ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ଅଞ୍ଚଳ ର ସମାଚାର

ବିଜୁ ଜନତା ଦଳ ପକ୍ଷରୁ ଦୁଧହଂସା ପଞ୍ଚାୟତ ରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ 

ବସ୍ତା,୦୭/୦୫ : ନିର୍ବାଚନ ତାରିଖ ଯେତେ ପାଖଉଛି ନିର୍ବାଚନୀ ଉସ୍ମତା ସେତେ ବଢି ବଢି ଚାଲିଛି ! ଭୋଟର ଙ୍କୁ ମନେଇବା ପାଇଁ ରାଜନୈତିକ ଦଳଗୁଡିକ  ବିଭିନ୍ନ ପ୍ରକାର ରଣକୌଶଳ ଆପଣାଉଛନ୍ତି l  ଦିନ ରାତି ଏକ କରି ନେତା ଓ କର୍ମୀ ପ୍ରଚାର ପ୍ରଶାର ରେ ଲାଗିପଡିଛନ୍ତି  !  ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ପ୍ରଚାର ପ୍ରଶାର ରେ ପଛରେ ଥିଲା ବେଳେ ବିଜୁ ଜନତା ଦଳ ଆଗରେ ଥିବା ଦେଖି ବାକୁ ମିଳିଛି ! ବିଧାୟକ ପ୍ରାର୍ଥୀନୀ ସୁବାସିନୀ ଜେନା  ଆଜି ଦୁଧହଂସା  ପଞ୍ଚାୟତ  ସୁନ୍ଦରହତା ଗ୍ରାମରେ କର୍ମୀ ସମ୍ମିଳନୀ କରିଥିବା ଦେଖିବାକୁ ମିଳିଛି ! ଏକ ବିଶାଳ ପଟୁଆର ରେ କର୍ମୀ ଓ ଶୁଭେଛୁକ ମାନେ ବିଧାୟକ ପ୍ରାର୍ଥୀନୀ କୁ ସଭାସ୍ଥଳ କୁ ପାଛୋଟି ଆଣିଥିଲେ । ଏହି  ବୈଠକରେ ବ୍ଲକ ସଭାପତି ଅନିଲ କୁମାର ମାହାନ୍ତି ଙ୍କ ସଭାପତିତ୍ୱ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ରବିନ୍ଦ୍ର କୁମାର ଜେନା , ଜିଲ୍ଲା ଉପସଭାପତି ସୁବ୍ରତ କୁମାର ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲଖିମିଧର ଦାସ ,ମହିଳା ସଭାପତି ଲିପିକା ରାଉଳ, ପୂର୍ବତନ ଜିଲ୍ଲା ପରିଷଦ ମହାଦେବ ଦାସ, ରାଉତପଡା ପଞ୍ଚାୟତ ର ସମିତି ସଭ୍ୟ ବାବୁ ପାଳ, ପୂର୍ଣ୍ଣଚନ୍ଦ୍ର ଜେନା, ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବିଶ୍ଵାଳ, ଦେବେନ୍ଦ୍ର ବେହେରା,ଗୋକୁଳାନନ୍ଦ ପରିଡ଼ା, ସମିତି ସଭ୍ୟ ରଘୁନାଥ ମାରାଣ୍ଡି , ପଞ୍ଚାୟତ ସଭାପତି ମନୋରଞ୍ଜନ ବିଶ୍ଵାଳ, ମହିଳା ସଭାପତି ସୁମତି ପରିଡ଼ା , ନାଇବ ସରପଞ୍ଚ  ସସ୍ମିତା ବେଜ ଓ  ୱ। ମେମ୍ବର ଯୋଗଦେଇଥିବା ବେଳେ ବହୁ କ୍ରର୍ମୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଉପସ୍ଥାପନ କରିବା ସହ ଆଗାମୀ ଦିନରେ ବସ୍ତା ନିର୍ବାଚନ ମଣ୍ଡଳୀର ଥିବା ସମସ୍ୟା ସମାଧାନ ହେବ ସେଥି ପାଇଁ ସଂକଳ୍ପ ବୋଧ ବୋଲି କହିଥିଲେ ! ଚଳିତ ଥର ଯୋଡ଼ା ଶଙ୍ଖରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅତିଥି ମାନେ ନିବେଦନ କରିଥିଲେ !

