଳନା ନିୟମ ୨୦୨୨ ସମ୍ପର୍କ ରେ ଅତିଥି ମାନେ ଆଲୋଚନା କରିଥିଲେ l ହୁଲାଡେ଼କ ର ରାଉରକେଲା ରିଜିଓନାଲ ପାର୍ଟନର ଗୌତମ ଜୟସ୍ବାଲ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ଇ – ୱେଷ୍ଟ କଲେକ୍ସନ ପାଇଁ ଇ ରେକ୍ସା ପ୍ରଚଳନ ର ଶୁଭାରମ୍ଭ କରାଯାଇଥିଲା l କାର୍ଯ୍ୟକ୍ରମ ରେ ଏସପିସିବି ର ଉପ ପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ, ଏ ଇ ଇ ପ୍ରିତମ କୁମାର ପତି, ଏଇଏସ ପ୍ରଜ୍ଞାଜ୍ୟୋତି ସେନାପତି ଙ୍କ ସମେତ ବିଭିନ୍ନ କାରଖାନା ଓ ଖଣି ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ମ୍ୟୁନିସିପାଲଟି ତରଫରୁ ମହାସମାରୋହରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

Sunil Chandra Nayak

ସ୍ପର୍ଶ ‘ଇଂଲିଶ ମିଡିୟମ ସ୍କୁଲର ୧୨ ତମ ବାର୍ଷିକ ଉତ୍ସବ

Sunil Chandra Nayak

ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!