ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶହରା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ ରେ ଉମରି ଦଳ

ଦଶହରା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ ରେ ଉମରି ଦଳ

ନବରଙ୍ଗପୁର:(୨୦|୯)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଟାଉନ ଫୁଟବଲ୍ ଏକାଡେମୀ ଆନୁକୂଲ୍ୟରେ ସ୍ଥାନୀୟ କଲେଜ ଫୁଟବଲ୍ ପଡ଼ିଆରେ ଦଶହରା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ସେମି ଫାଇନାଲ ଅନୁଷ୍ଠିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟରେ ଅତିଥି ଭାବରେ ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପ ସଭାପତି ତରିକ ହସନ୍ ଖାନ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ରାଜ୍ୟ ଓକିଲ ସଂଘର ଉପ ସଭାପତି ନରସିଂହ ତ୍ରିପାଠୀ, ବୈଷ୍ୟ ସମାଜ ର ସଭାପତି ପି. ଭେଙ୍କଟ, ସମ୍ପାଦକ ଏନ. ଈଶ୍ୱର ରାଓ, ବାରିକ ସଂଘର ସଭାପତି ଏନ. ଗଣେଶ, ପରିବର୍ତ୍ତନ ଫାଉଣ୍ଡେସନ ର ସଭାପତି ନିନିବାବୁ ତ୍ରିପାଠୀ, ପ୍ରାକ୍ତନ ଫୁଟବଲ୍ ଖେଳାଳୀ ଶିବ ଶଙ୍କର ଗନ୍ତାୟତ, ସମାଜ ସେବୀ କୁମୁଦ ନାୟକ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ଏକ ସଂଘର୍ଷ ପୂର୍ଣ୍ଣ ସେମିଫାଇନାଲ ମ୍ୟାଚ ରେ କୋରାପୁଟ ଜିଲ୍ଲାର ଉମରି ଦଳ ନବରଗପୂର କଲେଜ ଦଳକୁ ୧-୦ ଗୋଲରେ ପରାସ୍ତ କରି ଦଶହରା କପ୍ ଫାଇନାଲ କୁ ଉନ୍ନୀତ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ ଏହି ଟୁର୍ଣ୍ଣାମେଣ୍ଟରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମୋଟ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି। ଆଗାମୀ ୨୨ ତାରିଖ ସୋମବାର ଦିନ ପ୍ରଥମ ଥର ପାଇଁ ରାତ୍ରରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଅଶୋକ ପାତ୍ର କହିଛନ୍ତି। ଆଜିର ମ୍ୟାଚରେ ରେଫେରୀ ଭାବରେ ସଞ୍ଜୟ ଜେନା, ଲାଇନ୍ ରେଫେରି ଭାବରେ ବାବୁଲି ଖୋସଲା, ରଇଲା ଭତରା ପ୍ରମୁଖ ପରିଚାଳନା କରିଥିଲେ। ଉକ୍ତ ଫୁଟବଲ୍ ଖେଳ ଦେଖିବାକୁ ଆଖ ପାଖ ଅଞ୍ଚଳରୁ ଅନେକ ଦର୍ଶକ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା 

Related posts

ଶିକ୍ଷା ଏକ ବ୍ୟାପକ ପରିଭାଷା, ଶିକ୍ଷା ମଣିଷ ଜୀବନରେ ଶ୍ରେଷ୍ଠ ଆବିଷ୍କାର –ରନ୍ଧାରି

masiha

କଳାକାର ସଂହତି ଓ ମହାସଂଘ ମହାସଚିବଙ୍କ ସ୍ବନକ୍ଷତ୍ର ଦିବସ ପାଳିତ

masiha

ରାଜ୍ୟ ରାଜପଥ ଉପରେ ଚାଲୁଛି ସାପ୍ତାହିକ ହାଟ; ଆମ୍ବୁଲାନ୍ସ, ଯାତ୍ରୀବାହୀ ପରିବହନ,ଗାଡ଼ି,ମୋଟର ଯାତାୟାତ ବାଧାପ୍ରାପ୍ତ; ବାରମ୍ବାର ଦୁର୍ଘଟଣା;ପ୍ରଶାସନ ନିରବଦ୍ରଷ୍ଟା

masiha

Leave a Comment

error: Content is protected !!