================…=========.=====

ପିକଅପ ଭ୍ୟାନ ଧକ୍କା ରେ ବାଇକ ଆରୋହୀ ଆହତ,ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି 

ବସ୍ତା,୦୮/୦୫ :ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ବୁଧବାର ଅପରାହ୍ନ ୩ଟା ସମୟରେ ଟୁଲଗେଟ ନିକଟ ଥଣ୍ଡା ପରିବହନ ସମ୍ମୁଖରେ ପିକଅପ ଭ୍ୟାନ ଧକ୍କା ରେ ବାଇକ ଆରୋହୀ ଆହତ ହୋଇ ବସ୍ତା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ସୂଚନା ଅନୁଯାୟୀ ବାଲେଶ୍ୱର ରେମୁଣା ଅଂଚଳର ବାଇକ ଆରୋହୀ ଜନ୍ମଜୟ ମହାପାତ୍ର ଜଳେଶ୍ୱର ରୁ ରାସ୍ତା ପାରିହେବା ସମୟରେ ଉକ୍ତ ପିକଅପ ଭ୍ୟାନ ବାଇକ କୁ ଧକ୍କା ଦେଇଥିଲା l ଫଳରେ ବାଇକ ଆରୋହୀ ଆହତ ହୋଇ ରାସ୍ତା ପାର୍ଶ୍ୱକୁ ଛିଟିକି ପଡ଼ିଥିଲେ l ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଙ୍ଗ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ ବାଇକ ଆରୋହୀଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଜାତୀୟ ରାଜପଥ ଆମ୍ବୁଲାନ୍ସ ସାହାଯ୍ୟରେ ବସ୍ତା ଡାକ୍ତରଖାନାକୁ ପଠାଇଥିବା ବେଳେ ଖବର ପାଇ ଅମର୍ଦାରୋଡ଼ ପୋଲିସ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଂଚି ଦୁଇଟି ଗାଡିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି।

==================================

ସରକାରୀ ନଳକୂପ ଉପାଡ଼ିବାକୁ କେନ୍ଦ୍ରକରି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ 

ବସ୍ତା,୦୭/୦୫ : ମଙ୍ଗଳବାର ସକାଳ ସମୟରେ ବସ୍ତା ଥାନା ବରଡା ଗ୍ରାମରେ ସରକାରୀ ନଳକୂପ ଉପାଡ଼ିବକୁ କେନ୍ଦ୍ରକରି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ପାନୀୟ ଜଳ ପାଇଁ ଏହି ଗ୍ରାମର ନିମାଇ ଦାସଙ୍କ ଘର ନିକଟରେ ପାଞ୍ଚବର୍ଷ ପୂର୍ବରୁ ଏକ ସରକାରୀ ନଳକୂପ ଖନନ ହୋଇଥିଲା। ପରେ କିଛିଦିନ ପୂର୍ବରୁ ସ୍ଥାନୀୟ ସରପଞ୍ଚ ଏହି ନଳକୂପ ମରାମତି ପାଇଁ ଚେଷ୍ଠା କରିଥିଲେ ମଧ୍ୟ ଉକ୍ତ ନଳକୂପ ସଂପୂର୍ଣ୍ଣ ଅଚଳ ହୋଇଥିବା ମିସ୍ତ୍ରୀ ପ୍ରକାଶ କରିଥିଲେ। ଆଜି ସରପଞ୍ଚ କିମ୍ବା କୌଣସି ସରକାରୀ ଅଧିକାରୀଙ୍କ ଅନୁପସ୍ଥିତିରେ ଗ୍ରାମର କିଛି ବ୍ୟକ୍ତି ଉକ୍ତ ସରକାରୀ ନଳକୂପ ଉପାଡ଼ି ବିକ୍ରିକରୁଥିବା ସରପଞ୍ଚ ଜାଣିବାକୁ ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। କାହିଁକି ଏହି ସରକାରୀ ନଳକୂପ ଉପାଡୁଛ ସରପଞ୍ଚ ଅମିତ୍ ବିଶ୍ଵାଳ ପ୍ରଶ୍ନ କରିଥିଲେ ହେଁ ଗ୍ରାମର ଗୋଟିଏ ଗୋଷ୍ଠୀ ଶ୍ରୀ ବିଶ୍ବାଳଙ୍କୁ ଅଶାଳୀନ ବ୍ୟବହାର କରିବା ସହିତ ମାରପିଟ୍ ପାଇଁ ଯୋଜନା କରିଥିବା ବେଳେ ଗ୍ରାମର ଅନ୍ୟଏକ ଗୋଷ୍ଠୀ ସରପଞ୍ଚଙ୍କ ସୁରକ୍ଷାରେ ବାହାରିଥିଲେ। ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ଗୋଷ୍ଠୀ ସଂଘର୍ଷ ରୁପନେଉଥିଲା। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଏକାଧିକ ଲୋକ ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ବସ୍ତା ଡାକ୍ତରଖାନା କୁ ପଠାଯାଇଥିଲା। ଏନେଇ ସରପଞ୍ଚ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ବସ୍ତା ଥାନାରେ ପୃଥକ ପୃଥକ ଅଭିଯୋଗ ହୋଇଥିବା ଦେଖିବାକୁ ମିଳିଛି। ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଥାନାଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି।

