ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକ ଅନୁଷ୍ଠିତ

ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକ ଅନୁଷ୍ଠିତ

କାମାକ୍ଷାନଗର (ମନିସ)26/8/25 ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଙ୍କଡ଼ାହାଡ଼ ଗ୍ରାମ ପଞ୍ଚାୟତ ଠାରେ ବିଶ୍ଵ ଯୁବ କେନ୍ଦ୍ର, ଅନୁଗୋଳ ଦ୍ୱାରା ପରିଚାବଳିତ ଆକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ ତରଫରୁ ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକ ଅନୁଷ୍ଠିତ। ହୋଇ ଯାଇଅଛି । ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ଚାରୁଲତା ମିଶ୍ର, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନୟନ ଅଧିକାରୀ ଯଶୋବନ୍ତ ଦେହୁରୀ , ଅତିଥି ଭାବେ ବ୍ଲକ ଫେଲୋ ସନ୍ଦୀପ୍ତା ସାହୁ, କେରଜୋଳି ପଞ୍ଚାୟତ ସରପଞ୍ଚ ରାଜକିଶୋର ସାହୁ, ମମତା ପ୍ରକଳ୍ପ ସହାୟକ ରିକୁ ସାହୁ, ପୋଷଣ କାର୍ଯ୍ୟକ୍ରମ ର ସଂଯୋଜକ ମନିସା ପଧାନ, ଜିଲ୍ଲା ପ୍ରକଳ୍ପ ସହାୟକ ରାକେଶ ମିଶ୍ର, ଚାଇଲଡ ଲାଇନ ସଂଯୋଜକ ରୋସନ କୁମାର ନଦ, ପ୍ରମୁଖ ସମ୍ବଳ ବ୍ୟକ୍ତି ଭାବେ ଯୋଗ ଦେଇଥିଲେ। ବିଶ୍ବ ଯୁବ କେନ୍ଦ୍ରର ସଦସ୍ୟ ସମ୍ପାଦକ ମନୋଜ କୁମାର୍ ମହାପାତ୍ର କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇ ଥିଲେ। ରାଜ୍ୟସରକାରଙ୍କ ଦ୍ଵାରା ପରିଚାଳିତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ଜମି ,ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ,ଆସ ସ୍କୁଲ୍ ଯିବା କାର୍ଯ୍ୟକ୍ରମ , ସ୍ୱୟଂସହାୟକ ଗୋଷ୍ଠୀ ମାନଂକୁ ଦିଆଯାଉଥିବା ଋଣ ବ୍ୟବସ୍ଥା,ଆନ୍ତଜାତି ବିବାହ ପ୍ରୋତ୍ସାହନ ରାଶି, ଶ୍ରମଉତ୍କର୍ଷ ଯୋଜନା, ଶିଶୁ ମାନଙ୍କ ପାଇଁ ସ୍କୋଲାରସିପ, ରାସନ କାର୍ଡ, ପେନସନ ଯୋଜନା,ଆବାସ ଯୋଜନା ବିଷୟରେ ହିତାଧିକାରୀଙ୍କୁ ଅବଗତ କରା ଯାଇଥିଲା । କାଯ୍ୟକ୍ରମରେ ବିଶ୍ଵ ଯୁବ କେନ୍ଦ୍ରର ମାନି ସ୍ୱାଇଁ, ମନସ୍ମିତା ନାୟକ, ପୁର୍ଣିମା ସାହୁ, ତପନ ପାତ୍ର, ସହଯୋଗ କରିଥିଲେ। ବରିଷ୍ଠ ସମାଜ ସେବି ବିରେନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାୟଗଡ଼ା ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ହନୁମାନ ଚାଳିଶା ପାଠ , ସଂକୀର୍ତ୍ତନ , ଭଜନ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ 

masiha

ଫସଲ ଉଜାଡି ଦେଲା କାଣ୍ଡବିନ୍ଧା ପୋକ । ଅମଳ ସମୟରେ ନଷ୍ଟ ହୋଇଗଲା ଏକର ଏକର ଫସଲ । ଆଜି ଅଭିଯୋଗ ଆଣିଲେ ଚାଷୀ 

masiha

Leave a Comment

error: Content is protected !!