ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଲପା ଗ୍ରାମରେ ଗୋଷ୍ଠି କେନ୍ଦ୍ର ର ଶୁଭ ଉଦଘାଟନ

ତେନ୍ତୁଳିଖୁଣ୍ଟି – ୩୦/୦୪/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ସଲପା ଗ୍ରାମରେ ଗୋଷ୍ଠିକେନ୍ଦ୍ର ର ଉଦଘାଟନ ହୋଇ ଯାଇଛି । ଏଥି ସହ ରାଧା କୃଷ୍ଣ ମନ୍ଦିର ସମ୍ମୁଖରେ ରହି ଥିବା ମୁଣ୍ଡା ଦେବୀ ଙ୍କ ପୀଠ ର ନବୀକରଣ ହୋଇଛି ।ଏଥିରେ ନବରଙ୍ଗପୁର ଏମ ପି ରମେଶ ଚନ୍ଦ୍ର ମାଝୀ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଗୋଷ୍ଠିକେନ୍ଦ୍ର ର ଶୁଭ ଉଦଘାଟନ କରି ଥିଲେ ।ସମ୍ମାନୀତ ଅତିଥି ରୂପେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ,ବିଧାୟକ ଙ୍କ ସହଧର୍ମିଣୀ କୌଶଲ୍ୟା ପ୍ରଧାନୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜୋନ ୨ ର ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା, ତେନ୍ତୁଳିଖୁଣ୍ଟି ଅଧକ୍ଷା ନିଲାନ୍ଦ୍ରି ନାୟକ, ଗୋଷ୍ଟି ଉନ୍ନୟନ ଅଧିକାରୀ ଦୁର୍ଯୋଧନ ଭୋଇ , ଦିଗି ସରପଞ୍ଚ କିଶୋର ନାୟକ ,ସମିତି ସଭ୍ୟ ସୁଶୀଳା ପୁଜାରୀ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ମଞ୍ଜୁଳା ମାଝୀ , ନନ୍ଦାହାଣ୍ଡି ଜୋନ ୨ ର ଜିଲ୍ଲା ପରିଷଦ ସଭ୍ୟ ଅରୁଣ ମିଶ୍ର,ନନ୍ଦାହାଣ୍ଡି ବିଜେଡି ବ୍ଲକ୍ ସଭାପତି ତଥା ବିଧାୟକ ପ୍ରତିନିଧି ଦୟା ନିଧି ବିଷୋୟୀ ଯୋଗ ଦେଇ ଥିଲେ l ସଲପା ଗ୍ରାମରେ ରାଧା କୃଷ୍ଣ ଗୋଷ୍ଠିକେନ୍ଦ୍ର ନିର୍ମାଣ ପାଇଁ ସାଂସଦ ରମେଶ ମାଝି ନିଜସ୍ଵ ପାଣ୍ଠିରୁ ଦୁଇ ଲକ୍ଷ ପ୍ରଦାନ କରି ଥିଲେ । ଏହି କାର୍ଯ୍ୟ କ୍ରମରେ ମନ୍ଦିର ପରିଚଳନା କମିଟି ର ପଙ୍କଜ ସାହୁ ,ଲଛମନ ମାଝୀ,ବଳରାମ ପଣ୍ଡା,କୁନା ପାଢ଼ୀ,ଗଣେଶ୍ୱର ଗନ୍ତାୟତ,ସହ ସଲପା ଗ୍ରାମ ବାସୀ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଜୁନାଗଡ଼ –ନବରଙ୍ଗପୁର ରେଳପଥ ପାଇଁ ଜମି ଅଧିଗ୍ରହଣ ନେଇ ବିଜ୍ଞପ୍ତି 

masiha

ନିଶାମଣି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା

Sunil Chandra Nayak

ବୋଡ଼େନ ବ୍ଲକ୍ ସୁନାପୁର ବିଜୁ ଏକ୍ସପ୍ରେସ ୱେ ରେ ଡିଜେ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ, ୫ ଗୁରୁତର, ୧୫ ଆହତ 

masiha

Leave a Comment

error: Content is protected !!