=========.=======================

ଛେଳି ପିକଅପ ଭ୍ୟାନ କୁ ଜରିମାନା କଲେ ଜିଲ୍ଲା ଆଞ୍ଚଳିକ ପରିବହନ

ବସ୍ତା ,୭।୫: ପଶ୍ଚିମ ମେଦିନିପୁର ଝାଡ଼ଗ୍ରାମ ଅଞ୍ଚଳରୁ ଛେଳି ଭର୍ତ୍ତି ଏକ ପିକଅପ ଭ୍ୟାନକୁ ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ମଙ୍ଗଳବାର ସକାଳ ସମୟରେ ବରୁଣଗଡ଼ିଆ ଜଟିଆ ଢାବା ନିକଟରେ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଜରିମାନା କଟାଯାଇଛି।ସୂଚନାରୁ ପ୍ରକାଶ ଆଜି ସକାଳ ଡ଼ବ୍ଲ୍ୟୁବି ୩୩ବି ୦୪୧୨ ନମ୍ବର ବିଶିଷ୍ଟ ପିକଅପ ଭ୍ୟାନରେ ୬୦ଟି ଛେଳି ବୋଝେଇ ହୋଇ ଝାଡ଼ଗ୍ରାମରୁ ଭୁବନେଶ୍ବର ଅଭିମୁଖେ ଯିବା ସମୟରେ ବରୁଣଗଡ଼ିଆ ଜଟିଆ ଢାବା ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଛିଡ଼ା ହୋଇଥିଲା।ଏହି ସମୟରେ ଜିଲା ଆଞ୍ଚଳିକ ପରିବହନ ବିଭାଗ ଟ୍ରାଫିକ୍ ଇନ୍ସପେକ୍ଟର ସମରେନ୍ଦ୍ର ମହାପାତ୍ର ଉକ୍ତ ରାସ୍ତା ଦେଇ ଯିବା ସମୟରେ ପିକଅପ୍ ଭ୍ୟାନ ନିକଟରେ ଅଟକିଥିଲେ।ଗାଡ଼ିର କାଗଜପତ୍ର ଯାଞ୍ଚ ସମୟରେ ପିକଅପଟି ରେଜିଷ୍ଟ୍ରେଶନ ବିହୀନ,ବିନା ଫିଟନେସ ସାର୍ଟିଫିକେଟ୍ ଓ ଟ୍ୟାକ୍ସ ପଇଠ ହୋଇନଥିବା ଜଣା ପଡ଼ିଥିଲା।ପରେ ଉକ୍ତ ପିକଅପ ଭ୍ୟାନ କୁ ୫ହଜାର ୩ଶହ ଅଶୀ ଟଙ୍କା ଜରିମାନା କାଟି ଛଡ଼ାଯାଇଥିବା ଟ୍ରାଫିକ୍ ଇନ୍ସପେକ୍ଟର ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

================================

ପିକଅପ ଭ୍ୟାନ ଧକ୍କା ରେ ବାଇକ ଆରୋହୀ ଆହତ,ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି 

