ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ତରଫରୁ ନେଚରକ୍ୟାମ

ବୌଦ୍ଧ -15-02- ( ହୃଦାନନ୍ଦ ମେହେର) – ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଇକୋକ୍ଳବ ତରଫରୁ ପ୍ରକୃତିକୁ ଜାଣିବା ଓ ତାର ସଂରକ୍ଷଣ କରିବା ପାଇଁ ଏକ ନେଚର କ୍ୟାମ୍ପ ହରଭଙ୍ଗା ବ୍ଲକ ର ପୁରୁଣାକଟକ ରେଞ୍ଜ ଅନ୍ତର୍ଗତ ଯାଜପୁର ସଂରକ୍ଷିତ ଜଙ୍ଗଲରେ ଅନୁଷ୍ଠିତ ହୋଇଯାଇଛି l ଇକୋ କ୍ଳବ ର ସଂଯୋଜକ ଅଧ୍ୟାପକ ଡ଼. ପ୍ରବୀର କୁମାର ଦାସ ଙ୍କ ନେତୃତ୍ୱ ରେ ଉଦ୍ଭିଦ ବିଜ୍ଞାନ ବିଭାଗ ର ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଛାତ୍ର ଛାତ୍ରୀ ମାନେ ଏକ ବସ ଯୋଗେ ବାରିବାଣୀ ଗ୍ରାମକୁ ଯାଇ ସେଠାରୁ ଜଙ୍ଗଲ ମଧ୍ୟରେ ଯାତ୍ରାକରି ସମସ୍ତ ବୃକ୍ଷ ମାନଙ୍କୁ ଚିହ୍ନିବା ସହ ଔଷଧୀୟ ବୃକ୍ଷ ମାନଙ୍କୁ ପ୍ରତ୍ୟେକ୍ଷ ଭାବରେ ଚିହ୍ନଟ କରି ତାର ଗୁଣ ବିଷୟରେ ଜାଣିବା ସହ ତାର ସ୍ଥିତା ବସ୍ଥା ଅନୁଧ୍ୟାନ କରିଥିଲେ l ଜଙ୍ଗଲ ମଧ୍ୟରେ ପ୍ରାୟ ଚାରି କିଲୋମିଟର ପଦଯାତ୍ରା କରି ସେମାନେ ମଣିପୁର ସଂରକ୍ଷିତ ଜଙ୍ଗଲରେ ତାଙ୍କର ଯାତ୍ରା ଶେଷ କରିଥିଲେ l ସେହି ଜଙ୍ଗଲରେ ଜୈବ ବିଭିନ୍ନତା ଉପରେ ଗବେଷଣା କରିବା ସହ ହର୍ବାରିୟମ ସଂଗ୍ରହ କରିଥିଲେ l ସେଠାରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସ୍ଲୋଗାନ ଓ ବୃକ୍ଷ ଚିହ୍ନିବା ସଙ୍ଗୀତ ଉପରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ରାସ୍ତାରେ ବିଭିନ୍ନ ସାପ ଓ ଜଙ୍ଗଲ ଜୀବ ମାନଙ୍କ ର ପାଦ ଚିହ୍ନ ଏବଂ ଶରୀରର ଅଂଶ ଠାବ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଶେଷଜ୍ଞ ଭାବରେ ଜଙ୍ଗଲ ଅଧିକାରୀ ଗୋବର୍ଦ୍ଧନ ମେହେର ଏବଂ ଫରେଷ୍ଟ ଗାର୍ଡ କମ୍ଭୁ ପ୍ରସାଦ ସାହୁ ଯୋଗ ଦେଇଥିଲେ l ଛାତ୍ର ଛାତ୍ରୀ ମାନଙ୍କୁ ଜଙ୍ଗଲ ନିଆଁରୁ ସୁରକ୍ଷା ଏବଂ ଜଙ୍ଗଲ ର ସାମଗ୍ରିକ ସୁରକ୍ଷା ଉପରେ ତାଲିମ ପ୍ରଦାନ କରାଯାଇଥିଲା l ମହାବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଅମ୍ରିତା ମହାପାତ୍ର ଏଥିରେ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ବାରିବେଣୀ ଓ ମଣିପୁର ବନ ସଂରକ୍ଷଣ ସମିତି ର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମ ରେ ବହୁତ ସହଯୋଗ କରିଥିଲେ l ଓଡ଼ିଶା ସରକାର ଙ୍କର ଜଙ୍ଗଲ ଓ ପରିବେଶ ବିଭାଗ ଦ୍ଵାରା ପରିଚାଳିତ ପରିବେଶ ଶିକ୍ଷାକେନ୍ଦ୍ର ଏହି ମେଚର କ୍ୟାମ୍ପ କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ l

Related posts

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏପ୍ରିଲ ୨୧ ତାରିଖରେ ରାଉରକେଲା ଗସ୍ତ

Sunil Chandra Nayak

ମିନି ମାରାଥନ ଦୌଡ଼ ପ୍ରତିଯୋଗିତା : ୪୦୦ରୁ ଉର୍ଦ୍ଧ ଯୁବକ ଯୁବତୀ ସାମିଲ 

Sunil Chandra Nayak

ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଙ୍କ ଜୟନ୍ତୀ ପାଳନ

masiha

Leave a Comment

error: Content is protected !!