ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେବା ପାଖୱାଡ଼ା ଉତ୍ସବ ଅବସରରେ ଜିଲ୍ଲା ସ୍ତରୀୟ ଗଣଦୌଡ 

ସେବା ପାଖୱାଡ଼ା ଉତ୍ସବ ଅବସରରେ ଜିଲ୍ଲା ସ୍ତରୀୟ ଗଣଦୌଡ 

ନବରଙ୍ଗପୁର:(୨୧|୯)(ରବି ନାରାୟଣ ମହାନ୍ତି)ସେବା ପାଖୱାଡ଼ା ଉତ୍ସବ ଅବସରରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମାର ସଦାଶିବ ପାର୍କ ଠାରୁ ଏକ ବିଶାଳ ଜିଲ୍ଲା ସ୍ତରୀୟ ମାରାଥନ ଦୌଡ଼ , ପୋଲିସ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଭୟ ଗଣ ଶିକ୍ଷା ବିଭାଗ ଏବଂ ଜିଲ୍ଲା ମଙ୍ଗଳ ବିଭାଗ ର ଛାତ୍ର ଛାତ୍ରୀ ସମେତ ଜିଲ୍ଲାର ବିଭିନ୍ନ ଶିକ୍ଷା, କ୍ରୀଡା ଓ ଅନେକ ବେସରକାରୀ ଅନୁଷ୍ଠାନ ର ସଭ୍ୟ ସଭ୍ୟା ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା କ୍ରୀଡା ସଂଘ ଏବଂ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଗଣ ଦୌଡ଼ ରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ମାନ୍ୟବର ସାଂସଦ ବଳଭଦ୍ର ମାଝି ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ , ପୌରାଧକ୍ଷ କୁନୁ ନାୟକ, ପୌରପାଳିକା ନିର୍ବାହୀ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ବରିଷ୍ଠ ଅଧିବକ୍ତା ଝାଦେଶ୍ୱର ଖାଡଙ୍ଗା, ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପ ସଭାପତି ଏମ. ବାଲା କୃଷ୍ଣ ରାଓ , ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କାଉନସିଲର ଶର୍ମିଷ୍ଠା ଦେଓ, ନଗେନ୍ଦ୍ର ପଟ୍ଟନାୟକ, ମାରାଥନ ଧାବକ ଚିତ ପାତ୍ର, ସମାଜ ସେବୀ ସୁଷମା ଜୈନ ପ୍ରମୁଖ ପତାକା ଦେଖାଇ ମାରାଥନ ଦୌଡ଼ ର ଶୁଭାରମ୍ଭ କରିଥିଲେ। ଦୌଡ଼ ଶେଷରେ ୫୦ ବର୍ଷରୁ ଉର୍ଦ୍ଧ ବର୍ଗରେ ଅଶୋକ ପାତ୍ର , ବରିଷ୍ଠ ବର୍ଗରେ ନୀଳାମ୍ବର ଭତରା, କନିଷ୍ଠ ବର୍ଗରେ ମହେଶ ଚାଲାଣ ଏବଂ ମହିଳା ବର୍ଗରେ ଆଲିଫା ହିଆଲ ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ନିଜ ଅଭିଭାଷଣରେ ସାଂସଦ ଶ୍ରୀ ମାଝୀ ଆଗାମୀ ଦିନରେ ପଞ୍ଚାୟତ ସ୍ତରରୁ ସାଂସଦ କ୍ଷେତ୍ର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ବିଭିନ୍ନ ବର୍ଗର ଖେଳରେ ସମସ୍ତ ଯୁବ ବର୍ଗଙ୍କୁ ଭାଗ ନେବା ନିମନ୍ତେ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମ ସଫଳ କରିବାରେ ପୌର ପରିଷଦ ପକ୍ଷରୁ ଜ୍ୟୋତି ପରିଛା, ଶଶାଙ୍କ ଶେଖର ବେହେରା, ରାମ ଦାସ ସମେତ ଗଣ ଶିକ୍ଷା ଏବଂ ମଙ୍ଗଳ ବିଭାଗର କ୍ରୀଡା ଶିକ୍ଷକ , ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପାଟଣାଗଡ଼ ବ୍ଳକସ୍ତରିୟ ସାରଦିୟ କ୍ରିଡା ମହୋତ୍ସବ ଉଦ୍ଯାପିତ

masiha

ଜୁନାଗଡ ତାଲବନ୍ଧପଡ଼ା ଠାରେ ମୋଦୀଜୀଙ୍କ ମନ କୀ ବାତ କାର୍ଯ୍ୟକ୍ରମରେ ସାମିଲ ହେଲେ ନାଗରିକ 

Sunil Chandra Nayak

ଡ୍ରିମ୍ ଇଣ୍ଡିଆ ପବ୍ଲିକ୍ ସ୍କୁଲ୍‌ରେ ସାଇପ୍ରିୟା ୱାକର୍ କ୍ଲବ୍‌ର ଡିବେଟ୍ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!