ବସ୍ତା,୦୮/୦୫ :ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ବୁଧବାର ଅପରାହ୍ନ ୩ଟା ସମୟରେ ଟୁଲଗେଟ ନିକଟ ଥଣ୍ଡା ପରିବହନ ସମ୍ମୁଖରେ ପିକଅପ ଭ୍ୟାନ ଧକ୍କା ରେ ବାଇକ ଆରୋହୀ ଆହତ ହୋଇ ବସ୍ତା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ସୂଚନା ଅନୁଯାୟୀ ବାଲେଶ୍ୱର ରେମୁଣା ଅଂଚଳର ବାଇକ ଆରୋହୀ ଜନ୍ମଜୟ ମହାପାତ୍ର ଜଳେଶ୍ୱର ରୁ ରାସ୍ତା ପାରିହେବା ସମୟରେ ଉକ୍ତ ପିକଅପ ଭ୍ୟାନ ବାଇକ କୁ ଧକ୍କା ଦେଇଥିଲା l ଫଳରେ ବାଇକ ଆରୋହୀ ଆହତ ହୋଇ ରାସ୍ତା ପାର୍ଶ୍ୱକୁ ଛିଟିକି ପଡ଼ିଥିଲେ l ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଙ୍ଗ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ ବାଇକ ଆରୋହୀଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଜାତୀୟ ରାଜପଥ ଆମ୍ବୁଲାନ୍ସ ସାହାଯ୍ୟରେ ବସ୍ତା ଡାକ୍ତରଖାନାକୁ ପଠାଇଥିବା ବେଳେ ଖବର ପାଇ ଅମର୍ଦାରୋଡ଼ ପୋଲିସ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଂଚି ଦୁଇଟି ଗାଡିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି।

=================.=====.===========

ବାଇକ୍ ଧକ୍କାରେ ସାଇକେଲ ଆରୋହୀ ଆହତ 

ବସ୍ତା,୦୭/୦୫ :ବସ୍ତା ଥାନା ୬୦ ନମ୍ୱର୍ ଜାତୀୟ ରାଜପଥ ରାଜଘାଟ ସୁବର୍ଣ୍ଣରେଖା ପୋଲ ନିକଟରେ ବାଇକ୍ ଧକ୍କାରେ ଜଣେ ସାଇକେଲ ଆରୋହି ଆହତ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଜଳେଶ୍ଵର ଥାନା ମହମ୍ମଦ ପାଟଣା ଗ୍ରାମର ଭଗବାନ ସାହୁ ସାଇକେଲ ଯୋଗେ ରାଜଘାଟ ଆସୁଥିବା ବେଳେ ସମାନ ଦିଗରୁ ଆସୁଥିବା ଡବ୍ଲୁବି୩୪ସିବି ୩୫୨୫ ପଶ୍ଚିମବଙ୍ଗ ମେଦିନୀପୁର ଅଞ୍ଚଳର ସାହେବ୍ ମଲ୍ଲିକ ବାଇକ୍ ସାଇକେଲ ଆରୋହୀ ଙ୍କୁ ଧକ୍କା ଦେଇଥିଲେ। ଫଳରେ ଭଗବାନ ଘଟଣାସ୍ଥଳରେ ଆହତ ହୋଇଥିଲେ। ଜାତୀୟ ରାଜପଥ ପେତ୍ରୋଲିଂ ଭ୍ୟାନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନା କୁ ପଠାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ବାଇକ୍ ଏବଂ ବାଇକ ଆରୋହୀ ମଲ୍ଲିକ କୁ ବସ୍ତା ଥାନା ରେ ଜିମାଦେଇଥିବା ଦେଖିବାକୁ ମିଳିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଗାଁ ରେ ମଦ ବନ୍ଦ ପାଇଁ ଗାଁ ମହିଳା ଙ୍କ ନିଷ୍ପତ୍ତି

Sunil Chandra Nayak

ନୂତନ ତହସିଲଦାର ଙ୍କ ଯୋଗଦାନ

masiha

ଦୁର୍ଘଟଣାର ଆହତମାନଙ୍କୁ ଭେଟିଲେ ସାଂସଦ ଜୁଏଲ ଓରାମ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort