ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୂଅ ସଫା କରିବା ବେଳେ ଶ୍ରମିକ ଗୁରୁତର

କୂଅ ସଫା କରିବା ବେଳେ ଶ୍ରମିକ ଗୁରୁତର    

                                                                                 ଭଞ୍ଜନଗର,୦୬/୬ ସହର ଉପକଣ୍ଠ ହରିଜନ ସାହିରେ ଶନିବାର ମଧ୍ୟାହ୍ନ ସମୟରେ କୂଅ ସଫା କରିବାକୁ ଯାଇଥିବା ଜଣେ ଶ୍ରମିକ ଗୁରୁତର ଭାବେ ଉଦ୍ଧାର ହୋଇଥିଲେ। ଧୁମୁଛାଇ ଗ୍ରାମର ସୀମାଞ୍ଚଳ ସ୍ବାଇଁ(୨୫) ଅନ୍ୟ ଜଣେ ଶ୍ରମିକ ସହ କୂଅ ସଫା କରିବାକୁ ଆସିଥିବା ବେଳେ ଭିତରେ ସୀମାଞ୍ଚଳ ଅଣନିଶ୍ବାସୀ ହୋଇ ଯାଇଥିଲେ। ତୁରନ୍ତ ଦମକଳ ବାହିନୀ ଖବର ପାଇ କୂଅ ଭିତରେ ପଶି ତାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ପରେ ସେ ସୁସ୍ଥ ରହିଥିବା ଜଣାପଡିଛି। ଅଗ୍ନିଶମ ବାହିନୀ ଦେବଦୂତ ଭଳି ଘଟଣାସ୍ଥଳରେ ଠିକ ସମୟରେ ପହଞ୍ଚି ସୀମାଞ୍ଚଳକୁ ଉଦ୍ଧାର କରିଥିବାରୁ ତାଙ୍କର ଜୀବନ ରକ୍ଷା ପାଇ ପାରିଥିବା ଜଣାପଡିଛି। ସଂପ୍ରତି ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କୂଅ ସଫା କରିବା ସମୟରେ ଭିତରେ ବ୍ଳିଚିଂ ପକାଇ ନଯିବା ସହ ସଫା କରିବା ସମୟରେ ଅଧିକ ସର୍ତ୍ତକତା ଅବଲମ୍ବନ କରିବାକୁ ଅଗ୍ନିଶମ କର୍ମଚାରୀ ସନାତନ ମହାପାତ୍ର ପ୍ରକାଶ କରିଛନ୍ତି।

Related posts

ବାଳକୃଷ୍ଣପୁର ଠାରେ ସପ୍ତମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ 

Sunil Chandra Nayak

ଓଡ଼ିଶା ବନ୍ଦ ଡାକରା ଯୋଗୁଁ ଥୁଆମୂଲ ରାମପୁର ଅଞ୍ଚଳବାସୀ ଯାତାୟାତ ବାଧାପ୍ରାପ୍ତ

Sunil Chandra Nayak

ମୋଟରସାଇକେଲ ଦୁର୍ଘଟଣାରେ ୨ ମୃତ 

Sunil Chandra Nayak

Leave a Comment

error: Content is protected !!